ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ ମଠ ଲଙ୍ଗୁଳି ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଥିବା ବେଳେ ଏମାର ମଠ ବି ଅଧା ଭଙ୍ଗାଯାଇଛି। ଆଗକୁ ଏକାଧିକ ମଠର ପାଳି ଥିବା ବେଳେ ମଙ୍ଗଳବାର ମଙ୍ଗୁ ମଠକୁ ମାପଚୁପ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠ ମାପଚୁପ ପରେ ପରବର୍ତ୍ତୀ ମଠ ଭାବେ ଏହାର ପାଳି ପଡିବା ନିଶ୍ଚିତ ହୋଇଛି। ସେହିପରି ସାନଛତା ମଠରୁ ଜିନିଷପତ୍ର ଖାଲି କରାଯାଉଥିବା ବେଳେ ରାଧାବଲ୍ଲଭ ମଠରେ ବି ମାପଚୁପ କରାଯାଇଛି। ଆଗକୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ ହେଲେ ଆହୁରି ୧୦ରୁ ଊର୍ଦ୍ଧ୍ୱ ମଠ ବଳି ପଡିବେ ବୋଲି କୁହାଯାଉଛି। ତେବେ ମଙ୍ଗଳବାର ପବିତ୍ର ସୁନିଆ ଥିଲେ ମଧ୍ୟ ମଠଗୁଡ଼ିକରେ ଏହାକୁ ନେଇ ଆଗଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଉଚ୍ଛେଦ ହିଁ ୭୫ ମିଟର ସୁରକ୍ଷିତ ଜୋନ ମଧ୍ୟରେ ଥିବା ମଠ ମହନ୍ତ ଏବଂ ଅନ୍ତେବାସୀଙ୍କ ଖୁସି ଛଡାଇ ନେଇଛି ବୋଲି କୁହାଯାଉଛି। ଫଳରେ ଏହିସବୁ ମଠଗୁଡ଼ିକରେ ସୁନିଆ ଫିକା ପଡିଥିଲା।
ମଙ୍ଗଳବାର କୌଣସି ନିର୍ମାଣ ଭଙ୍ଗା ଯାଇ ନ ଥିଲା। କିନ୍ତୁ ବଡ଼ ଆଖଡା ମଠର ଭଗ୍ନାବଶେଷ ବୁହାଯାଇ ସେହି ସ୍ଥାନକୁ ଖାଲି କରାଯାଇଥିଲା। ପରେ ମଙ୍ଗୁ ମଠ ମାପଚୁପ କରାଯାଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଆଉ ତିନୋଟି ମଠକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର ସୁନିଆକୁ ନେଇ ମଠଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ସୁନିଆ ଅବସରରେ ମଠର ଖମାର ଅଞ୍ଚଳରୁ ପ୍ରଜା (ଭାଗଚାଷୀ)ମାନେ ଆସିଥାନ୍ତି। ସେମାନେ ମହନ୍ତଙ୍କୁ ବିଭିନ୍ନ ପ୍ରକାର ଭେଟି ଚୁଡ଼ା, ଗୁଡ଼, ଚାଉଳ, କଞ୍ଚା କଦଳୀ, ଟଙ୍କା ପଇସା ଆଦି ଦେଇଥାନ୍ତି। ମଠରେ ସେମାନଙ୍କ ଲାଗି ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ। ବ୍ରାହ୍ମଣମାନେ ଆସି ପଇତା ଦେଇ ଆଶୀର୍ବାଦ କରିଥାନ୍ତି। ଏଥିସହ ମଠରେ ଇନ୍ଦ୍ର ପୂଜା ମଧ୍ୟ କରାଯାଏ। ହେଲେ ମଙ୍ଗଳବାର ୭୫ ମିଟର ପରିଧି ମଧ୍ୟରେ ଥିବା ବହୁ ମଠରେ ସୁନିଆ ଫିକା ପଡିଥିଲା। କେତେକ ମଠରେ ବିଧି ରକ୍ଷା କରାଯାଇଥିବା ବେଳେ ଆଉ କେତେକ ମଠରେ ସୁନିଆ ପାଳନ କରାଯାଇ ନ ଥିଲା।


All Right Reserved By Dharitri.Com

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି।...

ଘରେ ପଶିଲା ବର୍ଷାପାଣି, ତଳିଆ ଅଞ୍ଚଳ ଜଳମଗ୍ନ

ପୁରୀ ଅଫିସ, ୨୪ା୧୦:ଲଘୁଚାପଜନିତ ଲଗାଣ ବର୍ଷାରେ ପୁରୀ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବଡ଼ଦାଣ୍ଡ ସମେତ ଅନେକ ସାହିଗଳି ରାସ୍ତାରେ...

୫ ଦିନ ପରେ ଧରାପଡ଼ିଲେ ଚମ୍ପଟ କଏଦୀ

ବଡବିଲ, ୧୮।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସାୱନ ପାତ୍ର ଓରଫ କୁନାଙ୍କୁ ୫...

ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ...

ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଗିରଫ ହେଲେ ଓ୍ବାର୍ଡେନ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଓ୍ବାର୍ଡେନ୍‌ଙ୍କୁ ପୋଲିସ...

କଳିଙ୍ଗ ନଗର ଏନକାଉଣ୍ଟର ମାମଲା:ଆହତ ସୁଶାନ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗର ଏନକାଉଣ୍ଟର ଘଟଣାରେ ଆହତ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ମାଝି ସୁସ୍ଥ ହେବା ପରେ ସୋମବାର ପୋଲିସ କୋର୍ଟ ଚାଲାଣ...

ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ: ୧୧ ଆହତ

ଖଇରା, ୧୩ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଦାନ୍ତିଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ...

ମହାସ୍ନାନ ପରେ ଶ୍ରୀଜୀଉଙ୍କ ଗଜାନନ ବେଶ

ସଜନାଗଡ଼, ୧୭ା୬(ଡି.ଏନ.ଏ.)-ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ସୋମବାର ସ୍ନାନପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କୁ ରତ୍ନବେଦୀରୁ ସେବାୟତମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *