ଟକ୍‌ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କାଳିଆପାଣି,୧୨ା୯(ଡି.ଏନ୍‌.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ ମୁର୍ମୁ (୩୪)। କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିଛି। ଏଥିସହ ଏକ ମାମଲା (ନଂ. ୮୩/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନା ପଠାଇଥିବା ଏସ୍‌ଆଇ ବିଭୁତି ମହାପାତ୍ର କହିଛନ୍ତି। ପ୍ରକାଶ ଯେ, ଦୁର୍ଯ୍ୟେଧନ ସକାଳେ କମର୍ଦ୍ଧା ଖଣିରୁ କାର୍ଯ୍ୟସାରି କାଳିଆପାଣି- ଟମକା ରାସ୍ତାରେ ଘରକୁ ଫେରୁଥିଲେ। ଟମକା ଦିଗକୁ ଯାଉଥିବା ଏକ ଟ୍ରକ୍‌ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ସେଠାରେ ଉପସ୍ଥିତଥିବା କେତେଜଣ ଲୋକେ ଉଦ୍ଧାରକରି ନିକଟସ୍ଥ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

ମାଙ୍କଡ଼ ଆକ୍ରମଣରେ ବୃଦ୍ଧ ମୃତ

ବାରଙ୍ଗ,୧୦।୯(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ ଖୈରାପଡ଼ା ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହର୍ଷ ଦାସ(୬୭)। ହର୍ଷ ଶୌଚ ପାଇଁ...

ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ

ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି...

ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ

ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି...

ପକ୍ଷାଘାତରେ ପୀଡ଼ିତ ବଶିଷ୍ଠ: ହେଲପରି କରି କୁଟୁମ ପୁଷୁଛେ ମଝିଆଁ ପୁଓ

ଲୋଇସିଂହା,୨୪।୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ(୬୦)। ଦିନ୍‌ଥିଲା ସେ ବାହା ଜାଂଗଲ ମାଜି ୮ ପରାନୀ କୁଟୁମ ପୁଷୁଥିଲେ। ସେଥ୍‌ରୁ...

ଜବରଦଖଲ ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ

ପୁରୁଣା ଭୁବନେଶ୍ୱର,୧୬।୧୦ (ଡି.ଏନ.ଏ.):ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାମାନ ହେବ। ଅଧିକରୁ ଅଧିକ ପର୍ଯ୍ୟଟକ...

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ...

ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଚାରାରୋପଣ

ଧର୍ମଶାଳା,୧୬ା୯(ଡି.ଏନ୍‌.ଏ.)- ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ଧର୍ମଶାଳା ଶାଖା ପକ୍ଷରୁ ରବିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ସଡ଼କର ଉଭୟ...

ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ: ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *