ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦ ଦେଶ ବିଶିଷ୍ଟ ଆସିଆନ ଦେଶ ଭାରତ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି(ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ ବା ଏଫ୍‌ଟିଏ)ର ସମୀକ୍ଷା ଲାଗି ରାଜି ହୋଇଛନ୍ତି। ଏଫ୍‌ଟିଏକୁ ନେଇ ଭାରତ ସହ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଆସିଆନ ଦେଶ ଆଗ୍ରହ ଦେଖାଇଛନ୍ତି।
ଏଫ୍‌ଟିଏ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଭାରତ କ୍ରମାଗତ ଆସିଆନ ଦେଶକୁ ମନାଇବାକୁ ଚେଷ୍ଟା କରୁଥିଲା। ବର୍ତ୍ତମାନର ଏଫ୍‌ଟିଏରେ ଚୁକ୍ତିର ସମୀକ୍ଷା କରିବା ଅଥବା ଏଥିରୁ ବାହାରି ଆସିବା ଲାଗି କୌଣସି ବ୍ୟବସ୍ଥା ବା ଧାରା ଉଲ୍ଲେଖ କରାଯାଇନାହିଁ। ଆକଳନ ମୁତାବକ ଆସିଆନ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ସେମାନଙ୍କ ସହ ଭାରତର ବାଣିଜ୍ୟ ନିଅଣ୍ଟ ୨୫୦ ପ୍ରତିଶତ ବଢ଼ିଯାଇଛି। ଉପା ଶାସନ କାଳରେ ୨୦୧୦ ଜାନୁୟାରୀରେ ଆସିଆନ ଦେଶ ସହ ଭାରତର ଏଫ୍‌ଟିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।
ନୀତି ଆୟୋଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆସିଆନ ଦେଶ ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୨୦୧୧ରୁ ୨୦୧୭ ମଧ୍ୟରେ ଦୁଇଗୁଣା ବୃଦ୍ଧି ପାଇ ୧୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ୨୦୧୧ରେ ଏହା ୫ ବିଲିୟନ ଡଲାର ଥିଲା। ଏହି ତୁଳନାରେ ଆସିଆନ ଦେଶଗୁଡ଼ିକର ପ୍ରାରମ୍ଭିକ ତଥ୍ୟ କହୁଛି ଯେ, ୨୦୧୮ରେ ଭାରତ ସହିତ ଆସିଆନ ଦେଶଗୁଡ଼ିକର ଦ୍ୱିପାକ୍ଷିକ ବାଣିଜ୍ୟ ୯.୮% ବୃଦ୍ଧି ପାଇ ୮୦.୮ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଉଦ୍ୟୋଗ ସଂଗଠନ ଆସୋଚାମ ପକ୍ଷରୁ ଜୁଲାଇରେ ଜାରି ଏକ ସର୍ଭେରେ ଚେତାବନୀ ଦେଇ କୁହାଯାଇଛି ଯେ, ଆସିଆନ ଦେଶଗୁଡ଼ିକୁ ଭାରତରୁ ରପ୍ତାନି ୨୦୦୫-୦୬ର ୧୦.୪୧ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୧୫-୧୬ରେ ୨୫.୨୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ତେବେ ଏହି ଅବଧିରେ ଆମଦାନୀ ୪ଗୁଣା ବଢ଼ି ୩୯.୮୪ ବିଲିୟନ ଡଲାର ହୋଇଛି। ବ୍ୟାଙ୍କକ୍‌ରେ ଚଳିତ ସପ୍ତାହରେ ଆୟୋଜିତ ଆସିଆନ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପରାମର୍ଶ ବୈଠକ ପରେ ଯୁଗ୍ମ ରୂପରେ ଏକ ବୟାନ ଜାରି କରାଯାଇଥିଲା। ଏଫ୍‌ଟିଏ ଚୁକ୍ତିର ସମୀକ୍ଷା କିଭଳି ଭାବେ ହେବ ସେ ସମ୍ପର୍କରେ ଆସନ୍ତା ବୈଠକରେ ଉପସ୍ଥାପନ କରାଯିବ। ସୂଚନାଥାଉ କି, ଆସିଆନ ଦେଶଗୁଡ଼ିକ ସହ ଭାରତର ଏଫ୍‌ଟିଏର ସମୀକ୍ଷା ପାଇଁ ଭାଜପାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ଏହାର ସହଯୋଗୀ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ଏହି ଚୁକ୍ତିର ସମୀକ୍ଷା କରାଯିବା ଦ୍ୱାରା ଦେଶର ରପ୍ତାନିକାରୀଙ୍କୁ ଫାଇଦା ମିଳିବ ଏବଂ ଅନ୍ୟ ଦେଶରୁ ଆମଦାନୀ କମିବ।


All Right Reserved By Dharitri.Com

ଶକ୍ତିକାନ୍ତଙ୍କ ସ୍ବାକ୍ଷରରେ ଜାରି ହେବ ନୂଆ ୫୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୧୭-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବାକୁ ଥିବା ନୂଆ...

ଏସ୍‌ପ୍ଲାନେଡ ଓ୍ବାନ ପାଳିଲା ପ୍ରଥମବର୍ଷ ପୂର୍ତ୍ତି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ଏବଂ ବାହୁଡା ଯାତ୍ରା ମଲ୍‌ ପରିସରରେ ପାଳିତ ହୋଇଯାଇଛି। ଏହା ସହ କେକ୍‌ କାଟି...

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ;ଅବମାନନା ମାମଲାରେ ଏନ୍‌ସିଏଲ୍‌ଏଟିଙ୍କ ନୋଟିସ

ନୂଆଦିଲ୍ଲୀ,୧୮-୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ୁଛି ପଛେ କମିବାର ନାଁ ଧରୁନି। ଏଚ୍‌ଏସ୍‌ବିସି ଡେଜି ଶେୟାରଧାରୀଙ୍କ ଦ୍ୱାରା ଦାୟର ଅବମାନନା ମାମଲାରେ...

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର...

ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ...

ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।...

Leave a comment

Your email address will not be published. Required fields are marked *