ମସ୍‌ଜିଦରେ ଦଳାଚକଟା: ୩୧ ମୃତ

ବାଗ୍‌ଦାଦ,୧୧ା୯(ଆଇଏଏନ୍‌ଏସ୍‌): ଇରାକ୍‌ର କର୍ବଲା ସହରସ୍ଥିତ ଏକ ପ୍ରସିଦ୍ଧ ମସ୍‌ଜିଦରେ ମଙ୍ଗଳବାର ଦଳାଚକଟା ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି।
ଖ୍ରୀଷ୍ଟାବ୍ଦରେ ସଂଘଟିତ କର୍ବଲା ଯୁଦ୍ଧରେ ଖଲିଫା ୟାଜିଦ୍‌ଙ୍କ ନେତୃତ୍ୱାଧୀନ ସୈନ୍ୟଙ୍କ ଆକ୍ରମଣରେ ମହମ୍ମଦଙ୍କ ଅଣନାତି ଇମାମ ହୁସେନ ପ୍ରାଣ ହରାଇଥିଲେ। ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରତିବର୍ଷ ମହରମ୍‌ ମାସର ୧୦ ତାରିଖରେ ପାଳନ କରାଯାଏ, ଯାହାକୁ ଅଶୁରା କୁହାଯାଏ। ରାଜଧାନୀ ବାଗ୍‌ଦାଦରୁ ୧୧୦ କି.ମି. ଦୂର କର୍ବଲାସ୍ଥିତ ଇମାମ ହୁସେନ ମସ୍‌ଜିଦରେ ଅଶୁରା ପାଳନ ପାଇଁ ଭାରତ, ପାକିସ୍ତାନ, ଇରାନ ସମେତ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ହଜାର ହଜାର ସଂଖ୍ୟାରେ ଶିହା ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ସେମାନେ କଳପତାକା ଧରି ଶୋଭାଯାତ୍ରାରେ ଯାଉଥିବାବେଳେ କୌଣସି କାରଣରୁ ସେଠାରେ ଦଳାଚକଟା ହୋଇଥିଲା। ଫଳରେ ୩୧ମୃତ ଓ ଶତାଧିକ ଆହତ ହୋଇଛନ୍ତି। ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ସୟାଫ୍‌ ଅଲ୍‌-ବଦର୍‌ ସୂଚନା ଦେଇଛନ୍ତି। ଏହାକୁ ଅଶୁରା ଶୋଭାଯାତ୍ରା ସମୟରେ ଇରାକ୍‌ ଇତିହାସରେ ସବୁଠୁ ବଡ଼ ଦଳାଚକଟା ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ସୁନ୍ନି ଆଧିପତ୍ୟ ଶାସନ ବେଳେ ଅଶୁରା ଉପରେ କଟକଣା ଜାରି କରାଯାଇଥିଲା। ପରେ ଏହି ପର୍ବ ପାଳନ ବେଳେ ସୁନ୍ନି କଠୋରପନ୍ଥୀମାନେ ଶିହା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରୁଥିବା ନଜିର ରହିଛି।


All Right Reserved By

ଆଜି ପିଓକେ ଯିବେ ଇମ୍ରାନ୍‌

ଇସ୍‌ଲାମାବାଦ,୧୩-୯(ପି.ଟି.): ପିଓକେକୁ ନେଇ ଛାନିଆ ହୋଇଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ସେଠାକାର ରାଜଧାନୀ ମୁଜାଫରାବାଦ ଗସ୍ତ କରିବେ। ସେ ସେଠାରେ ସମ୍ବୋଧନ ବେଳେ...

ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ

ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।...

ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ...

ସୁଦାନରେ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ:୩୭ ମୃତ, ୨୦୦ରୁ ଅଧିକ ଆହତ

ଖାର୍ଟୁମ,୨୭।୮: ପୂର୍ବ ସୁଦାନରେ ଦୁଇ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୩୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଏହି...

ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା...

କଶ୍ମୀର ପ୍ରସଙ୍ଗ: ଭାରତକୁ ଫ୍ରାନ୍ସର ସମର୍ଥନ

ପ୍ୟାରିସ୍‌, ୨୩।୮:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଛି ଫ୍ରାନ୍ସ। ଉଭୟ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ କଥାବାର୍ତ୍ତା ଜରିଆରେ କଶ୍ମୀର ପ୍ରସଙ୍ଗ ସମାଧାନ ଆବଶ୍ୟକ। ଏଥିରେ ତୃତୀୟ ପକ୍ଷ...

ହାଫିଜ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବଢ଼ିଲା

ଲାହୋର,୨୫ା୭(ପି.ଟି.): ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବୃଦ୍ଧି କରାଯାଇଛି। ଆତଙ୍କବାଦ ପାଇଁ ପାଣ୍ଠି...

ଶ୍ରୀଲଙ୍କା ସରକାର କହିଲେ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ୨୫୩

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ଇଷ୍ଟର ସନ୍‌ ଡେ’ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୫୯ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *