ଗାଡ଼ି ଧକ୍କାରେ ୨ ଛାତ୍ର ମୃତ

ଭଦ୍ରକ ଅଫିସ, ୧୧।୯:ଭଦ୍ରକ ସହର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ୍‌ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ଛାତ୍ରଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଛାତ୍ର ଦ୍ୱୟ ପ୍ରାତଃ ସାଇକେଲ ଚାଳନା କରୁଥିବା ବେଳେ ନାଲିରଙ୍ଗର ଏକ ଇଣ୍ଡିଗୋ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଟାଉନ ପୋଲିସ ପହଞ୍ଚି ଦୁଇ ଛାତ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟ ପଠାଇଥିଲା।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦୁଇ ଜଣ ଛାତ୍ର ହେଲେ କୁଆଁସ ଗ୍ରାମରେ ଭଡାରେ ରହି ୮ମ ଶ୍ରେଣୀରେ ପଢୁଥିବା ଛାତ୍ର ସୁମିତ୍‌ ସାହୁ ଓ ଅନ୍ୟ ଜଣେ ହେଲେ ୧୦ମ ଶ୍ରେଣୀର ଛାତ୍ର ଶୁଭଙ୍କର ମଲ୍ଲିକ। ସେମାନେ ଦୁଇଟି ସାଇକେଲ ଯୋଗେ ନିଜ ଘରୁ ପ୍ରାତଃ ସାଇକେଲ ଚାଳନା ପାଇଁ ବାହାରିଥିଲେ। ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ ଓ ଜାତୀୟ ରାଜପଥ-୧୬ ସଂଯୋଗ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା କାର୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୋଟିଏ ସାଇକେଲ ଦୁର୍ଘଟଣାସ୍ଥଳରୁ ୨୦ ମିଟର ଦୂରକୁ ଛିଟିକି ପଡିଥିବା ବେଳେ ଅନ୍ୟ ସାଇକେଲଟି ଦୁର୍ଘଟଣା ଘଟାଇଥିବା ଗାଡିରେ ଲାଗି ପ୍ରାୟ ୫ ଶହ ମିଟର ଦୂର ଯାଏ ଘୋଷାରି ହୋଇ ଯାଇଥିଲା। ଦୁର୍ଘଟଣା ସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେବା କାରଣରୁ ଛାତ୍ର ଦ୍ୱୟଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଉକ୍ତ ଗାଡିଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଡ୍ରାଇଭର ଦ୍ରୁତବେଗରେ ଗାଡି ନେଇ ଚାଲିଯାଇଥିଲେ। ପ୍ରଥମେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଛାତ୍ରଦ୍ୱୟ ମୃତ ବୋଲି ପୋଲିସକୁ ଖବର ଦେଇଥିଲୋ। ଟାଉନ ଥାନାଧିକାରୀ ସରୋଜିନୀ ସିଂ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଛାତ୍ର ଦ୍ୱୟଙ୍କ ମୃତଦେହକୁ ଜିଲା ଚିକିସତ୍ାଳୟକୁ ପଠାଇଥିଲେ। ମୃତ ସୁମିତ୍‌ଙ୍କ ଘର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମରେ। ସେ ଭଦ୍ରକର କୁଆଁସରେ ରହି ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ। ମୃତ ଶୁଭଙ୍କରଙ୍କ ଘର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି। ସେ ଚରମ୍ପା ସେଣ୍ଟ ଜାଭିୟର୍‌ ସ୍କୁଲରେ ପାଠ ପଢୁଥିଲେ।


All Right Reserved By Dharitri.Com

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ତାଲା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୩-୯:ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଜଣେ ପ୍ରଥମଶ୍ରେଣୀ ଛାତ୍ର ଶୌଚାଳୟ ଯାଇଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଚତୁର୍ଥ...

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୨ା୧୧: ଶେଷ ହେଲା ଧର୍ମମାସ କାର୍ତ୍ତିକ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗୁରୁବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ...

ହାର ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି

ବନ୍ତ,୨୩।୨(ସ୍ବ.ପ୍ର.)-ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଦିବ୍ୟାଙ୍ଗ। ସ୍ବାମୀ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇଥିବାବେଳେ ସ୍ତ୍ରୀଙ୍କ ପିଠିରେ ଏକ ବଡ଼ କୁବ୍ଜ ବାହାରି ଥିବାରୁ...

ଭିଜିଲାନ୍ସ ଜାଲରେ ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ

ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ ଲାଞ୍ଚନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ହଜାର ଟଙ୍କା ଲାଞ୍ଚ ନେଉଥିବା...

କ୍ରୀଡ଼ା ପାଇଁ ସମର୍ପିତ ରାମକୃଷ୍ଣ

ଢେଙ୍କାନାଳ ଅଫିସ (ରତନ ନାୟାର), ୨୯।୮ :ଢେଙ୍କାନାଳ ଜିଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କ ମଧ୍ୟରୁ ଯୁବ କ୍ରୀଡ଼ାବିତ୍‌ ରାମକୃଷ୍ଣ ବେହେରା ଜଣେ।...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ...

ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର...

Leave a comment

Your email address will not be published. Required fields are marked *