ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ପ୍ରକାଶ ପାଇଛି। ଏଡିଜେ ବାମାଶଙ୍କର ମିଶ୍ର ଘଟଣାର ଅଭିଯୁକ୍ତା ରାଇମୁନି ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ୩ ମାସ ଜେଲ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଅଗଷ୍ଟ ୧୯ରେ କଣ୍ଟାପାଳ ଗ୍ରାମର ସହଚରୀ ମହନ୍ତଙ୍କୁ ବାଇଗଣ ବାଡ଼ିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ରାଇମୁନୀ ମୁଣ୍ଡା ତାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତାଙ୍କ ପୁଅ ଫକୀର ମହନ୍ତଙ୍କ ଅଭିଯୋଗକ୍ରମେ କେସ ନଂ. ୪୧/୧୭ ଏବଂ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତାଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ କେସ ନଂ. ସିଟିଏସ୍‌ ୧୦୫/୧୭ର ବିଚାର କରି ଏଡିଜେ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ।


All Right Reserved By

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ: ୩ ପିଲା ଗୁରୁତର

କୋରୁକୋଣ୍ଡା, ୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସଦର ବାଲିସାଗରସାହିର ମନୋଜ ନାୟକଙ୍କ...

ପୋଲାଭରମ୍‌: ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ଗୃହ କମିଟି

ଭୁବନେଶ୍ୱର,୬।୮(ବ୍ୟୁରୋ): ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ଏକ...

ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଫେରାର

ହିଞ୍ଜିଳିକାଟୁ,୨୧ା୪(ଡି.ଏନ୍‌.ଏ.):  ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ...

ବସ୍‌କୁ ଧକ୍କା ଦେଲା ଅଟୋ, ୩ ଗୁରୁତର

ଉଦଳା,୨୧।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଉଦଳା-ବାଲେଶ୍ୱର ରାସ୍ତାର ରଙ୍ଗାମାଟିଆ ଛକ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ବସ୍‌କୁ ଅଟୋ ଧକ୍କା ଦେବାରୁ ୩...

ବଜ୍ରପାତରେ ଜଳିଗଲା ଗଛ

ପାଟଣା, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ଘଟିଛି। ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବେଗରେ ପବନ...

ଜଳ ଯୋଗାଣ ବନ୍ଦ, ଚୁଆ ପାଣି ଭରସା

ଖଣ୍ଡପଡା,୬ା୬(ସ୍ବ.ପ୍ର.): ନୟାଗଡ ଜିଲା ଧାନଚାଙ୍ଗଡା ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଗତ ରବିବାର କାଳବୈଶାଖୀରେ ଉକ୍ତ...

ଧାନମଣ୍ଡି ବନ୍ଦ ନେଇ ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୩।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗତ ରବିବାରଠାରୁ ଧାନମଣ୍ଡି ବନ୍ଦ ହୋଇଛି। ଏ ନେଇ ଧାନ ବିକ୍ରି କରିପାରି ନ ଥିବା ବହୁ ଚାଷୀ ଧର୍ମଗଡ଼ ଉପଜିଲାପାଳଙ୍କ...

ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ

ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *