ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ ୭୦ କିମି ଦୂର ଏହି ଗ୍ରାମକୁ ଯିବାକୁ ହେଲେ ପାଣିଗଣ୍ଡା,କଟାମା ଅତିକ୍ରମ କରିବାକୁ ହୋଇଥାଏ। ଏହାପରେ ପାପଏଜୁ ନଦୀ ପୋଲ ଏବଂ ଢେପାଗୁଡା ଗ୍ରାମ ନିକଟ ପ୍ରଖରସ୍ରୋତା ନାଳ ପାର ହେବା ପରେ ପଡ଼େ ଗଦାପୁର ନଦୀ। ଏହି ପ୍ରଖରସ୍ରୋତା ନଦୀ ପାର ହେବାକୁ ଏକମାତ୍ର ଭରସା ହେଉଛି ଗୋଟିଏ ବିଦ୍ୟୁତ୍‌ ତାର। ପୋଲଟିଏ ନ ଥିବାରୁ ବାଧ୍ୟତାମୂଳକ ଭାବେ ତାର ଧରି ଲୋକେ ନଦୀପାର ହେଉଛନ୍ତି। ଅସାବଧାନତା ବଶତଃ ତାରରୁ ହାତ ଖସିଗଲେ କିମ୍ବା ତାର ଛିଡିଗଲେ ଜୀବନ ଯିବାର ଆଶଙ୍କା ରହିଛି। ତଥାପି ଜୀବନକୁ ବାଜି ଲଗାଇ ଦୈନନ୍ଦିନ କାର୍ଯ୍ୟ ପାଇଁ ବାଧ୍ୟ ହୋଇ ଏହି ତାରର ସାହାରା ନେଇ ନଦୀପାରି ହୋଇଥାନ୍ତି।

ଢେପାଗୁଡା ନାଳ ସମେତ ଗଦାପୁର ନଦୀରେ ପୋଲଟିଏ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ବିକାଶଠାରୁ ବହୁ ଦୂରରେ ଗରଡମା ପଞ୍ଚାୟତ ସହ ଆଖପାଖ ଅଞ୍ଚଳବାସୀ। ଏହି ସମସ୍ୟାର ସମାଧାନ ନେଇ ଗରଡ଼ମା ପଞ୍ଚାୟତ ସରପଞ୍ଚ ନରେଶ ମୁଠାମାଝି ସ୍ଥାନୀୟ ବାସିନ୍ଦା ଗଙ୍ଗା ଗମାଙ୍ଗ, ରାଜେନ୍ଦ୍ର ଦଳାଇ, ଶାରଳା ପ୍ରଧାନୀ, ଝରା ବିଷୋୟୀ, ମନୋଜ ମହାପାତ୍ର, ମେଦାର୍ଧ ଦଳାଇ ପ୍ରମୁଖ ଜିଲା ପ୍ରଶାସନକୁ ବିଭିନ୍ନ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ଏଭଳି ଅଭିଯୋଗ ପରେ ସମସ୍ୟାର ସମାଧାନ କିଭଳି ହୋଇ ପାରିବ ସେନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପଚାରିବାରୁ, କେତୋଟି ଗାଁରେ ପୋଲ ନିର୍ମାଣ ପାଇଁ ତାଲିକା କରାଯାଇଛି। ସେଥିରେ ଉକ୍ତ ଗ୍ରାମର ତାଲିକା ଥାଇପାରେ। ଯଦି ନ ଥାଏ ଯଥାଶୀଘ୍ର ଉକ୍ତ ଗରଡ଼ମା ଅଞ୍ଚଳକୁ ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


All Right Reserved By

ନକଲି ମଦ କାରଖାନା ଠାବ, ୪ ଅଟକ

ଦିଗପହଣ୍ଡି,୭ା୯(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି...

ଅନୁଦାନ ହାତେଇବାକୁ ଅଭିନବ ଉଦ୍ୟମ

ଭଦ୍ରକ ଅଫିସ, ୨୦।୯ – ଦୃଷ୍ଟିହୀନ, ମୁକ, ବଧିର ସ୍କୁଲରେ ସରକାରୀ ଅନୁଦାନ ହାତେଇବା ପାଇଁ ସୁସ୍ଥ ପିଲାଙ୍କୁ ରଖି ଅଭିନବ ଉପାୟରେ ଚାଲିଥିଲା ଶିକ୍ଷାନୁଷ୍ଠାନ।...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍‌ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ...

କାଜୁ ଫ୍ୟାକ୍ଟ୍ରି, ପେଟ୍ରୋଲ ପମ୍ପ୍‌, ଦୋକାନରେ ଯାଞ୍ଚ: ଜରିମାନା ଆଦାୟ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଛତ୍ରପୁର ଏନ୍‌ଏସି ରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲାପାଳ ବିଜୟ ଅମୃତା...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ଆପ୍‌ନେ ଆର ପୁଓ ଆରପାରେ:ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ

ଲୋଇସିଂହା,୧୭।୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍‌ ବିଧବା ସଖୀ ମେହେର। ବଛ୍‌ରେ ଭିତରେ ସେ ପୁଓ ଆର ଆପ୍‌ନେକେ...

ସରକାରୀ ମାନ୍ୟତା ମିଳିଲାନି: ବନ୍ଦ ହେଲାଭୀମଭୋଇ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୨୩।୭(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ଜନସାଧାରଣଙ୍କ ଉଦ୍ୟମରେ ଚାଲି ଆସିଥିବା ସ୍ବାସ୍ଥ୍ୟକେନ୍ଦ୍ରଟି ଶେଷରେ ବନ୍ଦ ହେଲା। ଦେଢ ମାସ ହେଲା...

ବାତ୍ୟାକୁ ପୂରିଲା ୩ ମାସ: ପୁରୀ ଜିଲାରେ ଅସଜଡ଼ା ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୩।୮: ୨୦୧୯ ମେ ୩ ତାରିଖ। ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନଟିଏ। ଏହିଦିନ ପୁରୀକୁ ଛାରଖାର କରିଦେଇଥିଲା ବାତ୍ୟା ଫନୀ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *