ବ୍ରାହ୍ମଣୀପାଳରେ କୁକୁର ଆତଙ୍କ; ଗର୍ଭବତୀଙ୍କ ପେଟକୁ କାମୁଡ଼ିଲା

କେନ୍ଦୁଝର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ଗ୍ରାମାଞ୍ଚଳରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତ ଦୁଇଦିନ ମଧ୍ୟରେ ପ୍ରାୟ ୨୦ ଲୋକଙ୍କୁ କୁକୁର କାମୁଡିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଜଣେ ଶିଶୁ ଗୁରୁତର ହୋଇ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଅନ୍ୟ ଆହତମାନେ ବ୍ରାହ୍ମଣୀପାଳ ଓ ଯାଜପୁର ଜିଲା ଦାନଗଦି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବୁଧବାର ଏକ କୁକୁର ଜନୈକା ଗର୍ଭବତୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେଟକୁ କାମୁଡି ଦେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ଖବର ପାଇ ପୋଲିସ କୁକୁରକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।


All Right Reserved By

ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ...

କଥା ରଖ୍‌ଲା ବ୍ଲକ ପରଶାସନ: ଭିନ୍ନକ୍ଷମ ଭତା ପାଏଲେ ଭୂମିସୂତା

କୋକସରା, ୧୮ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ଗାଁର ନୀଲାମ୍ବର ରାଉତକଁର ଦିବ୍ୟାଙ୍ଗ ଝି’ ଭୂମିସୂତା(୧୭)କୁଁ ବ୍ଲକ ପରଶାସନ ଦେଇଥିବାର ପରତିଶୁରତି ପାଲନ କରିଛେ। ଭୂମିସୂତା ଜନମୁ...

ମଞ୍ଚରେ ପ୍ରତିଭା ପ୍ରଦର୍ଶନ କଲେ ଶିଶୁ

ପୁରୀ ଅଫିସ,୧୦ା୮: ‘ଶିଶୁ ସମାଚାର’ର ଦ୍ୱାଦଶ ସ୍ବନକ୍ଷତ୍ର ଉତ୍ସବ ଏବଂ ରାଜ୍ୟସ୍ତରୀୟ ଶିଶୁମେଳା ଶନିବାର ପୁରୀ ପୌରସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଶିଶୁ ଯୋଗଦେଇ...

ଆଦିବାସୀ ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ; ଉଦ୍‌ଘାଟନୀ ସମାରୋହରେ ଯୋଗଦେଲେ

ଲାଞ୍ଜିଗଡ଼, ୨୬।୮ (ଡି.ଏନ.ଏ.) ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ...

ଘରେ ପଶିଲା ବର୍ଷା ପାଣି

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ତିନି ଦିନ ଧରି ବର୍ଷା ଲାଗି ରହିଛି। ଏଥିଯୋଗୁ ଜରପଡା ଥାନା ତୁକୁଡା ଗ୍ରାମର ଅନେକଙ୍କ ଘରେ...

ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ...

କାର ଅଟକାଇ କାଚ ଭାଙ୍ଗିଲେ ଟ୍ରାଫିକ୍‌ କନଷ୍ଟେବଳ: ଯୁବ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କ ଦାଦାଗିରି ଦେଖିବାକୁ ମିଳିଛି। ୟୁନିଟ୍‌-୮ ବିପି କଲୋନୀରେ...

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣି ଉଠାଇଲେ କାଉଡ଼ିଆ

କୋଣାର୍କ, ୨୮।୭(ଡି.ଏନ୍‌.ଏ.)-ମାନସିକ ବ୍ରତକୁ ସଫଳ କରିବା ନେଇ ହଜାର ହଜାର କାଉଡ଼ିଆ ରବିବାର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣିଭାର ଉଠାଇ ଶୈବପୀଠ ଅଭିମୂଖେ ଯାତ୍ରା ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *