ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା ପୁରୀ ଅଞ୍ଚଳର ନାନୁ ଦାସ (୨୨)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମଙ୍ଗଳବାର ଏ ନେଇ ନାନୁଙ୍କ ମା’ ମମତା ଦାସଙ୍କ ଏତଲାକୁ ଭିତ୍ତିକରି ଗୋପାଳପୁର ଥାନାରେ (ନଂ.୯୭/୧୯)ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ମା’ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପ୍ରାୟ ଦେଢ଼ବର୍ଷ ତଳେ ନାନୁ ବୋହୂ ହୋଇ ମନସୁରକୋଟା ଗାଁକୁ ଆସିଥିଲେ। ବିବାହ ବେଳେ ବାପଘର ପକ୍ଷରୁ ଯାନିଯୌତୁକ ଦିଆଯାଇଥିଲା। କିଛିଦିନ ଭଲରେ ଚଳିବା ପରେ ସ୍ବାମୀ ଓ ଶାଶୁ ଅଧିକ ଯୌତୁକ ଆଣିବା ଦାବି କରି ନାନୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ବିଭିନ୍ନ ସମୟରେ ସ୍ବାମୀ ନିଶାସକ୍ତ ହୋଇ ଆସି ଗଣ୍ଡଗୋଳ କରୁଥିଲେ। ଜୁନ ମାସରେ ପ୍ରାୟ ୫ମାସର ଶିଶୁକନ୍ୟାକୁ ନେଇ ସ୍ବାମୀଙ୍କ ସହ ନାନୁ ବାପ ଘରକୁ ଯାଇଥିଲେ। ଗତ ୨ ତାରିଖରେ ମନସୁରକୋଟା ଆସିବା ପରେ ଟଙ୍କା ପାଇଁ ନାନୁଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ସୋମବାର ରାତିରେ ଏ ସମ୍ପର୍କରେ ସେ ତାଙ୍କ ମା’ଙ୍କୁ ଫୋନ ଯୋଗେ ଜଣାଇଥିଲେ। ରାତି ପ୍ରାୟ ୧୧ଟାରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ଆସି ଯୌତୁକ ଟଙ୍କା ଆଣିବା ବିଷୟରେ ବାପଘରେ କହିଲୁ କି ନାହିଁ କହି ଏକ ଧାରୁଆ ଅସ୍ତ୍ରରେ ନାନୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଗୁରୁତର ଅବସ୍ଥାରେ ନାନୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟାରେ ନାନୁଙ୍କ ମୃତ୍ୟୁ ଘଟିିଥିଲା।


All Right Reserved By Dharitri.Com

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା...

ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି

ରସୁଲପୁର,୫ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବ୍ୟବସାୟିକ ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା କୁଆଖିଆ ବଜାରର ସାରଙ୍ଗପୁର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ କୁଆଖିଆ ମହୋତ୍ସବ...

ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮ ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ...

ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧଦେବ ଗିରଫ: ବନ୍ଧୁକ, ଗୁଳି, ମୋବାଇଲ ଜବତ

ବରଗଡ଼ ଅଫିସ,୭।୧୦: ବରଗଡ଼ ଟାଉନ ଥାନା ପୋଲିସ ସୋମବାର ସହର ଉପକଣ୍ଠ ଘୁଲିପାଲି ନିକଟରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେ ହେଲେ ଝାରସୁଗୁଡ଼ା...

ନଭେମ୍ବର ୧୨ରୁ ବାଲିଯାତ୍ରା

କଟକ ଅଫିସ,୧୬।୧୦:ଜିଲା ପ୍ରଶାସନ, ଜିଲା ସଂସ୍କୃତି ପରିଷଦ ଏବଂ କଟକ ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଚଳିତବର୍ଷର ଐତିହାସିକ ବାଲିଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା...

‘ମହିଳାଙ୍କ ଏକତାରେ ସମାଜର ପରିବର୍ତ୍ତନ ସମ୍ଭବ’

କୋରେଇ,୧୩।୮(ସ୍ବ.ପ୍ର.)- ଜାତୀୟ ଏକତା ପରିଷଦର ଯାଜପୁର ଜିଲା ଶାଖା ପକ୍ଷରୁ ସୋମବାର ଖମଣ ପଞ୍ଚାୟତର ଶଙ୍ଖଚିଲାଠାରେ ଜଳ, ଜମି, ଜଙ୍ଗଲ ଉପରେ ମହିଳାଙ୍କ ଅଧିକାର ଶୀର୍ଷକ...

ସିନେ କଳାକାରଙ୍କ କାର ଧକ୍କାରେ ଯୁବକ ଗୁରୁତର

ପାତ୍ରପଡ଼ା,୧୦।୯(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁର ନିକଟରେ ସୋମବାର ରାତିରେ ଜଣେ ଓଡ଼ିଆ ସିନେ କଳାକାରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ...

Leave a comment

Your email address will not be published. Required fields are marked *