ଦୁଇ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବା ଘଟଣା: ସାହସୀ ବେବିନାଙ୍କୁ ପୁରସ୍କୃତ କଲେ ପୋଲିସ କମିଶନର

ଭୁବନେଶ୍ୱର ୧୧-୯(ବ୍ୟୁରୋ): ରବିବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଜଗନ୍ନାଥନଗରରେ ଦୁଇଜଣ ରୋଡ୍‌ ରୋମିଓଙ୍କୁ ଇଞ୍ଜିନିୟରିଂ ଛାତ୍ରୀ ବେବିନା ମହାଲିକ ମାଡ଼ ମାିରିବା ସହ ବସ୍‌ଉଠ୍‌ କରି ସାବଡ୍‌ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବେବିନାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ତେବେ ବେବିନାଙ୍କର ଏହି ସାହସିକତା ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟଠାରେ କମିଶନର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ପୁରସ୍କୃତ କରିଛନ୍ତି। କମିଶନର ଷଡ଼ଙ୍ଗୀ କହିଛନ୍ତି, ସବୁ ସ୍ଥାନରେ ପୋଲିସ ରହିବା ସମ୍ଭବ ନୁହେଁ। ବେବିନା ଯେପରି ଅପରାଧୀଙ୍କୁ ସାମ୍ନା କଲେ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ। ଯେଉଁମାନେ ଅପରାଧର ଶିକାର ହେଉଛନ୍ତି ତାଙ୍କୁ ସହରବାସୀ ସହଯୋଗ କରନ୍ତୁ। ଦେଖଣାହାରି ସାଜନ୍ତୁ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିପଦରେ ପଡିଲେ ଡରି ନ ଯାଇ ସାହସର ସହ ମୁକାବିଲା କରିବାକୁ ବେବିନା ଆହ୍ବାନ ଦେଇଛନ୍ତି।


All Right Reserved By

ମାଫିଆଙ୍କ କବ୍‌ଜାରେ ନଦୀବନ୍ଧ: ଚାଲିଛି ବେଆଇନ ବାଲି ଓ ମାଟି ଉଠାଣ

ବିଞ୍ଝାରପୁର, ୨ା୬(ଡି.ଏନ.ଏ)- ସରକାର ନଦୀବନ୍ଧ ଉନ୍ନତିକରଣରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନଦୀବନ୍ଧରୁ ବେଆଇନଭାବେ ମାଟି ଓ ବାଲି...

ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଗୃହରେ ହଙ୍ଗାମା: ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ଏବଂ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ...

ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ତାପଙ୍ଗ କ୍ରଶରରେ କାର୍ଯ୍ୟରତ ଟ୍ରକ୍‌ ଡ୍ରାଇଭର ଉକ୍ତ ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର...

୧୦ ଜିଲାରେ ହେବ ବିଜ୍ଞାନ ପାର୍କ: ବାୟୋ ଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ୪ ସଂସ୍ଥାର ପ୍ରସ୍ତାବ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ୧୦ ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଜିଲାରେ ହେବ। ପିଲାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଉତ୍ସାହିତ କରିବା...

ରାଜଧାନୀରେ ସିରିଜ୍‌ ଏନ୍‌କାଉଣ୍ଟର ଘଟଣା: ଲୁଟ୍‌ କାର୍‌ରେ ରାତି କାଟୁଥିଲେ ଗ୍ୟାଙ୍ଗ୍‌ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): କମିଶନରେଟ ପୋଲିସ ରାଜଧାନୀରେ ଗୋଟିଏ ଗ୍ୟାଙ୍ଗ୍‌ର ୫ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ପରେ ସେମାନଙ୍କ ସମ୍ପର୍କରେ ବହୁ ଗୁମର ଧୀରେ ଧୀରେ ପଦାକୁ ଆସିବାରେ...

ଲୋକେ ପିଉଛନ୍ତି ଗୋଳିଆ ପାଣି

ଗଣିଆ, ୧୧।୮(ଡି.ଏନ.ଏ.)-ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି।...

ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା...

ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *