Posted inଜାତୀୟ

ମୋଦିଙ୍କୁ ମିଳିଥିବା ଉପହାର ହେବ ନିଲାମ: ଅନ୍‌ଲାଇନ୍‌ରେ ସେପ୍ଟେମ୍ବର ୧୪ରୁ ଆରମ୍ଭ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ନିଲାମ କରାଯିବ। ଏହା ସେପ୍ଟେମ୍ବର ୧୪ରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି। ମୋଦିଙ୍କୁ ମିଳିଥିବା ୨ ହଜାର ୭ ଶହ ୭୨ଟି ଉପହାରର ନିଲାମ କରାଯିବ। ନିଲାମର ସର୍ବନିମ୍ନ ମୂଲ୍ୟ ୨ ଶହ ଟଙ୍କା ଥିବାବେଳେ ସର୍ବାଧିକ ୨.୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ,  ମୋଦିଙ୍କୁ ମିଳିଥିବା ୧୮ ଶହ ଉପହାର ଚଳିତ ବର୍ଷ ଜାନୁୟାରୀରେ ନିଲାମ କରାଯାଇଥିଲା। ଏହା ୧୫ ଦିନ ଧରି ଚାଲିଥିଲା। ଏହି ନିଲାମରୁ ମିଳିଥିବା ଅର୍ଥ କେନ୍ଦ୍ର ସରକାରଙ୍କ ନମାମି ଗଙ୍ଗେ ପ୍ରକଳ୍ପରେ ବିନିଯୋଗ କରାଯାଇଥିଲା।


All Right Reserved By Dharitri.Com

ରାଜ୍ୟ ସଭାରେ କାନ୍ଦିଲେ ଏମ୍‌ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ

ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍‌ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍‌ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ...

ଦିଲ୍ଲୀ ପରାଜୟ ପରେ ଇସ୍ତଫାକୁ ନେଇ ଦଳ କରିବ ଆତ୍ମସମୀକ୍ଷା: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଶୋଚନୀୟ ପରାଜୟ ପରେ ଦିଲ୍ଲୀ ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି,...

ପୁଅର ମୁକ୍ତି ପାଇଁ କାନ୍ଦୁଥିଲେ ମା’, କୋଳେଇ ନେଲେ ପୋଲିସ କନ୍‌ଷ୍ଟେବଳ

ଜଳନ୍ଧର, ୨୬।୧୧: ପଞ୍ଜାବରେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ନିଆରା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ...

ନୂଆ ମୋଟର ଯାନ ନିୟମ ପରେ ଏବେ ନିଜ ଗାଡ଼ି ଚଢୁ ନାହାଁନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ,୮।୯: ମୋଟର ଯାନ ନିୟମରେ ପରିବର୍ତ୍ତନ ହୋଇ ସେପ୍ଟେମ୍ବର ପହିଲାରୁ ଯେଉଁ ଜରିମାନା ଆଦାୟ କରାଯାଉଛି ତାହା ଭାରତ ଭଳି ଦେଶରେ ପ୍ରାୟ କାହା ପକେଟ୍‌କୁ...

ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ମଞ୍ଜୁରୀ ଦେଇଛି। ଏହାସହ ଆରମ୍ଭ ହୋଇଛି ଏନ୍‌ପିଆର୍‌ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଅର୍‌ସି)...

ବଢିଲା ଫଡନଭିଶଙ୍କ ସମସ୍ୟା

ମୁମ୍ବାଇ,୨୬।୧୦: ଗତ ୪୦ ବର୍ଷ ମଧ୍ୟରେ ଦେବେନ୍ଦ୍ର ଫଡନବିଶ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସୁରୁଖୁରୁ ଭାବେ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି।...

କେନ୍ଦ୍ର କ୍ୟାବିନେଟ: ମୋଦି, ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୩୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ଲାଗି ସରକାର ଗଢ଼ିବାକୁ ଯାଉଥିଲାବେଳେ କେଉଁମାନେ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ଏହାକୁ ନେଇ ଚର୍ଚ୍ଚା...

ଆର୍‌ଜେଡି ବିଧାୟକଙ୍କ ବିରୋଧରେ ଚାର୍ଜଶିଟ୍‌

ଆରା,୯ା୨(ପି.ଟି.): ନାବାଳିକା ବଳାତ୍କାର ମାମଲାରେ ଫେରାର ଥିବା ଆର୍‌ଜେଡି ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ସନ୍ଦେଶ...

Leave a comment

Your email address will not be published. Required fields are marked *