ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏବେ ଅନ୍‌ଲାଇନ୍‌ ଅର୍ଡର୍‌ ମାଧ୍ୟମରେ ସବୁକିଛି ଘର ଦୁଆରେ ପହଞ୍ଚିଯାଉଛି। ଏହାଦ୍ୱାରା କାମ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ ଗୋଟିଏ ସ୍ଥାନରେ ବସି ରହି ନିଜ ଦିନ ବିତାଇବାରେ ଲାଗିପଡ଼ିଛନ୍ତି। ବିଶେଷକରି ବୟସ୍କ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ଆଚରଣ ମଧୁମେହର କାରଣ ସାଜିପାରେ। ଗବେଷଣା ଅନୁସାରେ, ବସି ରହି କାମ କରିବା ଅପେକ୍ଷା ଠିଆ ହୋଇ କିଛି କାମ କଲେ ମଧୁମେହ ଆଶଙ୍କା ହ୍ରାସ ପାଇଥାଏ। ଯେକୌଣସି କାମ କରିବା ମଧ୍ୟରେ କିଛି ସମୟ ଚଲାବୁଲା କଲେ କିମ୍ବା କିଛି ସମୟ ଠିଆ ହେଲେ ମଧୁମେହ ଆଶଙ୍କା ହ୍ରାସ ପାଇଥାଏ। କିନ୍ତୁ କର୍ମକ୍ଷେତ୍ରରେ ଦିନକୁ ଅତିକମ୍‌ରେ ୮-୯ ଘଣ୍ଟା କେବଳ ଗୋଟିଏ ଚେୟାର୍‌ରେ ବସି କାମ କରିବାକୁ ପଡ଼ିଥାଏ। ଏହା ବ୍ୟକ୍ତି ପାଇଁ ଅଧିକ ଘାତକ। କାମ ଭିତରେ କିଛି ସମୟ ହାଲ୍‌କା ହେବାକୁ ସମୟ ଦିଅନ୍ତୁ। ନଚେତ ଧୀରେ ଧୀରେ ମୋଟାପଣ ବୃଦ୍ଧି ପାଇବା ସହ ମଧୁମେହ ଗ୍ରାସ କରିପାରେ।


All Right Reserved By

କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ...

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ...

ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା...

ଚନ୍ଦ୍ରପୃଷ୍ଠରେ ପଦାର୍ପଣର ପଚାଶ ବର୍ଷ

”୧୯୬୭ ମସିହା ସୁଦ୍ଧା ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ଯଥାକ୍ରମେ ସୋୟୁଜ ଓ ଆପୋଲୋ ଯାନର ବିକାଶ କରିଥିଲେ। ଆମେରିକା ପ୍ରଥମେ ମନୁଷ୍ୟବିହୀନ...

ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି...

କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍‌

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି...

ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *