ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ଅଫିସ,୧୨ା୯- ରାଜ୍ୟର ସର୍ବପୁରାତନ ସହର ଭାବେ ପରିଚିତ ବାରିପଦା ସହରରେ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି। ଏଠାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ତଥା ଅଟୋମେଟିକ ଲାଇଟ ପୋଷ୍ଟ, ଆବଶ୍ୟକ କର୍ମଚାରୀ ତଥା ଭିତ୍ତିଭୂମି ଅଭାବ ରହିଛି। ଜିଲା ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ସହରବାସୀ ବିଭିନ୍ନ ସମୟରେ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡିକ ପାଇଁ ୨୧ କନେଷ୍ଟବଲ, ୨ ହାବିଲଦାର ଓ ଜଣେ ଏସଆଇ ଦାୟିତ୍ୱରେ ରହିବା କଥା। କିନ୍ତୁ ବର୍ତ୍ତମାନ ୧୨ କନଷ୍ଟେବଳ, ୨ ହାବିଲଦାର ଓ ଜଣେ ଏଏସଆଇ ରହିଛନ୍ତିି। ଆବଶ୍ୟକ କର୍ମଚାରୀ ନ ଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପୋଷ୍ଟଗୁଡିକରେ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି। ଏହି ହୋମଗାର୍ଡଙ୍କ ଭରସାରେ ସହରରେ ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେଉଛି। ସେହିପରି ସହରର ଗୋଟିଏ କିମ୍ବା ଦୁଇଟି ଟ୍ରାଫିକ ପୋଷ୍ଟକୁ ଛାଡି ଦେଲେ ଅନ୍ୟଗୁଡିକରେ ପୋଲିସ କର୍ମଚାରୀମାନେ ଖରା ବର୍ଷାରେ ଠିଆ ହୋଇ କାର୍ଯ୍ୟ ସମ୍ପାଦକ କରୁଥିବା ଦେଖିବାକୁ ମିଳେ। ସହରରେ ବହୁ ଗୋଲେଇ ଛକ ଥିବା ବେଳେ ଏଠାରେ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସେହିପରି ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ବାରିପଦା ସହରରେ ଟ୍ରାଫିକ ଥାନାର ଆବଶ୍ୟକତା ଥିବାବେଳେ କେବଳ ଗୋଟିଏ ଟ୍ରାଫିକ ଆଉଟ ପୋଷ୍ଟ ରହିଛି। ଜିଲା ପୋଲିସ ପକ୍ଷରୁ ବାରିପଦାରେ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେହିପରି ସହରରେ ମେଡିକାଲ କଲେଜ ସହିତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ପ୍ରତିଦିନ ଜିଲା ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ବହୁ ଲୋକ ନିୟମିତ ଭାବେ ଏଠାକୁ ଆସିଥାନ୍ତିି। ମାତ୍ର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ସହରକୁ ନୂଆ ଆସୁଥିବା ଲୋକେ ଖରାପ ଅନୁଭୂତି ନେଇ ଫେରିଥାନ୍ତିି। ଅନ୍ୟପକ୍ଷେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଘର ଏହି ସହରରେ। ତେଣୁ ଏଠାକାର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଦିଗରେ ସେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବାରିପଦା ସଦର ଏସଡିପିଓ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଟ୍ରାଫିକ ପୋଷ୍ଟଗୁଡିକ ପାଇଁ ଅଧିକ କର୍ମଚାରୀ ନିଯୁକ୍ତି ସକାଶେ ବିଭାଗକୁ ଅବଗତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭାଗ ଗୁରୁତ୍ୱ ଦେଉଛି ବୋଲି ମଧ୍ୟ ସେ କହିଛନ୍ତିି।


All Right Reserved By Dharitri.Com

ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ...

ନକଲି ଆଇଆରଏସ ଅଧିକାରୀଙ୍କୁ ୬ ବର୍ଷ ଜେଲ ଦଣ୍ଡ

ବାରିପଦା ଅଫିସ,୧ା୮- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଏସଡିଜେଏମ କୋର୍ଟର ବିଚାରପତି ସୁମିତା ଆଚାର୍ଯ୍ୟ ବୁଧବାର ଏକ ଠକେଇ ମାମଲାର ବିଚାର କରି ଜଣେ ନକଲି...

ନ୍ୟାୟ ପାଇଁ ଏସ୍‌ପି, ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୪ା୯- ଆକ୍ରମଣର ଶିକାର ହୋଇଥିବା ବାସୁଦେବପୁର ଦିନ୍ଦାଚାନ୍ଦି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ କାମିନୀ ଦାସ ନ୍ୟାୟ ପାଇଁ ବୁଧବାର ଜିଲାପାଳ...

ବିଦ୍ୟାଳୟ ପାଚେରୀ ଭାଙ୍ଗିଲେ ହାତୀ ପଲ

ଠାକୁରମୁଣ୍ଡା,୨୩ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି। ଶୁକୃଳି ନିକଟରେ ଥିବା ବେଗୁନାବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ...

ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ: ପୂଜା ହେଲେ ୧୫୦ରୁ ଊର୍ଦ୍ଧ୍ୱ ଗୁରୁଜନ

ଉଦଳା, ୩ା୨(ଡି.ଏନ.ଏ.)-ଆଜିର ସମାଜରେ ବୃଦ୍ଧ ମା’ବାପାଙ୍କୁ ବୃଦ୍ଧାଶ୍ରମରେ ଦେଖିବାକୁ ମିଳୁଛି ା ମା’ ବାପା ଚଳନ୍ତି ଠାକୁର ହୋଇଥିବା ବେଳେ ସେମାନଙ୍କୁ ଅବହେଳା କରୁଛନ୍ତି ଜନ୍ମ...

୬୨ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୪।୧୦: ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୩ ହଜାର ୯୬୦ ଟଙ୍କା...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚିତ୍ରଡା,୧୮ା୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକା ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି।...

Leave a comment

Your email address will not be published. Required fields are marked *