ଦନ୍ତା ଆକ୍ରମଣରେ ଦୁଇ ଗୁରୁତର, ୫ ଆହତ; ଦୌଡ଼ିବା ବେଳେ କେନାଲରେ ଖସିପଡ଼ିଲା

ପରଜଙ୍ଗ,୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ଗାଁରେ ବୁଧବାର ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଦୁଇଜଣ ଚାଷୀ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଗ୍ରାମର ପଞ୍ଚାନନ ସାହୁ ଏବଂ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉଳ(୬୮)। ସେହିଭଳି ଆହତମାନେ ହେଲେ ଉଷା ସାହୁ, କାମାକ୍ଷାପ୍ରସାଦ ସାହୁ, ଉତ୍ସବ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁ। ସୂଚନାନୁଯାୟୀ, ଗ୍ରାମର ଚାଷୀ ପଞ୍ଚାନନ ଗାଁ ନିକଟ ସଜରା ବାହାଳପଶି ଅଞ୍ଚଳରେ ଚାଷ କାମ କରୁଥିବା ସମୟରେ ହାତୀ ତାଙ୍କ ପଛପଟୁ ଦାନ୍ତରେ ଭୁସି ଦେବା ସହ ଫୋପାଡି ଦେଇଥିଲା। ସେଠାରୁ ପଞ୍ଚାନନଙ୍କୁ ଉଦ୍ଧାର କରାଯାଇ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦନ୍ତାଟି ପଞ୍ଚାନନଙ୍କୁ ଆକ୍ରମଣ କରି ଦୌଡି ପଳାଉଥିବା ସମୟରେ ଚନ୍ଦାପୁର ଗାଁ ନିକଟ ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ ବାମ କେନାଲରେ ଖସି ପଡିଥିଲା। ପ୍ରାୟ ଏକଘଣ୍ଟା ଧରି ଦନ୍ତା କେନାଲରେ ଫସିରହିଥିବା ବେଳେ ଡିହଡୋଳ ଓ ମୁକ୍ତାପସି ସେକ୍ସନ ବନ ବିଭାଗ କର୍ମଚାରୀ ବାଣ ଫୁଟାଇ ହାତୀକୁ ପାଣିରୁ ଉଠାଇବାକୁ ଚେଷ୍ଟାକରିବା ପରେ ହାତୀଟି କେନାଲ ଉପରକୁ ଉଠିଥିଲା। ଏହି ସମୟରେ ପୋଲ ଉପରେ ଥିବା ମୁକ୍ତାପସି ବିଟ୍‌ର ଗାର୍ଡ ପ୍ରଶାନ୍ତ ନନ୍ଦ ସାହୁଙ୍କ ସ୍କୁଟି ଭାଙ୍ଗି ଚାନ୍ଦପୁର ଆଡ଼କୁ ଯାଉଥିବା ବେଳେ ଡିହଡ଼ୋଳ ବନ କର୍ମଚାରୀ ହାତୀକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ପରେ ୫୩ନଂ ଜାତୀୟ ରାଜପଥ ପାର ହୋଇ ବସୋଇ ଅଞ୍ଚଳକୁ ଯାଇଥିବା ବେଳେ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ଗୋଧି ମୁଣ୍ଡା ପଶିରେ ଧାନ ଖେତରେ କାମ କରୁଥିବା ବେଳେ ଦନ୍ତା ତାଙ୍କ ପିଠିରେ ଦାନ୍ତ ଭୁସି ଦେଇଥିଲା। ପାଖରେ ଥିବା ଅନ୍ୟ ଚାଷୀ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତର ଖାନାରେ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ଓ ଗାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନବିଭାଗ ତରଫରୁ ଆହତ ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ହାତୀକୁ ନେଇ ପରଜଙ୍ଗ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।


All Right Reserved By Dharitri.Com

ଛତ୍ରପୁର ହସ୍ପିଟାଲ ପ୍ରତି ଅବହେଳା ଅଭିଯୋଗ

ଛତ୍ରପୁର,୫ା୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୦୦ ନୂଆ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ...

ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା...

ବ୍ଲେଡରେ ଦାଦା ଗଳା କାଟିଲା ପୁତୁରା

ବ୍ରହ୍ମପୁର ଅଫିସ,୮ା୬- ପୋଲସରା ଥାନା ଚିରିକିପଡ଼ାଶାସନ ପଞ୍ଚାୟତ ବିରିପୁର ଗ୍ରାମରେ ଶୁକ୍ରବାର ରାତିରେ ପୁତୁରା ଆକ୍ରମଣରେ ଦାଦା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିରିପୁର...

ଭାଲୁ ଆକ୍ରମଣରେ ୫ ଆହତ

ଠାକୁରମୁଣ୍ଡା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ...

କାର୍ଯ୍ୟ ବନ୍ଦ ଡକରା ଦେଲା ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ

ବାରିପଦା ଅଫିସ,୨୫ା୧- ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଚାକିରି କରାଇଦେବା ନାଁରେ ଠକେଇ: ଅଭିଯୁକ୍ତ ଯୁବକ ଗିରଫ

ବସ୍ତା, ୩୦।୧୨(ସ୍ବ.ପ୍ର.)-ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଚାକିରି କରାଇଦେବାକୁ କହି ଟଙ୍କା ଠକି ନେଇ ପଳାଉଥିବା ଜଣେ ଯୁବକ ଲୋକଙ୍କ ଦ୍ୱାରା ଧରାପଡ଼ି ଗିରଫ...

Leave a comment

Your email address will not be published. Required fields are marked *