୨ ପୁଅ, ମା’ଙ୍କ ମୃତଦେହ ମିଳିବା ଘଟଣା: ସ୍ବାମୀ ହିଁ ହତ୍ୟାକାରୀ, ପ୍ରେମିକାଙ୍କ ସମେତ ୩ ଅଟକ

ଭବାନୀପାଟଣା,୧୧।୯(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନାଠାରୁ ୧୦ କି.ମି. ଦୂର ସିଂଝରଣ ଗ୍ରାମରେ ସୋମବାର ୨ ଶିଶୁଙ୍କ ସମେତ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ଘଟଣାର ପୋଲିସ ଫର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଲିଙ୍ଗ ମାଝିଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଲିଙ୍ଗ ମାଝି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ସଦର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପ୍ରେମିକାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।
ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ଲିଙ୍ଗ ମାଝି ତାଙ୍କ ସ୍ତ୍ରୀ ବିମଳା ଓ ଦୁଇ ଶିଶୁ ଦୁଷ୍ମନ୍ତ (୭) ଓ ରବୀନ୍ଦ୍ର (୨)ଙ୍କୁ ଛାଡି ୪ ମାସ ହେଲା ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରଖି ଭବାନୀପାଟଣାରେ ରହୁଥିଲେ। ସମ୍ପୃକ୍ତା ମହିଳା ଲିଙ୍ଗଙ୍କ ସହ ଗୋଟିଏ ମାସ ରହିବା ପରେ ପ୍ରଥମ ସ୍ବାମୀ ନିକଟକୁ ଫେରି ଯାଇଥିଲେ। ପରେ ଲିଙ୍ଗ ଯେତେବେଳେ ସ୍ତ୍ରୀ ବିମଳାଙ୍କ ନିକଟକୁ ଯାଇ ପୂର୍ବ ଭଳି ଘର ସଂସାର କରି ରହିବା ପାଇଁ କହିଥିଲେ। ଏଥିରେ ବିମଳା ରାଜି ହୋଇ ନ ଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ମନାନ୍ତର ରହିବା ସହ ଅଶାନ୍ତି ଲାଗି ରହିଥିଲା। ୩ ମାସ ଧରି ଲିଙ୍ଗ ଭବାନୀପାଟଣାରେ ଏକା ରହୁଥିଲେ। ଗତ ରବିବାର ଲିଙ୍ଗ ସିଂଝରଣ ଗ୍ରାମସ୍ଥିତ ନିଜ ଘରକୁ ଯାଇଥିଲେ। ରାତି ପ୍ରାୟ ୨ଟାରେ ସ୍ତ୍ରୀ ବିମଳା ଶୋଇଥିବା ଅବସ୍ଥାରେ ପ୍ରଥମେ ତାଙ୍କ ମୁହଁକୁ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ବିମଳା ଅଚେତ ହୋଇଯିବା ପରେ ତାଙ୍କୁ ଟେକି ନିକଟସ୍ଥ ରେଳଧାରଣା ପର୍ଯ୍ୟନ୍ତ ନେଇ ଯାଇଥିଲେ। ରେଳଧାରଣା ନିକଟରେ ଏକ ଟାଙ୍ଗିଆରେ ସେ ବିମଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ରେଳଧାରଣାରେ ମୃତଦେହକୁ ଆତ୍ମହତ୍ୟା ଭଳି ପକାଇ ଘରକୁ ଫେରି ଆସିଥିଲେ। ଏପଟେ ଘରେ ଶୋଇଥିବା ଅବସ୍ଥାରେ ଦୁଇ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ରଙ୍କୁ ଟାଙ୍ଗିଆରେ ଗଳା କାଟି ହତ୍ୟା କରିଥିଲେ। ୩ ଜଣଙ୍କୁ ହତ୍ୟା କରିବା ପରେ ଲିଙ୍ଗ ରାତିରେ ହିଁ ଭବାନୀପାଟଣା ଫେରି ଆସିଥିଲେ। ଯୋଜନାବଦ୍ଧ ଭାବରେ ୩ ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ସେ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଅଭିଯୁକ୍ତ ଲିଙ୍ଗ ମାଝି ହତ୍ୟା ଘଟଣାକୁ ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।


All Right Reserved By

ପୋଷ୍ଟ ଅଫିସ୍‌ ଜମା ଟଙ୍କା ଫେରସ୍ତ ଦାବି: ଅଧିକ୍ଷକଙ୍କୁ ଘେରିଲେ ଜମାକାରୀ

ଆସିକା,୨୫ା୭(ଡି.ଏନ୍‌.ଏ.)- ଆସିକା ଡାକ ମଣ୍ଡଳର କବିସୂର୍ଯ୍ୟନଗର ସବ୍‌ପୋଷ୍ଟ ଅଫିସ୍‌ ଶିଆଳିଆ ଶାଖା ଡାକଘରେ ଜମାକାରୀଙ୍କ ଟଙ୍କା ହେରଫେର୍‌ ହୋଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।...

୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

ଅତାବିରା, ୨୯।୪ (ଡି.ଏନ୍‌.ଏ.) :  କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି...

ବିପଦସଙ୍କୁଳ ଅବସ୍ଥାରେ ଜହ୍ନେଇ ନାଳ ପୋଲ

ପାଟଣା, ୬।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ହନୁମାନ ଛକ ରାସ୍ତାର ଜହ୍ନେଇ ନାଳ ଉପରେ ଥିବା ପୋଲଟି ଭାଙ୍ଗି ଯାଇ...

ଚନ୍ଦନଗଛ କାଟିନେଲେ ଦୁର୍ବୃତ୍ତ

ଦେବଗଡ଼, ୨୮ା୪(ସ୍ବ.ପ୍ର.): ସହରର ୬ ନଂ ଓ୍ବାର୍ଡସ୍ଥିତ ରଙ୍ଗିଆଗୁଡ଼ାରୁ କେହି ଦୁର୍ବୃତ୍ତ ଚନ୍ଦନଗଛ କାଟି ନେଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ରଙ୍ଗିଆଗୁଡ଼ା ବସ୍ତିର ଅଚ୍ୟୁତ ବେହେରାଙ୍କ...

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ...

ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ...

ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ...

ଡଙ୍ଗାଘାଟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୧।୮ (ଡି.ଏନ.ଏ): ପଦ୍ମପୁର ଉପଖଣ୍ଡ ଲଖମରା ଓ ଚର୍ଦାପାଲି ଗ୍ରାମପଞ୍ଚାୟତ ମଝିରେ ଅଙ୍ଗନଦୀ ପ୍ରବାହିତ ହେଉଛି । ବର୍ଷା ଦିନରେ ଏହି ନଦୀରେ ବନ୍ୟାଜଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *