ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି।
ପୋଲିସ ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଗାଁ ରାସ୍ତାରେ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟାରେ ଅଭିଯୁକ୍ତ ଭଗବାନ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଭଗବାନ ଘର ବାରଣ୍ଡାକୁ ଯାଇ ତାଙ୍କ ପେଟକୁ ଆଘାତ କରିବା ସହ ଅସଦାଚରଣ କରିଥିଲେ। ମଙ୍ଗଳବାର ମହିଳାଙ୍କ ଏତଲା କ୍ରମେ ଥାନା ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ ୧୭୮/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ମଧୁସ୍ମିତା ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି।


All Right Reserved By Dharitri.Com

ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ: ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ

ବାଲିଶଙ୍କରା, ୧୫।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବନରେଞ୍ଜର କିଞ୍ଚିରକେଲା ସେକ୍‌ସନ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୋମବାର ସକାଳେ ଜଙ୍ଗଲକୁ ଛତୁ ଆଣିବାକୁ...

କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍‌ପି: ଆଇଆଇଏମ୍‌ସିର ଉନ୍ନତୀକରଣ କରାଯାଉ

ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍‌ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ...

ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କ ଜୀବନଗଲା

ଧାମନଗର,୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅସୁରାଳୀ ହଂସପୁର ଗ୍ରାମରେ ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,ଅକ୍ଟୋବର ୨୨...

ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ...

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର...

ଫନୀ ଘରଭଙ୍ଗା ସହାୟତା ସାନି ତଦନ୍ତ ଭୟ

ବ୍ରହ୍ମଗିରି,୨୩ା୧୧(ଡି.ଏନ୍‌.ଏ.): ଫନୀରେ ବ୍ରହ୍ମଗିରି ବ୍ଲକରେ ବିଶେଷ କ୍ଷୟ କ୍ଷତି ହୋଇଥିଲା। ଏଥିରେ ବ୍ରହ୍ମଗିରି ବ୍ଲକରେ ଅନେକ ଘରଦ୍ୱାର ଭାଙ୍ଗିଯାଇଥିଲା ଏନେଇ ମୁଖ୍ୟମନ୍ତ୍ରୀ ଘରଭଙ୍ଗା ସହାୟତା ଘୋଷଣା...

ବାମନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୧୧ା୯: ଶ୍ରୀମନ୍ଦିର ରତ୍ନସିଂହାସନରେ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ...

ବିଭିନ୍ନ ଦାବି ନେଇ ଏଲଆଇସିର ଏଜେଣ୍ଟଙ୍କ ଧାରଣା

ରାୟଗଡ଼ା ଅଫିସ,୨୧।୧: ରାୟଗଡ଼ାର କସ୍ତୁରୀନଗରଠାରେ ଥିବା ଏଲଆଇସିର ମୁଖ୍ୟଶାଖାରେ ଏଲଆଇସିର ଏଜେଣ୍ଟଙ୍କ ପକ୍ଷରୁ ଲାଇଫ ଇନସ୍ୟୁରାନ୍ସ ଅଫ ଫେଡ଼େରେଶନ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଲଆଇସିର...

Leave a comment

Your email address will not be published. Required fields are marked *