Posted inଜାତୀୟ

ମୁଁ ସର୍ବପ୍ରଥମେ ଜଣେ ଭାରତୀୟ,କେ.ଶିବନ୍‌ଙ୍କ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌

ଚେନ୍ନାଇ,୧୧।୯:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ କେ.ଶିବନ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚନ୍ଦ୍ରଯାନ-୨କୁ ନେଇ  ଅଧିକ ଲୋକପ୍ରିୟ ହୋଇଥିବା ଶିବନ୍‌ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏକ ଆଞ୍ଚଳିକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଥିବା କିଛି ହୃଦୟସ୍ପର୍ଶୀ କଥା ସମସ୍ତଙ୍କ ମନକୁ ଛୁଇଁଛି। ନିଜ ରାଜ୍ୟ ତାମିଲନାଡୁର ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ଆପଣ ଜଣେ ତାମିଲ ବ୍ୟକ୍ତି ଭାବେ ଏତେ ବଡ ପଦରେ ରହିଛନ୍ତି, ତାମିଲନାଡୁବାସୀଙ୍କୁ କ’ଣ କହିବାକୁ ଚାହିଁବେ। ଏହାର ଉତ୍ତରରେ ସେ କହିଥିଲେ, ମୁଁ ପ୍ରଥମେ ଜଣେ ଭାରତୀୟ ଭାବେ ଇସ୍ରୋରେ ଯୋଗ ଦେଇଥିଲି। ଇସ୍ରୋ ଏକ ଏଭଳି ସ୍ଥାନ, ଯେଉଁଠି ସବୁ ଭାଷାର ଲୋକ କାମ କରୁଛନ୍ତି। ସେଠାରେ କାମ କରି ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ଶିବନ୍‌ କହିଥିଲେ।


All Right Reserved By Dharitri.Com

ଆସାମ-ତ୍ରିପୁରାରେ ସ୍ଥିତି ଅସମ୍ଭାଳ: ସେନା ସହାୟତା ଲୋଡିଲା ପ୍ରଶାସନ

ଗୁଆହାଟି/ଅଗରତାଲା,୧୧।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହିତ ବ୍ୟାପକ...

ମାରିଦେବାକୁ ଯୋଜନା କରି ଚଳନ୍ତା କାର୍‌ରୁ ବୋହୂଙ୍କୁ ଠେଲି ଦେଲେ ଶାଶୁ ଘର ଲୋକେ

ଚେନ୍ନାଇ,୧୧।୬: ତାମିଲନାଡୁର ଆରତି ଅରୁଣ(୩୮) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଚଳନ୍ତା କାର୍‌ରୁ ଠେଲି ଦେଇ ମାରି ଦେବାକୁ ଉଦ୍ୟମ କରିଥିବା...

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ...

ଢଳିଗଲା ୪ ମହଲା ବିଲ୍ଡିଂ: ଲୋକେ ଆତଙ୍କିତ

ବେଙ୍ଗାଲୁରୁ, ୭-୨:କର୍ନାଟକର ବେଙ୍ଗାଲୁରୁସ୍ଥିତ ବିନାୟକନଗରଠାରେ ଥିବା ଏକ ୪ ମହଲା ବିଲ୍ଡିଂ ବୁଧବାର ହଠାତ୍‌ ଢ଼ଳିଯିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘରୁ ସମସ୍ତେ...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା...

ସୁପ୍ରିମ୍‌କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା

ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା...

ସୋନିଆଙ୍କୁ ଶାଲ୍‌ ଘୋଡାଇ ଦେଲେ ରାହୁଲ

ନୂଆଦିଲ୍ଲୀ, ୨୪।୧୨: କଂଗ୍ରେସ ପକ୍ଷରୁ ମଙ୍ଗଳବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରାଯାଇଛି। ଏଥିରେ କଂଗ୍ରେସ...

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ...

Leave a comment

Your email address will not be published. Required fields are marked *