ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ ଗୋଶାଣିନୂଆଗାଁ ରାଜୀବନଗରର ଅଜୁ ସାହୁ (୩୨), କଳୁଆ ସାହିର ମନୋଜ ସାମନ୍ତରା (୩୦), ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ଘଣ୍ଟ(୨୨), ଅକ୍ଷୟ ନାୟକ (୨୩), କଳୁଆ ବାଉରୀ ସାହିର ଜଗନ୍ନାଥ ଦାସ (୨୮) ଓ ଲାଞ୍ଜିପଲ୍ଲୀର ଦୀପକ ଚୌହାନ (୨୨)। ଘଟଣାସ୍ଥଳରୁ ପୋଲିସ ୨ଟି ଖଣ୍ଡା, ୪ଟି ବୋମା ଜବତ କରିଥିବା କହିଛି। ଶ୍ରୀକ୍ଷେତ୍ରବିହାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ସେମାନେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସକୁ ଜେରା ବେଳେ କହିଥିବା ନେଇ ଥାନାଧିକାରୀ ଭୂପତି ସୂଚନା ଦେଇଛନ୍ତି । ସେମାନଙ୍କ ବିରୋଧରେ ମାମଲା (ନଂ-୮୪/୧୯)ରୁଜୁ କରାଯାଇଥିବା ବେଳେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।


All Right Reserved By

କୃଷକ ସଭାର ଗଣଧାରଣା

ଛତ୍ରପୁର,୮ା୬(ଡି.ଏନ୍‌.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା...

ଅସୁରକ୍ଷିତ ଅବସ୍ଥାରେ ମିନାବଜାର

ବ୍ରହ୍ମପୁର ଅଫିସ,୨୮ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସରିବାକୁ ଦୁଇଦିନ ବାକି ରହିଛି। ଦେଶୀ ବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ, ସାନବଜାର, ବଡ଼ବଜାର,...

କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ...

ବର୍ଜ୍ୟବସ୍ତୁ ପରିଚାଳନା ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି

ବ୍ରହ୍ମପୁର ଅଫିସ,୧ା୫-ବ୍ରହ୍ମପୁର ବଡ ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ...

ବିଡ଼ିପୁର କଲେଜରୁ ଚୋରି

ଭଞ୍ଜନଗର,୧୫।୬(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ବିଡ଼ିପୁରସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ କଲେଜରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ଅଫିସ୍‌ କବାଟ ଭାଙ୍ଗି ଗୋଟିଏ କମ୍ପ୍ୟୁଟର, ଗୋଟିଏ...

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡିରେ ଅବକାରୀ ସ୍କ୍ବାଡ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ନେଲେ ଆରଡିସି

ବ୍ରହ୍ମପୁର ଅଫିସ,୪ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଶନିିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜୁଲାଇ ୩୧ରେ ରାଜଭବନରୁ ଆସିଥିବା...

ମାଟ୍ରିକ୍‌ ପରୀକ୍ଷା ଫଳରେ ଉନ୍ନତି ଉଦ୍ୟମ, ଛୁଟିଦିନ, ରବିବାରରେ ହେବ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୪ା୧୦-ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଗଞ୍ଜାମ ଜିଲାରେ ମାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *