ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର ଉତ୍ସବ ନିରବିଚ୍ଛନ୍ନ ଭାବେ ଚାଲିଅସୁଛି ା ଏହା ଆଉ କୈଣସିଠାରେ ଦେଖାଯାଏ ନାହିଁ ା ରାଜବଂଶ ତଥା ସମଗ୍ର ମୟୂରଭଞ୍ଜ ଜିଲାର ଆରାଧ୍ୟ ଦେବୀ ମା’ କିଚକେଶ୍ୱରୀଙ୍କର ଶାରଦୀୟ ଦୁର୍ଗାପୂଜାର ଏହା ଆଦ୍ୟଉସତ୍ବ। ସପ୍ତପୁରୀ ଅମାବାସ୍ୟା ସନ୍ଧ୍ୟାରେ ମା’ଙ୍କ ପାଖରେ କାକରାଭୋଗ ଲାଗିବା ପରେ ତା’ପରଦିନ ରାଜପୁରୋହିତ ଅଶୋକ କୁମାର ସାମନ୍ତରାୟଙ୍କ ମାର୍ଗଦର୍ଶନରେ ଓଡ଼ିିଶା-ଝାଡଖଣ୍ଡ ସୀମାନ୍ତ କୁଲଡିହା ଜଙ୍ଗଲରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏକ ସୁଉଚ୍ଚ ଶାଳଗଛ ସଂଗ୍ରହ କରାଯାଇଥିଲା। ଏକାଦଶୀ ତିଥିରେ ଇନ୍ଦପଡ଼ିିଆରେ ଉକ୍ତ ଶାଳଗଛ ଅଗରେ ବାଉଁଶରେ ନିର୍ମିତ ଏକ ଛତ୍ର ବା ଛତା ବନ୍ଧାଯାଏ। ସେଦିନକୁ ସ୍ଥାନୀୟ ଲୋକ ଅଧାର୍ସଗୀ କୁହନ୍ତି। ପବିତ୍ର ସୁନିଆ ଦିନ ସନ୍ଧ୍ୟାରେ ମା’ଙ୍କ ମନ୍ଦିରରୁ ପୂଜା କରାଯାଇ ତାଙ୍କ ପ୍ରତୀକ ସ୍ବରୂପ ବାଉଁଶ ଦଣ୍ଡକୁ କଳାଶାଢୀରେ ଆବୃତ କରି ରାଜପୁରୋହିତ, ମନ୍ଦିର ପୂଜକ, ମନ୍ଦିରର ଦୁର୍ଗାପୁଜା ପାଇଁ ବରଣି ବ୍ରାହ୍ମଣ ସମେତ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବାଜାରୋଷଣୀ ଓ ପଟୁଆରରେ ଇନ୍ଦପଡିଆ ଯାଇଥିଲେ। ସେଠାରେ ମା’ଙ୍କ ପ୍ରତୀକ ଦଣ୍ଡ, ଐରାବତ ହସ୍ତୀ ଉପରେ ବିରାଜମାନ ଦେବରାଜ ଇନ୍ଦ୍ରଙ୍କ ମୃଣ୍ମୟ ମୂର୍ତ୍ତି, ଚାରିଦିଗର ଦେବତାମାନଙ୍କୁ ପୂଜାପରେ ପୂର୍ବରୁ ପ୍ରସ୍ତୁତ ଛତ୍ରକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ହୁଳହୁଳି, ଶଙ୍ଖଘଣ୍ଟା ଶଦ୍ଦ ଭିତରେ ମୋଟା ଦଉଡି ଦ୍ୱାରା ଟାଣି ଦଣ୍ଡାୟମାନ କରିଥିଲେ। ବିଳମ୍ବିିତ ରାତି ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇଥିଲା। ଅଖପାଖର ହଜାର ହଜାର ସଂଖ୍ୟକ ମହିଳା ଶିଶୁ ପଡିଆରେ ଉପସ୍ଥିତ ରହି ଛତ୍ରକୁ ମୁଣ୍ଡିଆ ମାରୁଥିବା ଦେଖାଯାଇଥିଲା। କଥିତ ଅଛି ଯେ, ସ୍ବାଭାବିକ ବର୍ଷା ଓ ଭଲ ଫସଲ ଅମଳ ପାଇଁ ଦେବରାଜ ଇନ୍ଦ୍ରଙ୍କୁ କୃତଜ୍ଞତା ଜଣାଇବା ସକାଶେ ଏହି ପୂଜା କରାଯାଏ ା ପୂର୍ବରୁ ମାସାଧିକ କାଳ ଏହି ମେଳା ଲାଗୁଥିବା ବେଳେ ବର୍ତ୍ତମାନ ଏହା ସୀମିତ ହୋଇଯାଇଛି ା ଏହି ଲୋକପର୍ବ ଅନ୍ୟତ୍ର ଦେଖାଯାଏ ନାହିଁ ତେଣୁ ପ୍ରଶାସନ ଏହାର ବ୍ୟାପକ ପ୍ରଚାର ଓ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେବା ଆବଶ୍ୟକ ା


All Right Reserved By Dharitri.Com

ଏସ୍‌ୟୁସିଆଇର ପ୍ରତିବାଦ ସଭା

ଯଶିପୁର,୧୭ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍‌ପିଜି ଗ୍ୟାସ୍‌ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ...

୩ ଯୁବକଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ,୧୭।୧- ବାରିପଦା ସହରର ତକତପୁର ଛକରେ ଗୁରୁବାର ଅପରାହ୍ନରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ବିଦୁ କିସ୍କୁ ଓ...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା ଅଫିସ,୨୩।୮- ମୟୂରଭଞ୍ଜ ଜିଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ ତଥା କ୍ରୀଡ଼ା ଆଦିର ସଂରକ୍ଷଣ ଏବଂ ବିକାଶ ସକାଶେ ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ...

ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା

ବଡ଼ସାହି,୨୮ା୧୨(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଅଦିନିଆ ବର୍ଷା ଦାଉ ସାଧିଛି। ଅମଳ ହୋଇ ବିଲରେ ଗଦା ହୋଇ ରହିଥିବା ପାଚିଲା ଧାନ ବର୍ଷାରେ...

କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା...

ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ଆମ୍ବୁଲାନ୍ସ ଚାଳକ ନିଲମ୍ବିତ

ବାଙ୍ଗିରିପୋଷି,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ହାଣଦା ଗ୍ରାମର ଜଣେ ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ଆମ୍ବୁଲାନ୍ସଟି ଅଧାବାଟରେ...

ଦେବକୁଣ୍ଡରେ ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼

ଉଦଳା,୨୬ା୧୨(ଡି.ଏନ୍‌.ଏ.) – ବଡ଼ଦିନ ଉପଲକ୍ଷେ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ବୁଧବାର ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼ ଜମିଥିଲା। ଦେବକୁଣ୍ଡର ପ୍ରଥମ ବୁଢାମରା ଗେଟ୍‌ରେ ଇକୋ ଟୁରିଜିମ୍‌ ସହାୟତାରେ ନିର୍ମାଣ...

Leave a comment

Your email address will not be published. Required fields are marked *