Posted inଜାତୀୟ

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟରଯାନ ନିୟମ: ମମତା

କୋଲକାତା,୧୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ନୂଆ ମୋଟର ଯାନ ନିୟମ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଲୋକଙ୍କ ଉପରେ ବୋଝ ହୋଇପଡ଼ିଛି। ଏହି ନିୟମକୁ ଆମେ ସଂସଦରେ ମଧ୍ୟ ବିରୋଧ କରିଥିଲୁ। ଏହା ଲାଗୁ ହେବା ପରେ ଲୋକଙ୍କ ଉପରେ ଟଙ୍କାର ବୋଝ ବଢ଼ିଯିବ। ତେଣୁ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରାଇବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାଇବା ସହ ନିଜର ଜୀବନ ବଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିରେ କିଛି ମାତ୍ରାରେ ଦୁର୍ଘଟଣା ଉପରେ ରୋକୋ ଲଗାଯାଇପାରିବ। ତେବେ ଏହାରି ଭିତରେ ଗୁଜରାଟ ସରକାର ନୂଆ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ନିଜ ରାଜ୍ୟରେ ଜରିମାନା ହ୍ରାସ କରିଥିବା ବେଳେ ଆଉ କେତେକ ରାଜ୍ୟ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି।


All Right Reserved By Dharitri.Com

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

ଜମ୍ମୁ-କଶ୍ମୀରରେ ନିଯୁକ୍ତି ଲାଗି ସର୍ବଭାରତୀୟ ସ୍ତରରୁ ଦରଖାସ୍ତ ଆହ୍ବାନ

ଜମ୍ମୁ,୩୧ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସେଠାରେ ନିଯୁକ୍ତି ଲାଗି ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଇଛି। ଜମ୍ମୁ-କଶ୍ମୀର...

ଚାରିଧାମ ଯାତ୍ରା: ଗୋଟିଏ ମାସରେ ୪୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହରିଦ୍ୱାର, ୭।୬: ମେ ୭ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଏହି ଯାତ୍ରାକୁ ଶୁକ୍ରବାରକୁ ମାସେ ମାସେ ପୂରିଛି। ଇତିମଧ୍ୟରେ ଏହି ଯାତ୍ରା ସମ୍ରରେ ୪୧ଜଣ...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

ଏମ୍‌ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍‌ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରୁ ପଟେଲ...

ଏମ୍‌ଆର୍‌ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍‌

ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍‌ଆର୍‌ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର...

ମାଇନସ୍‌ ୪୦ ଡିଗ୍ରୀରେ ତ୍ରିରଙ୍ଗା ଉଡାଇଥିଲେ ସହକାରୀ ସେନାଧ୍ୟକ୍ଷ ହୁନ୍‌

ଚଣ୍ଡିଗଡ଼,୭।୧: ୧୯୮୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ‘ଅପରେଶନ ମେଘଦୂତ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସହକାରୀ ସେନାଧ୍ୟକ୍ଷ(ଅବସରପ୍ରାପ୍ତ) ଜେନରାଲ ପିଏନ୍‌ ହୁନ୍‌ଙ୍କର ସୋମବାର ସନ୍ଧ୍ୟାରେ...

ଚାଳକଙ୍କୁ ହୃଦ୍‌ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ

ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍‌ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍‌ଟି...

Leave a comment

Your email address will not be published. Required fields are marked *