ଇଣ୍ଡିଆନ ଅଏଲ ପକ୍ଷରୁ ପାର୍ବଣ ଅଭିଯାନ; ଇନ୍ଧନ କ୍ରୟରେ କାର ସହ ଅନ୍ୟ ପୁରସ୍କାର ଜିତିବା ସୁବିଧା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଇଣ୍ଡିଆନ ଅଏଲ ଭୁବନେଶ୍ୱର ଡିଭିଜନାଲ କାର୍ଯ୍ୟାଳୟ ପକ୍ଷରୁ ପାର୍ବଣ ଅଭିଯାନ ‘ତ୍ୟୋହାର କି ଉମଙ୍ଗ ଇଣ୍ଡିଆନ ଅଏଲ କି ସଙ୍ଗ’ ଶୁଭାରମ୍ଭ ଘୋଷଣା କରାଯାଇଛି। ସ୍ଥାନୀୟ ନୟାପଲ୍ଲୀ ସ୍ଥିତ ଭମ୍‌ରା ସର୍ଭିସେସ ସେଣ୍ଟରଠାରେ କମ୍ପାନୀର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ରିଟେଲ ସେଲ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜ୍ଞାନ କୁମାର, ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ, ରିଟେଲ ସେଲ୍‌ସ ସାଧାରଣ ପ୍ରବନ୍ଧକ କୁମାର ଜ୍ୟୋତି ରାଏ ଏବଂ ସାଧାରଣ ପ୍ରବନ୍ଧକ ବାଣି ମହାନ୍ତି ଏହାର ଉନ୍ମୋଚନ କରିଛନ୍ତି। ଭୁବନେଶ୍ୱର ଡିଭିଜନ ପରିସରରେ ଥିବା କମ୍ପାନୀର ୨୩୧ ଫଲିଂ ଷ୍ଟେଶନରେ ଉକ୍ତ ଯୋଜନା ଆରମ୍ଭ ହୋଇଛି। ଏହା ନଭେମ୍ବର ମାସ ଶେଷ ଯାଏ ଚାଲିବ। ଅଭିଯାନ ଶେଷରେ ବମ୍ପର ଲକି ଡ୍ର ଅନୁଷ୍ଠିତ ହେବ। ପ୍ରଥମ ପୁରସ୍କାର ଭାବେ ଗୋଟିଏ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ କାର ଗ୍ରାହକ ଲାଭ କରିପାରିବେ। ସେହିଭଳି ୨ଟି ସ୍କୁଟି, ୨ଟି ଏଲ୍‌ଇଡି ଟିଭି, ୧୮ଟି ସ୍ମାର୍ଟଫୋନ, ୧୮ଟି ମିସ୍କର ଗ୍ରାଇଣ୍ଡର ଏବଂ ୩୬ଟି ଆଇରନ ପୁରସ୍କାର ରହିଛି। ୨ ଏବଂ ୪ ଚକିଆ ଗ୍ରାହକ ଯଥାକ୍ରମେ ଅନ୍ୟୁନ ୩୦୦ ଓ ୧୨୦୦ ଟଙ୍କାର ତେଲ ପକାଇଲେ ଲକି ଡ୍ରରେ ଭାଗ ନେଇ ପାରିବେ। ଗୋଟିଏ ମେସେଜରେ ସେମାନେ ଏଥିରେ ଭାଗ ନେବେ। ମେସେଜ ମଧ୍ୟରୁ ଲକି ଡ୍ରରେ ଭାଗ୍ୟଶାଳୀ ବିଜେତା ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ

ଭୁବନେଶ୍ୱର, ୧।୪: କୋଭିଡ୍‌-୧୯ ଲାଗି କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କୁ ନିରନ୍ତର ବ୍ୟାଙ୍କ ସେବା ଯୋଗାଣ ଦିଗରେ...

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍ ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ...

ଟାଟା-ମିସ୍ତ୍ରି ମାମଲା: ସୁପ୍ରିମ କୋର୍ଟରେ ଶୁକ୍ରବାର ଶୁଣାଣି

ନୂଆଦିଲ୍ଲୀ,୮-୧: ଟାଟାସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶୁକ୍ରବାର ହେବ। ନ୍ୟାଶନାଲ କମ୍ପାନୀ ଲ ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ...

ନିବେଶକଙ୍କ ସମ୍ପତ୍ତିରେ ୨.୫ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ,୧୦-୧: ଦେଶର ପୁଞ୍ଜିବଜାରର ସ୍ଥିତି ଉନ୍ନତ ହେବାରୁ ନିବେଶକଙ୍କ ସମ୍ପତ୍ତିରେ ଗୁରୁବାର ୨.୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ୟୁଏସ୍‌-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା...

ରପ୍ତାନି, ବାଣିଜ୍ୟ ନିଅଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୬-୭: ଦେଶର ରପ୍ତାନୀ ଜୁନ୍‌ରେ ୯.୭୧% ହ୍ରାସ ପାଇ ୨୫.୦୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୨୭.୭ ବିଲିୟନ ଡଲାର ଥିଲା।...

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ...

ହୋଟେଲ ଶିଳ୍ପ ଉପରୁ ହ୍ରାସ ହେଉ ଜିଏସ୍‌ଟି

ଭୁବନେଶ୍ୱର, ୮-୯ (ବ୍ୟୁରୋ): ୭,୫୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍‌ ଉପରେ ଏବେ ୨୮% ଜିଏସ୍‌ଟି ଲାଗୁ ହେଉଛି। ଏହା ଫଳରେ...

Leave a comment

Your email address will not be published. Required fields are marked *