Posted inଜାତୀୟ

ଜରିମାନା ଦେବା ଭୟରେ ପୁଅକୁ କୋଠରୀରେ ବନ୍ଦ ରଖିଲେ ପିତା

ଆଗ୍ରା, ୧୧।୯: ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜରିମାନା ଦେବା ଭୟରେ ନାବାଳକ ପୁଅକୁ କୋଠରୀରେ ବନ୍ଦ କରି ରଖିଛନ୍ତି ପିତା। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ଏହି ଭୟରେ ଲୋକମାନେ ଗାଡି ଧରି ବାହାରକୁ ଯିବାକୁ ଡରୁଛନ୍ତି। ସୂଚନାଯୋଗ୍ୟ, ଜଶଓ୍ବନ୍ତପୁର ଅଞ୍ଚଳରେ ରହୁଥିବା ଧର୍ମ ସିଂଙ୍କ ନାବାଳକ ପୁଅ ମୁକେଶ୍‌ ୨ ବର୍ଷ ତଳେ ଜିଦ୍‌ ଧରି ଏକ ବାଇକ୍‌ କିଣିଥିଲେ। ଧର୍ମ କାମକୁ ଯିବାପରେ ଘରେ କାହା କଥା ନ ମାନି ମୁକେଶ ବାଇକ୍‌ ଧରି ବୁଲନ୍ତି। ତେବେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଭୟରେ ପୁଅକୁ ଘରେ ବନ୍ଦ କରି ରଖିବା ସହ ସହ ଗାଡି ଚାବି ଧରି ଧର୍ମ କାମକୁ ପଳାଉଥିଲେ। ମୁକେଶ ନିଜ ସାଙ୍ଗମାନଙ୍କୁ ଏକଥା କହିଥିଲେ। ସେମାନେ ଥାନାରେ ସୂଚନା ଦେବାପରେ ପୋଲିସ୍‌ ମୁକେଶଙ୍କୁ ଉଦ୍ଧାର କରିଥିଲା। ଉଭୟ ବାପ ଏବଂ ପୁଅକୁ ଥାନାକୁ ନେଇ ବୁଝାସୁଝା କରିବା ପରେ ମାମଲାଟି ଶାନ୍ତ ପଡିଥିଲା।


All Right Reserved By

କଂଗ୍ରେସକୁ ଭୋଟ ଦେବାକୁ ଭଗବାନ ରଘୁନାଥଙ୍କ ରାଣ ପକାଇଲେ କୁଲ୍ଲୁ ବିଧାୟକ

କୁଲ୍ଲୁ,୨୧।୪: ଲୋକ ସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାନା ପ୍ରକାର ବିବାଦୀୟ ମନ୍ତବ୍ୟ ଜାରି ରହିଛି। ଏହି ମର୍ମରେ ହିମାଚଳପ୍ରଦେଶ କୁଲ୍ଲୁର...

ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ: ଏସଏଚଜି ମହିଳାଙ୍କୁ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ, ୫।୭:: ଶୁକ୍ରବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥର ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ...

ପାକିସ୍ତାନ ବିଛାଇଛି କୁହୁକ ଜାଲ

ନୂଆଦିଲ୍ଲୀ,୨୦-୯(ଆଇଏଏନ୍‌ଏସ୍‌):ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌...

ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ

ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ...

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ...

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ...

ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଶ୍ରୀନଗର,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ...

ମନମୋହନଙ୍କୁ ମିଳିବ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୮: ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍‌ (z+)...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *