ରାସ୍ତାରେ ଶୋଚନୀୟ ସ୍ଥିତି: ଉପଜିଲାପାଳଙ୍କ ଅଫିସ ଘେରିଲେ ମହିଳା

ଆନନ୍ଦପୁର,୧୧।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ଼ ଜଅଁରା ମଧ୍ୟ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଜଅଁରାବାସୀ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମି ୧୫ ଦିନ ମଧ୍ୟରେ ସମ୍ପୃକ୍ତ ରାସ୍ତାର ମରାମତି କରା ନ ଗଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଏକ ବର୍ଷ ତଳେ ସମ୍ପୃକ୍ତ ରାସ୍ତା ନୂତନ ଭାବେ ତିଆରି କରାଯାଇଥିଲା। ହେଲେ ଏହାକୁ ଠିକ୍‌ ଭାବେ ନିର୍ମାଣ କରାଯାଇ ନ ଥିବା ଏବଂ ରାସ୍ତାର ଉଭୟପାର୍ଶ୍ୱରେ ଡ୍ରେନ୍‌ ନାହିଁ। ଫଳରେ ବର୍ଷା ଦିନେ ରାସ୍ତାଟି ପାଣିରେ ବୁଡ଼ି ରହିବା ଫଳରେ ଏହା ଶୋଚନୀୟ ହୋଇପଡିଲାଣି। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ରାସ୍ତାକଡରେ ପାଣି ଜମିରହି ଅପରିଷ୍କାର ପରିବେଶ ସୃଷ୍ଟି କରୁଛି। ଘଟଣାକୁ ନେଇ ଜଅଁରା ମହିଳାମାନେ ବାରମ୍ବାର ପୌର କାର୍ଯ୍ୟାଳୟରେ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନାହଁି। ଫଳରେ ମହିଳାମାନେ ବାଧ୍ୟ ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏହାକୁ ସମାଧାନ କରା ନ ଗଲେ ମହିଳାମାନେ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି।...

ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର...

ଦାରିଙ୍ଗବାଡିରେ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମିଳିତ ଅଭିଯୋଗ ଶୂଣାଣି ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ମୋଟ ୩୯ ଅଭିଯୋଗ ଣୁଣିଥିଲେ।...

ବନ୍ୟାଞ୍ଚଳ ପରିଦର୍ଶନ କଲେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି

କେଶିଙ୍ଗା, ୨୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ବ୍ଲକର ୫ ପଞ୍ଚାୟତ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର...

କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ...

୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ଅଭିଯୋଗ: ସିମେଣ୍ଟ କାରଖାନା ସମ୍ମୁଖରେ ଉତ୍ତେଜନା

ବରଗଡ଼ ଅଫିସ,୮।୧: ବରଗଡ଼ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଧବାର...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତାଙ୍କ ପୂଜା

ଦାରିଙ୍ଗବାଡ଼ି,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସୋମବାର ପୂର୍ବାହ୍ନରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଧୂମ୍‌ଧାମରେ ପାଳନ ହେଉଛି। ଏହି ଅବସରରେ...

ଗଁ। ର ନାଁ ‘ବୈତରଣୀ’

କେନ୍ଦୁଝର, ୩୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାର ଗୁପ୍ତଗଙ୍ଗାରୁ ବାହାରିଥିବା ପୁଣ୍ୟତୋୟା ବୈତରଣୀ ନିମ୍ନକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ସାଳନ୍ଦୀ ଏହାର ମୁଖ୍ୟ...

Leave a comment

Your email address will not be published. Required fields are marked *