ଭିଜିଲାନ୍ସ ଜାଲରେ କିରାଣି: ମୃତ୍ୟୁକାଳୀନ ସାର୍ଟିଫିକେଟ ପାଇଁ ନେଉଥିଲେ ୧ ହଜାର ଲାଞ୍ଚ

ଖୋର୍ଦ୍ଧା ଅଫିସ,୧୧ା୯:  ମୃତ୍ୟୁ କାଳୀନ ସାର୍ଟିଫିକେଟ ଦେବାକୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗର କିରାଣି ଅଶୋକ କୁମାର ମହାନ୍ତି (୪୭) ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଶୋକଙ୍କଠାରୁ ଭିଜିଲାନ୍ସ ୧ ହଜାର ଟଙ୍କା ଜବତ କରିଥିବାବେଳେ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ରେ ନଂ. ୩୭/୧୯ରେ ମକଦ୍ଦମା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଶୋକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ବଣିଆଟାଙ୍ଗୀର ମନୋରଞ୍ଜନ ରାୟଙ୍କର ବାପା ରାଜେନ୍ଦ୍ରଙ୍କ ୨୦୦୩ରେ ମୃତ୍ୟୁବରଣ କରିଥିଲେ। ତେବେ ବାପାଙ୍କର ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ମନୋରଞ୍ଜନ କାଢି ନ ଥିଲେ। ଆବଶ୍ୟକତା ଦୃଷ୍ଟିରୁ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ପାଇଁ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣି ଅଶୋକଙ୍କ ସହ ମନୋରଞ୍ଜନ ଯୋଗାଯୋଗ କରିଥିଲେ। ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ଅଶୋକ ରୋକଠୋକ କହିଥିଲେ। ଗତ ୭ ତାରିଖରେ ପୁଣି ଯୋଗାଯୋଗ କରିବାରୁ ସେହି ୨ ହଜାର ମାଗିଥିଲେ। ଶେଷରେ ୧ ହଜାର ଟଙ୍କା ଦେଲେ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ଦେବେ ବୋଲି ଅଶୋକ କହିଥିଲେ। ଏପରିସ୍ଥିତିରେ ମନୋରଞ୍ଜନ ଭିଜିଲାନ୍ସ ସହ ଯୋଗାଯୋଗ କରି ବୁଧବାର ମଧ୍ୟାହ୍ନରେ ଅଶୋକଙ୍କୁ ୨ଟି ୫୦୦ ଟଙ୍କିଆ ନୋଟ ଲାଞ୍ଚ ଦେଇଥିଲେ। କିଛି ସମୟ ପରେ ପ୍ରାୟ ୧୨. ୧୫ରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗରେ ଭିଜିଲାନ୍ସ ଚଢାଉ କରି ଅଶୋକଙ୍କଠାରୁ ୧ ହଜାର ଟଙ୍କା ଜବତ କରିଥିଲେ। ଏପରିକି ମୃତ୍ୟୁ କାଳୀନ ପ୍ରମାଣ ପତ୍ରର ଆବେଦନ ପତ୍ର, ଆବଶ୍ୟକ କାଗଜପତ୍ର ଭିଜିଲାନ୍ସ ଜବତ କରିଛି। ଭୁବନେଶ୍ୱର ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଖୋର୍ଦ୍ଧା ଡିଏସ୍‌ପି ଭାରପ୍ରାପ୍ତ ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଚନ୍ଦ୍ରକଳା ଜେନା, ଅଶୋକ ବିରୁହା, ୮ଜଣ ଏହି ଚଢ଼ାଉରେ ସାମିଲ ହୋଇଥିଲେ। କଟକ ଜିଲା ବାଙ୍କୀ ବ୍ଲକ ସହାଡାପଦା ଗଁାରେ ଅଶୋକଙ୍କ ଘର ହୋଇଥିବାବେଳେ ସେ ଖୋର୍ଦ୍ଧା ଲୋକେଶ୍ୱରପୁରରେ ରହୁଛନ୍ତି।


All Right Reserved By Dharitri.Com

ବେଆଇନ ନର୍ସିଂ ହୋମ୍‌ ମାମଲା: ହାଇକୋର୍ଟରେ ହାଜର ହେଲେ ସ୍ବାସ୍ଥ୍ୟ ସଚିବ

କଟକ ଅଫିସ,୧।୧୦: ବେଆଇନ ନର୍ସିଂହୋମ୍‌କୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୋମବାର ବ୍ୟକ୍ତିଗତ ହାଜର...

ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ।...

ଗୃହିଣୀ ହାତରେ ବନ୍ଧୁକ

ଭଦ୍ରକ ଅଫିସ, ୨୬।୫ – ଯେଉଁ ନାରୀ ହାତରେ ରୋଷେଇ କରି ଚାରିକାନ୍ଥ ମଧ୍ୟରେ ସୀମିତ ରହେ ସେହି ନାରୀ ବି ବନ୍ଧୁକ ଚାଳନା କରି...

ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ସିସିଟିଭି ଫୁଟେଜ ନ ପାଇ ଅନୁଭବଙ୍କ ଘରୁ ଫେରିଲା ପୋଲିସ

କଟକ ଅଫିସ,୧୬।୬: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସାନଭାଇ ଅନୁପ୍ରାସ ମହାନ୍ତି ଜଣେ ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ...

ହଷ୍ଟେଲରୁ ନିଖୋଜ ଛାତ୍ର ଜଙ୍ଗଲରୁ ଉଦ୍ଧାର

ଦାରିଙ୍ଗବାଡ଼ି,୨୮।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଦଡ଼ିବାଡ଼ି ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର ବୁଧବାର ଭୋରରୁ ନିଖୋଜ ହୋଇଯାଇଥିଲେ। ସକାଳୁ ସେ ହଷ୍ଟେଲରେ ନଥିବା ପ୍ରଧାନ ଶିକ୍ଷକ...

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ବାଇକ୍‌ଚାଳକ ଗୁରୁତର

ପାଟଣା,୧୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା – କରଞ୍ଜିଆ ରାସ୍ତାର ସରସ୍ବତୀପଡ଼ା ଛକ ନିକଟରେ ଏକ ଅଟୋ...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *