ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ଏଥିସହ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ତାଡାଯାଇ ବିଚ୍ଛିନ୍ନ କରାଯାଇଛି। ପଥର ମାଫିଆମାନେ ଯଦି ପୁଣି ଖନନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଇ ଗିରଫ କରାଯିବ ବୋଲି ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତହସିଲ ପକ୍ଷରୁ ପ୍ରଥମେ ସାହାଣୀ ଡିହ ମୌଜାର ୧ ନମ୍ବର ପାହାଡ଼ ଖାତା ନଂ ୩୮୪ ପ୍ଲଟ ୫୦, ଅଞ୍ଜୀରା ମୌଜାର ବାଘୁଆ ସ୍ଥିତ ୨ ନମ୍ବର ପାହାଡ ଖାତା ନମ୍ବର ୧୭୨୯ ପ୍ଲଟ ନଂ ୧୪୭୭, କୁସୁନପୁର ମୌଜା ଖାତା ନଂ.୬୩୧ ପ୍ଲଟ ନମ୍ବର ୧୩୫୮, ୧୩୬୬, ୧୫୨୭, ୧୩୫୬କୁ ନିଷେଧାଞ୍ଚଳ ଘୋଷଣା କରାଯାଇଥିଲା। ସେହିପରି ରାଇଛନ୍ଦା ମୌଜା ରାଇଛନ୍ଦାରେ ଥିବା ବାଲି ଘାଟ ଖାତା ନଂ. ୪୮୧ ପ୍ଲଟ-୨, ଅଞ୍ଜରା ମୌଜା ଖାତା ନଂ. ୧୭୨୯ ପ୍ଲଟ ନଂ. ୩୩୨, ୬୭୩, ୧୩୪୩, ୩୫୯୭, ବିଛାଖଣ୍ଡି ମୌଜା ଖାତା ନଂ. ୩୮୯ ପ୍ଲଟ ନଂ. ୧୮୬୨, ୧୮୪୮, ୧୮ ୫୬ , ୧୮୬୧ , ୧୮୭୬, ୧୮୭୨ରେ ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ତହସିଲଦାର ପଣ୍ଡାଙ୍କ ସହ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ବଡ଼ କାଏମା ଆର୍‌ଆଇ ବିରଞ୍ଚତ୍ ନାରାୟଣ ବୋଇତେଇ, ନେଉଳପୁର ଆର୍‌ଆଇ ମନୋଜ ମହାପାତ୍ର, ବଳରାମପୁର-୨ ଆର୍‌ଆଇ ସୁଶାନ୍ତ କୁମାର ସ୍ବାଇଁ, ଆରୁହା ଏଆର୍‌ଆଇ ଜଗବନ୍ଧୁ ଜେନା, ନାକପୋଲ ଏଆରଆଇ ଚନ୍ଦନ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।


All Right Reserved By Dharitri.Com

ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗ ନେବାକୁ କଳାକାରଙ୍କ ଗୋଆ ଗସ୍ତ

ବ୍ରହ୍ମପୁର ଅଫିସ,୨୬।୭: ଗୋଆଠାରେ ଚଳିତମାସ ୨୮ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗନେବାକୁ ଗଞ୍ଜାମ ଜିଲାର ଏକ ୧୬ ଜଣିଆ...

ଜମି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ପୁରୁଷାନୁକ୍ରମେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ଜମିରେ ଚାରାରୋପଣ ବନ୍ଦ କରିବା, ଦୀର୍ଘଦିନ ଧରି ଦଖଲିକୃତ ଅନାବାଦୀ ଜମିକୁ ଅବିଳମ୍ବେ ପଟ୍ଟା...

ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ହାଟଡିହୀ,୨୯ା୫(ସ୍ବ.ପ୍ର): ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ା ମୃତ ଯୁବକ...

ଫନୀ: ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର:ଏନ୍‌ଡିଆର୍‌ଏଫ୍‌ ନିୟମ କୋହଳ କରାଯାଉ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲା ଏବଂ ଅନ୍ୟ କେତେକ ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ଧ୍ୱଂସ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରୀ...

କେଶିଙ୍ଗାରେ ସ୍ବାଧୀନତା ଦିବସ

କେଶିଙ୍ଗା, ୧୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ସହରରେ ଥିବା ବିଦ୍ୟାପୀଠ ଖେଳପଡ଼ିଆଠାରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ନାଗରିକ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ...

ବିରୋଧୀଙ୍କ ସଣ୍ଢୁଆଶି ଆକ୍ରମଣ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣବଳାତ୍କାର ପ୍ରସଙ୍ଗକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ...

ଜେଏନ୍‌ୟୁ ଆକ୍ରମଣ ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକଲେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରୀଛାତ୍ର

ପୁରୀ ଅଫିସ, ୭।୧: ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ଉପୁଜିଥିବା ଛାତ୍ର ଅଶାନ୍ତି ତୀବ୍ରରୂପ ନେବାରେ ଲାଗିଛି। ଏ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ...

ଗଛ ଲଗାଅ, ପୃଥିବୀ ବଞ୍ଚାଅ ଅଭିଯାନ: ବିଦ୍ୟାଳୟରେ ଚାରାରୋପଣ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ ଅତି ଶୀଘ୍ର ମାନବ ସମାଜ ସହ ପୃଥିବୀରେ ବସବାସ କରୁଥିବା ଜୀବଜଗତ ଲୋପ ପାଇବାର ଆଶଙ୍କା...

Leave a comment

Your email address will not be published. Required fields are marked *