Posted inUncategorized

ରଙ୍ଗିପୁର ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ଭିଡ଼

ଗୋପାଳପୁର,୨୧।୫-ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁର ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୧୬ ତାରିଖରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଯାତ୍ରା ଷଷ୍ଠ ଦିବସରେ ପହଞ୍ଚତ୍ଛି। ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ପ୍ରତ୍ୟହ ଆଖପାଖ ବହୁ ଭକ୍ତଙ୍କ ସମାଗମ ହେଉଛି। ଏହି ଯାତ୍ରା ପ୍ରତି ୨ବର୍ଷରେ ଥରେ ହେଉଥିବା ବେଳେ ଚଳିତମାସ ୨୭ ତାରିଖରେ ଉଦ୍‌ଯାପିତ ହେବ। ପ୍ରତିଦିନ ରାତିରେ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରୁଥିବା ବେଳେ ଭକ୍ତମାନେ ନିଜନିଜ ଘର ସମ୍ମୁଖରେ ପୂଜାଥାଳି, କୁମ୍ଭ ରଖି ପୂଜାର୍ଚ୍ଚନା କରୁଛନ୍ତି। ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସୋମବାର ୧୧,୧୦୮ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା। ବହୁ ଭକ୍ତ ସାମିଲ ହୋଇ ଦୀପଦାନ କରିଥିଲେ। ଆସନ୍ତା ୨୩ରୁ ୨୫ ପର୍ଯ୍ୟନ୍ତ ଦୁର୍ଗାଶିଷ୍‌ ଗଣନାଟ୍ୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଯାତ୍ରା କମିଟି ସଭାପତି ଅଜିତ କୁମାର ଦାସ ସୂଚନା ଦେଇଛନ୍ତି।


All Right Reserved By Dharitri.Com

Posted inUncategorized View All

ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର...

ସଫଳତା ପଥେ ଦୁଇ ଭଉଣୀ

ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ...

ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା

ସୋନପୁର,୧୪ା୧୦(ନି.ପ୍ର.) ପୂଜା ମଣ୍ଡପକୁ ଶନିବାର ବିଳମ୍ବିତ ରାତିରେ ଦେବୀ ଗୌରୀଙ୍କ ଆଗମନ ପରେ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଛି ପରମ୍ପରା ଓ ଦେବାଙ୍ଗ ସଂସ୍କୃତିର ମହାପାର୍ବଣ ପ୍ରସିଦ୍ଧ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର...

ଭଞ୍ଜନଗରର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ନୂଆବର୍ଷ ଉପଲକ୍ଷେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ବୁଧବାର...

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ...

ଆନ୍ଧ୍ରରେ ଫଶିଛନ୍ତି ୪୨ ପରୀକ୍ଷାର୍ଥୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବାରିପଦା ଅଫିସ, ୨୪ା୩- ଓଡ଼ିଶାରୁ ବିଏଡ ଟିଚିଙ୍ଗ୍‌ ପରୀକ୍ଷା ଦେବା ପାଇଁ ଆନ୍ଧ୍ରକୁ ଯାଇଥିବା ୪୨ ପରୀକ୍ଷାର୍ଥୀ ସେଠାରେ ଫଶି ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ...

Leave a comment

Your email address will not be published. Required fields are marked *