ୟୁଏଇରେ ଫସିଛନ୍ତି ୨୦୦ ଭାରତୀୟ ଶ୍ରମିକ

ଦୁବାଇ, ୧୧ା୯ (ପି.ଟି.): ପେଟ ଲାଗି ୟୁଏଇ ଯାଇ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ପ୍ରାୟ ୨୦୦ ଭାରତୀୟ ଏବେ ସେଠାରେ ଫସି ରହିଛନ୍ତି। ଦୀର୍ଘମାସ ହେବ ସେମାନଙ୍କୁ ଦରମା ଦିଆଯାଉ ନ ଥିବାରୁ ସେମାନେ ସ୍ବଦେଶ ଫେରିପାରୁ ନ ଥିବା ଜଣାପଡ଼ିଛି। କେବଳ ଭାରତୀୟ ନୁହନ୍ତି ବାଂଲାଦେଶ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ଫିଲିପାଇନ୍ସ ଓ ଇଜିପ୍ଟରୁ ସେଠାକୁ ଯାଇଥିବା ୩୦୦ରୁ ଊର୍ଦ୍ଧ୍ୱ ଲୋକ ଫସି ରହିଛନ୍ତି। ଅଲ୍‌ ଓ୍ବାସିତା ଏମିରେଟ୍ସ କ୍ୟାଟରିଂ ସର୍ଭିସେସ୍‌ରେ ଏମାନେ କାମ କରୁଛନ୍ତି। ମାନସିକ ସ୍ତରରେ ଏମାନେ ଦୁର୍ବଳ ହୋଇପଡ଼ି ଥିବାବେଳେ ଫେରିବା ଲାଗି ଭିଜା ଓ ବିମାନ ଟିକେଟ ଲାଗି ପଇସା ଏମାନଙ୍କ ପାଖରେ ନାହିଁ। ସେମାନଙ୍କ ସମସ୍ୟା ଖୁବ୍‌ଶୀଘ୍ର ଦୂର କରାଯିବ ବୋଲି ଆବୁଧାବିସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ ପୂଜା ଭର୍ନେକର କହିଛନ୍ତି।


All Right Reserved By Dharitri.Com

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ...

ସପ୍ତାହରେ ଥରେ କରନ୍ତୁ ଉପବାସ ମିଳିବ ଏସବୁ ଲାଭ…

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ...

ଭିନ୍ନ ଢଙ୍ଗରେ ସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ମିଶେଲଙ୍କ...

ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ

ଦାର୍‌ ଏସ୍‌ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦...

ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି

ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍‌ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା...

କାତାରରେ ଏଫ୍‌-୨୨ ଯୁଦ୍ଧବିମାନ

ଓ୍ବାଶିଂଟନ,୩୦ା୬(ଏଏଫ୍‌ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍‌-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା...

ପାକିସ୍ତାନରେ ଡେଙ୍ଗୁ ସାଜିଛି ମହାମାରୀ: ୧୦ ହଜାର ଲୋକ ସଂକ୍ରମିତ

ଇସଲାମାବାଦ୍‌,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ...

ରୁଷ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ମସ୍କୋ,୨୪।୧୨: ରୁଷର ଏସ୍‌-୫୭(ଟି-୫୦) ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ଖାବରୋଭସକ କ୍ରାଇର ଡିଜୋମଗି ଏୟାରବେସ୍‌ର ପ୍ରାୟ ୧୨୦ କିଲୋମିଟର ଦୂରରେ...

Leave a comment

Your email address will not be published. Required fields are marked *