କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ ଦଶ ଅନୁଜ୍ଞା: ମିଛ କୁହ ନାହିଁ, ମାତାପିତାଙ୍କୁ ସମ୍ମାନ ଦିଅ ଇତ୍ୟାଦିର କିଛି ଅର୍ଥ ନାହିଁ। ମୋ ବିଶ୍ୱରେ କେବଳ ଗୋଟିଏ ଅନୁଜ୍ଞା ଅଛି: ତୁମେ କାହାରି ଦୁଃଖଯନ୍ତ୍ରଣାର କାରଣ ହୁଅ ନାହିଁ। ସଂକ୍ଷେପରେ କହିଲେ, ସଚେତନ ହୋଇ ବଞ୍ଚ। କ’ଣ ଖାଉଚ, କେଉଁଠି ଚାଲୁଚ, କ’ଣ ବ୍ୟବହାର କରୁଚ, କ’ଣ କହୁଚ ଓ କ’ଣ ଆଶା କରୁଚ, ସେସବୁକୁ ଭଲକରି ତନଖି ଦେଖ। ତାହା କରିପାରିଲେ ତୁମେ ଏକ ସଫଳ ଓ ସାର୍ଥକ ଜୀବନ ଜିଇପାରିବ ଏବଂ ସାରା ଦୁନିଆ ନିଜକୁ ତୁମ ପାଦତଳେ ଅଜାଡ଼ି ଦେବ।
ଚମଡ଼ା, ମାଂସ, ଅଣ୍ଡା, କ୍ଷୀର- ଏସବୁ ପାଇଁ ମୋ ଦୁନିଆରେ ତ କେବଳ ‘ନା’ ହିଁ ‘ନା’ ରହିଛି। କିନ୍ତୁ କିଛି ଚିନ୍ତା ନ କରି ଆପଣ ଏପରି ଆଉ କିଛି କାର୍ଯ୍ୟ କରନ୍ତି, ଯାହା କରିବା ଉଚିତ ନୁହେଁ ବା ନ କରିଥିଲେ ଭଲ ହୋଇଥାନ୍ତା।
ବୋନସାଇ (ବାମନୀକୃତ ଗଛ) କିଣନ୍ତୁ ନାହିଁ, ରଖନ୍ତୁ ନାହିଁ ବା ଗ୍ରହଣ କରନ୍ତୁ ନାହିଁ। ଏଗୁଡ଼ିକ ପ୍ରକୃତରେ ବଡ଼ ଗଛ, ଯାହାର ବାରମ୍ବାର ଚେର କାଟି ଓ ବଢ଼ିବାକୁ ନ ଦେଇ ବାମନ କରି ଦିଆଯାଏ। ତିନି ଇଞ୍ଚ ଗଭୀର କୁଣ୍ଡ ଭିତରେ ଏକ ଅଶ୍ୱତ୍ଥ ବୃକ୍ଷ ଭଳି ନିଜର ଅବସ୍ଥା ହୋଇଥିଲେ କିପରି ଅନୁଭବ କରିଥାନ୍ତେ କଳ୍ପନା କରନ୍ତୁ। ଚାଇନିଜମାନେ ଗୋଟିଏ ଝିଅ ଜନ୍ମ ହେବା ପରେ ପରେ ତା’ ପାଦକୁ ବାନ୍ଧିଦେଲେ ଏବଂ ସେ ବଡ଼ ହେବା ପରେ ତା’ର ପାଦ ସେଇ ଦୁଇ ଇଞ୍ଚର ହୋଇ ରହିଗଲା। ସେ ସାରା ଜୀବନ ଦୁଃଖଯନ୍ତ୍ରଣାରେ କଟାଇଲେ। ଗଛମାନଙ୍କ କ୍ଷେତ୍ରରେ ବି ସେଇ ଏକା ଅନୁଭବ ହୋଇଥାଏ। ଏ ବାମନୀକରଣ ପ୍ରକ୍ରିୟା ହେଉଛି ଅତ୍ୟନ୍ତ ନୃଶଂସ ଓ ନୀତିବିଗର୍ହିତ। ଧନୀ ଲୋକମାନେ ନିଜ ଘରର ଶୋଭା ବଢ଼ାଇବା ପାଇଁ ଓ ଆତ୍ମବଡ଼ିମା ଦେଖାଇବା ପାଇଁ ଏହିସବୁ ଗଛ କିଣନ୍ତି। ଯେଉଁମାନେ ଏ ବୋନସାଇ ଗଛ ତିଆରି କରନ୍ତି, ସେମାନେ ଅତ୍ୟନ୍ତ ନୃଶଂସ ଓ ପ୍ରକୃତି ଉପରେ କ୍ଷମତା ବିସ୍ତାର କରିବାକୁ ଚାହାନ୍ତି। ସେମାନେ ନିଜ ସପକ୍ଷରେ ଏତିକି ସଫେଇ ଦେଇଥାନ୍ତି: ଆମେ ଏ ଗଛଗୁଡ଼ିକୁ ମାଗଣା ଖାଦ୍ୟ ଓ ପାଣି ଦେଉଛୁ। ତାଙ୍କୁ ରୋଗପୋକ କବଳରୁ ରକ୍ଷା କରୁଛୁ, ସେମାନଙ୍କ କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଉଛୁ, ଆମେ ସେମାନଙ୍କ ପାଣିପାଗକୁ ନିୟନ୍ତ୍ରିତ କରୁଛୁ ଏବଂ ସେମାନେ ଏକ ସହଜ ଜୀବନ ବଞ୍ଚୁଛନ୍ତି। ତା’ହେଲେ ଜେଲରେ ଥିବା ମଣିଷଙ୍କ ପ୍ରତି ଏବଂ ପରୀକ୍ଷାଗାରରେ ବ୍ୟବହୃତ ପ୍ରାଣୀମାନଙ୍କ ପ୍ରତି ବି ତ ସେହିପରି ଆଚରଣ କରାଯାଏ।
ବାହାଘର ପାର୍ଟିରେ ଘୋଡ଼ାମାନଙ୍କୁ ବ୍ୟବହାର କରନ୍ତୁ ନାହିଁ। ଏମାନେ ସାଧାରଣତଃ ମାଈ ଘୋଡ଼ା ଓ ଧଳା ରଙ୍ଗର, ତେଣୁ ସେମାନେ ସହଜରେ ଅଂଶୁଘାତର ଶିକାର ହୋଇଥାନ୍ତି। ଘୋଡ଼ାମାନଙ୍କର କାନ ଓ ମୁହଁ ଅତ୍ୟନ୍ତ ସମ୍ବେଦନଶୀଳ। ବାହାଘର ସ୍ଥଳରେ ପହଞ୍ଚିବା ପାଇଁ ସେମାନଙ୍କୁ ମାଇଲ ମାଇଲ ଚାଲିବାକୁ ପଡ଼େ, ତା’ପରେ ଘଣ୍ଟା ଘଣ୍ଟା ଧରି ବରଯାତ୍ରୀ ପାର୍ଟି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଠିଆ ହୋଇ ରହିବାକୁ ପଡ଼େ। ତା’ପରେ ଘଣ୍ଟା ଘଣ୍ଟା ଧରି ମାଇକ୍‌, ବାଜା, ବାଣ, ଲୋକଙ୍କ ପାଟିତୁଣ୍ଡ ଓ ଚିତ୍କାର ଆଦିର ଅତି ଉଚ୍ଚ କାନଫଟା ଶବ୍ଦ ସହ୍ୟ କରିବାକୁ ପଡ଼େ। ସେମାନେ ଯେପରି କାମୁଡ଼ିବେ ନାହିଁ ଓ ନିୟନ୍ତ୍ରଣରେ ରହିବେ, ସେଥିପାଇଁ ତାଙ୍କ ନାକ ଓ ପାଟିରେ ଦଉଡ଼ି ଭିଡ଼ା ହୋଇଥାଏ। ଏହାଦ୍ୱାରା ସେମାନଙ୍କ ପାଟିରୁ ରକ୍ତ ଝରେ, ଘାଆ ହୋଇଯାଏ, ଦାନ୍ତର ସ୍ଥାୟୀ କ୍ଷତି ହୁଏ ଏବଂ ଅଶେଷ ଯନ୍ତ୍ରଣା ହୁଏ। ମଣ କରିବା ତାଲିମ ସମୟରେ ସେମାନଙ୍କୁ ପ୍ରବଳ ପିଟାଯାଏ। କୌଣସି ପ୍ରାଣୀର ଏପରି ଯନ୍ତ୍ରଣା ସମୟରେ ଆପଣ ବିବାହ ଉତ୍ସବରେ ମଉଜ କରିବାକୁ ଚାହାନ୍ତି? ଏହା କ’ଣ ଆପଣଙ୍କୁ ଖୁସି ଦେଇପାରିବ?
ଚଢ଼େଇକୁ ପଞ୍ଜୁରିରେ ରଖିବା, ମାଛକୁ କାଚ ପାଣିପାତ୍ରରେ ରଖିବା ଓ କୁକୁରକୁ ଫିତାରେ ବା ଚେନ୍‌ରେ ବାନ୍ଧି ରଖିବା ମଧ୍ୟ ସେମାନଙ୍କ ପ୍ରତି ନିର୍ଯାତନା ଛଡ଼ା ଆଉ କିଛି ନୁହେଁ। କୁକୁର ଦଉଡ଼ିବାକୁ ଚାହେଁ ଓ ଏଣେ ତେଣେ ଶୁଙ୍ଘିବାକୁ ଚାହେଁ। କିନ୍ତୁ ଅନେକ ମାଲିକ କୁକୁରକୁ ବାହାରକୁ ବୁଲାଇ ନେଲାବେଳେ ଚେନ୍‌ରୁ ଆଦୌ ଖୋଲନ୍ତି ନାହିଁ। ମାଲିକ ଯେତିକି ବେଗରେ ଚାହାନ୍ତି, କୁକୁର ସେତିକି ବେଗରେ ତାଙ୍କ ସହ ଚାଲନ୍ତି। କୁକୁରକୁ ବୁଲାଇ ନେବା ବେଳେ ତା’ର ମଳ ସଫା କରିବାକୁ ଭୁଲନ୍ତୁ ନାହିଁ, ନ ହେଲେ ଅନ୍ୟ ଲୋକମାନେ ବିରକ୍ତି ପ୍ରକାଶ କରିବେ।
ପୋଷା ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ କିନ୍ତୁ ସେମାନଙ୍କୁ ପାଉଁରୁଟି ଦିଅନ୍ତୁ ନାହିଁ। ପାଉଁରୁଟିରେ ମଇଦା ଓ ଚିନି ଛଡ଼ା କୌଣସି ପୌଷ୍ଟିକତା ନ ଥାଏ। ଏହା ସେମାନଙ୍କ ଭୋକ ମାରିଦିଏ ଓ ସେମାନଙ୍କ ପ୍ରାକୃତିକ ଖାଦ୍ୟ ଯଥା କୀଟ, ଫଳ ଓ ମଞ୍ଜି ଖାଇବାରୁ ବଞ୍ଚିତ କରେ, ଯାହା ସେମାନଙ୍କୁ ସୁସ୍ଥ ରଖିବା ସହ ବଢ଼ିବାରେ ସାହାଯ୍ୟ କରିଥାନ୍ତା। ଅନୁପଯୁକ୍ତ ଖାଦ୍ୟ ସେମାନଙ୍କୁ ଅସୁସ୍ଥ କରିଥାଏ। ପାଉଁରୁଟି ଓଦା ହେବା ପରେ ଅଠାଳିଆ ହୋଇ ତାଙ୍କ ପାକସ୍ଥଳୀରେ ଲାଗିରହି ପଚିଯାଏ ଓ ସେମାନଙ୍କ ମୃତ୍ୟୁର କାରଣ ହୋଇପାରେ। ପାଉଁରୁଟି ଛୋଟ, ଶୁଖିଲା ଓ ବାସି ହୋଇଥିଲେ ମଧ୍ୟ ସମସ୍ୟା ଦେଖାଯାଏ। ତେଣୁ ଚଢ଼େଇମାନଙ୍କୁ ସେମାନଙ୍କ ପ୍ରାକୃତି ଖାଦ୍ୟ, ବାଦାମ, ସୂର୍ଯ୍ୟମୁଖୀ, କଖାରୁ ଓ ନାଉ ମଞ୍ଜି, ଚାଉଳ ଓ ଖଟା ଫଳ ବ୍ୟତୀତ ଋତୁକାଳୀନ ଫଳ ଆଦି ଖାଇବାକୁ ଦିଅନ୍ତୁ।
ଘରେ ବା ଅଫିସରେ ଆକ୍ୱାରିୟମ୍‌ ରଖିବା ଅନାବଶ୍ୟକ। ପଞ୍ଜୁରି ଭିତରେ ଥିବା ଚଢ଼େଇ ପରି ମାଛମାନେ ଏଥିରେ ଖୁବ୍‌ କଷ୍ଟ ପାଇଥାନ୍ତି। ମାଛମାନେ ସମୁଦ୍ରରେ ମାଇଲ ମାଇଲ ପହଁରନ୍ତି, ଆକ୍ୱାରିୟମ୍‌ ଭିତରେ ସେ ସୁଯୋଗ କାହିଁ? ଖାଇବାକୁ ଦିଆଗଲେ ମଧ୍ୟ ବନ୍ଦୀ ଜୀବନ କାହାକୁ ବି ସୁଖ ଦେଇପାରେ ନାହିଁ। ଅନ୍ୟ ପ୍ରଜାତିର ମାଛଙ୍କ ଗହଳି ଭିତରେ ଆକ୍ୱାରିୟମ୍‌ ଭିତରେ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ନ୍ତି। ସେମାନଙ୍କୁ ମାଛ ଖାଦ୍ୟ ନାମରେ ଅନ୍ୟ ମାଛଙ୍କ ମଲା ଶୁଖିଲା ଦେହର ଗୁଣ୍ଡ ଖାଇବାକୁ ମିଳେ। ଏପରି କୁଖାଦ୍ୟ ଓ ପରିବେଶରେ କେଇ ସପ୍ତାହ ଭିତରେ ସେମାନଙ୍କ ମୃତ୍ୟୁ ଘଟେ। ଆପଣମାନେ ନିଜେ ଏ କାର୍ଯ୍ୟରୁ ଦୂରରେ ରହିବା ସହ ଅନ୍ୟମାନଙ୍କୁ ବିରୋଧ କରିବା ଉଚିତ।
ପ୍ଲାଷ୍ଟିକ୍‌ ଥଳି ଭିତରେ ଘରର ବଳକା ଖାଦ୍ୟ, ପରିବା ବା ଫଳ ଚୋପା ଆଦି ଫୋପାଡ଼ନ୍ତୁ ନାହିଁ। ଭୋକିଲା କୁକୁର ଓ ଗାଈମାନେ ତାକୁ ଖାଇ ମୃତ୍ୟୁମୁଖରେ ପଡ଼ନ୍ତି। ଗାଈମାନଙ୍କ ପେଟରେ ପ୍ଲାଷ୍ଟକ୍‌ ଜରିଗୁଡ଼ିକ ଜମା ହୋଇ ପ୍ରତିମାସରେ ଲକ୍ଷାଧିକ ଗାଈ ମୃତ୍ୟୁବରଣ କରୁଛନ୍ତି। ବରଂ ବିଭିନ୍ନ ପ୍ରକାର ବଳକା ଖାଦ୍ୟକୁ ଅଲଗା ଅଲଗା କରି ଏମିତି ଜାଗାରେ ଖୋଲା ପକାନ୍ତୁ, ଯେମିତି ବୁଲା ପ୍ରାଣୀ ବା ଚଢ଼େଇ ଖାଇପାରିବେ।
Email: gandhim@nic.in


All Right Reserved By

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ...

ବିଦ୍ୟୁତ୍‌ଚାଳିତ ଗାଡ଼ି-ଆବଶ୍ୟକତା ଓ ସମସ୍ୟା

ଇଂ. ମାୟାଧର ସ୍ବାଇଁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବାୟୁ ପ୍ରଦୂଷଣ ହେଉଛି ଗୋଟିଏ ମୁଖ୍ୟ ସମସ୍ୟା। ବିଶେଷକରି ସହରାଞ୍ଚଳରେ ଏହା ଅତି ସାଂଘାତିକ ହେଲାଣି।...

ଓଡ଼ିଶା କଂଗ୍ରେସର ଇତିବୃତ୍ତ

ଶରତ ଚନ୍ଦ୍ର ମିଶ୍ର ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ...

ସମ୍ପାଦକୀୟ/ କଡ଼ା କର ସଡ଼କ ନିୟମ

ଭାରତରେ ୧ ସେପ୍ଟେମ୍ବର ୨୦୧୯ରେ ନୂଆ ମୋଟର ଭେଇକିଲ୍ସ ଆଇନ ଲାଗୁ ହେବା ପରଠାରୁ ଦେଶବ୍ୟାପୀ କୋକୁଆ ଭୟ ସୃଷ୍ଟି ହୋଇଛି। ଓଡ଼ିଶାରେ ଗୋଟିଏ ସପ୍ତାହ...

ସମ୍ପାଦକୀୟ/ଉପହାର ଲୋଭ

ସମ୍ପାଦକୀୟ/ଉପହାର ଲୋଭ ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ...

ବ୍ୟକ୍ତିଗତ ପ୍ରସଙ୍ଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ୨୦୧୪ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଶାସନିକ ବାବୁମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଓ ସ୍ବତନ୍ତ୍ର ଡ୍ୟୁଟି...

ଆଚରଣବିଧିର ପ୍ରହସନ

ତୁଷାରକାନ୍ତ ୧୯୭୧ ମସିହା ସଂସଦୀୟ ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନରୁ ଇନ୍ଦିରା ଗାନ୍ଧୀ ବହୁ ବ୍ୟବଧାନରେ ସମାଜବାଦୀ ନେତା ରାଜନାରାୟଣଙ୍କୁ ହରାଇବା ପରେ...

ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *