ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୧।୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ ଇଏମ୍‌ଆଇ ଭରିବା ବଦଳରେ ଓଲା ଓ ଉବର କ୍ୟାବ୍‌ରେ ଯିବାକୁ ପସନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବଜାଜ ଅଟୋ ଏମ୍‌ଡି ରାଜୀବ ବଜାଜଙ୍କର ଏ କ୍ଷେତ୍ରରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ପାଦନ ଯୋଗୁ ଗାଡ଼ି ଗଦା ହେବା ଏବଂ କେତେକ ପରିମାଣରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ସଙ୍କଟଗ୍ରସ୍ତ ହୋଇଛି। ଏଥିପାଇଁ ଅଟୋ ସେକ୍ଟର ନିଜେ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ ମତରେ ଜିଏସ୍‌ଟି ହାର ହ୍ରାସ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଆସନ୍ତା ୨୦ରେ ଜିଏସ୍‌ଟି କାଉନସିଲ୍‌ର ବୈଠକରେ ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ବଜାଜ୍‌ଙ୍କ କହିବାନୁଯାୟୀ, ଅଟୋ ଶିଳ୍ପ ବିଏସ୍‌-୬ ମାନଦଣ୍ଡ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ନଭେମ୍ବର ସୁଦ୍ଧା ସଙ୍କଟ ଶେଷ ହୋଇଯିବ। ସେ କହିଛନ୍ତି ଯେ, ଏଭଳି କୌଣସି ଶିଳ୍ପ ନାହିଁ ଯାହା କେବେ ନିମ୍ନଗାମୀ ହୁଏନାହିଁ। ଏହା ସର୍ବଦା ଗୋଟିଏ ବେଗରେ ଯାଉଥିବାର କେବେ ହେଲେ ଦେଖାଯାଇନାହିଁ। ଉଲ୍ଲେଖ କରାଯାଇପାରେ ଯେ, ବଜାଜ୍‌ ଅଟୋ ଦେଶର ତୃତୀୟ ସର୍ବବୃହତ ବାଇକ ନିର୍ମାତା ଭାବେ ପରିଗଣିତ। ଏହା ଉତ୍ପାଦନ କରୁଥିବା ମୋଟ ଗାଡ଼ିର ଅଧା ରପ୍ତାନି କରିଥାଏ। ତେବେ ରାଜୀବ ବଜାଜ କହିଛନ୍ତି ଯେ, ଜୁଲାଇ ଓ ଅଗଷ୍ଟରେ କମ୍ପାନୀର ଗାଡ଼ି ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ନୀତି କାରଣରୁ ୫-୭ ପ୍ରତିଶତ ଅଧିକ ହ୍ରାସ ଦେଖାଯାଇଛି। ସେ କହିଛନ୍ତି ଯେ, ସବୁ ଉଦ୍ୟୋଗର ଏକ ଚକ୍ର ରହିଛି। ଅଭିବୃଦ୍ଧି ଓ ହ୍ରାସ ସମାନ ଭାବେ ହୋଇଥାଏ। କେବେ ସୁଦ୍ଧା ଅଟୋମୋବାଇଲ ସେକ୍ଟରରେ ସୁଦିନ ଫେରିବ କହିହେବ ନାହିଁ। ତେବେ ତାଙ୍କ ମତରେ ଏଥିପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଇପାରେ। ସେ କହିଛନ୍ତି ଯେ, ଅଟୋ ଶିଳ୍ପ ବେଳେ ବେଳେ କିଛି ନ ଭାବି ଗୋଟି ଚଳାଇଦିଏ। ଭବିଷ୍ୟତର ଅନୁମାନ ପ୍ରତି ଧ୍ୟାନ ନ ଦେଇ ଉତ୍ପାଦନ ବଢ଼ାଇ ଚାଲେ। ବର୍ତ୍ତମାନ ସେଭଳି ସ୍ଥିତି ଦେଖାଦେଇଛି। ଅଟୋ ସେକ୍ଟରରେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ ପାଇଁ ଦାବି ହେଉଥିବାକୁ ନେଇ ବଜାଜ କହିଛନ୍ତି ଯେ, ଏହାଦ୍ୱାରା ଡିଲରଙ୍କ ଅର୍ଥ ଫଶିଯିବ। ତାଙ୍କର କହିବାନୁଯାୟୀ, ଡିଲରମାନେ ଇତିମଧ୍ୟରେ ଅଧିକ ଜିଏସ୍‌ଟି ଦେଇସାରିଛନ୍ତି। ଜିଏସ୍‌ଟି ହାର ହ୍ରାସ ପାଇଲେ ଲୋକେ ଶସ୍ତାରେ ଗାଡ଼ି କିଣିବାକୁ ଚାହିଁବେ। ଏହାଦ୍ୱାରା ଡିଲରଙ୍କୁ କ୍ଷତି ସହିବାକୁ ପଡିବ। ଜିଏସ୍‌ଟି ହାର ହ୍ରାସ କେବଳ ବିଏସ୍‌-୬ ଗାଡ଼ିରେ ସୀମିତ ରହିବା ଆବଶ୍ୟକ ବୋଲି ବଜାଜ କହିଛନ୍ତି।


All Right Reserved By

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

ଯାଞ୍ଚ ଘେରରେ ବୃହତ ଟେକ୍‌ କମ୍ପାନୀ

ଓ୍ବାଶିଂଟନ,୨୬-୭: ଫେସ୍‌ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍‌ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା...

ଧର୍ମଘଟରେ ବ୍ରିଟିଶ୍‌ ଏୟାରଓ୍ବେଜ ପାଇଲଟ;୧୫୦୦ ଉଡ଼ାଣ ରଦ୍ଦ, ୭୦୪ କୋଟି କ୍ଷତି

ନୂଆଦିଲ୍ଲୀ,୧୦-୯: ବ୍ରିଟେନର ବିମାନ କମ୍ପାନୀ ବ୍ରିଟିଶ୍‌ ଏୟାରଓ୍ବେଜର ପାଇଲଟ ସୋମବାର ଓ ମଙ୍ଗଳବାର ଧର୍ମଘଟରେ ସାମିଲ ହୋଇଛନ୍ତି। ଏୟାରଲାଇନର ୧୦୦ବର୍ଷର ଇତିହାସରେ ଏହା ସର୍ବବୃହତ ଧର୍ମଘଟ...

ଇଣ୍ଡିଆନ ଅଏଲର ସ୍ବଚ୍ଛତା ପକ୍ଷ

ଭୁବନେଶ୍ୱର,୧୫-୭: ସ୍ବଚ୍ଛତା ପକ୍ଷ ଉପଲକ୍ଷେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ ପକ୍ଷରୁ ପୁରୀ ବଡଦାଣ୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ କମ୍ପାନୀ ପକ୍ଷରୁ ଗୁଣ୍ଡିଚା...

ଘର କ୍ରେତାଙ୍କୁ ମାଲିକାନା ନେବାକୁ ବାଧ୍ୟ କରାଯାଇପାରିବନି

ନୂଆଦିଲ୍ଲୀ,୪-୮: ବିଳମ୍ବିତ ହାଉସିଂ ପ୍ରକଳ୍ପରେ ନିର୍ମିତ ଘରର ମାଲିକାନା ନେବା ଲାଗି ବିଲ୍ଡର ବାଧ୍ୟ କରିପାରିବ ନାହିଁ। ଏହା ଘର ମାଲିକଙ୍କ ଇଚ୍ଛାଧୀନ। ଫ୍ଲାଟ୍‌ ନିର୍ମାଣ...

ବ୍ୟାଙ୍କ ମିଶ୍ରଣକୁ ବିରୋଧ;୨୬ରୁ ଦୁଇଦିନିଆ ବ୍ୟାଙ୍କ ୟୁନିୟନ ଧର୍ମଘଟ

ନୂଆଦିଲ୍ଲୀ,୧୩-୯: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଧିକାରୀଙ୍କ ୟୁନିୟନ ପକ୍ଷରୁ ଚଳିତ ମାସ ୨୬ରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି। ସରକାର...

ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ...

ନିଯୁକ୍ତି ସଙ୍କଟ: ନୂଆ ସରକାରଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧୩।୫: ଆଉ କେଇଟା ଦିନ ପରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ମହାକୁମ୍ଭ ଶେଷ ହୋଇଯିବ। ମେ ୨୩ରେ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ନୂଆ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *