ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା:ଦୋଷୀଙ୍କୁ ଫାଶୀଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧୧-୯:ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା(୯)ଙ୍କୁ ୨୦୧୮ ମାର୍ଚ୍ଚ ୨୦ରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ଡ. ମୁନରାଣୀ ମିଶ୍ର ଅଭିଯୁକ୍ତ କାଳିଆ ଓରଫ ଲବ ମାନା(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ କୋର୍ଟରେ ଉପସ୍ଥିତ ନାବାଳିକାଙ୍କ ମା’, ବାପା ଓ ଭଉଣୀ କୋହ ସମ୍ବରଣ କରିପାରି ନ ଥିଲେ। ସେମାନେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ଯେ, ଦେଢବର୍ଷ ପରେ ଭଗବାନ ସେମାନଙ୍କ ଦୁଃଖ ଶୁଣିଛନ୍ତି। ଦୋଷୀକୁ ଫାଶୀ ଦେବାକୁ ବିଚାରପତି ଯେଉଁ ରାୟ ଶୁଣାଇଛନ୍ତି, ସେଥିରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ନ୍ୟାୟପାଳିକା ଉପରେ ସେମାନଙ୍କର ଆସ୍ଥା ଅତୁଟ ରହିଛି। ଯେଉଁଦିନ ଲବ ବେକରେ ରଶି ଲାଗିବ ସେଦିନ ଝିଅର ଆତ୍ମା ଶାନ୍ତି ପାଇବ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ରାୟକୁ ଜିଲାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏଭଳି ରାୟ ଜିଲାରେ ପ୍ରଥମ ବୋଲି କୁହାଯାଇଛି।


All Right Reserved By

ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ: ଜଣେ ଗିରଫ

ପଦ୍ମପୁର,୬।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମରା ବନ୍ଦରରୁ କୋଇଲା ପରିବହନ ହେଉଥିବା ବେଳେ ବ୍ୟାପକ ଚୋରା ଚାଲାଣ ହୋଇଛି। ଗୁରୁବାର ସକାଳୁ ତିହିଡି ଅଞ୍ଚଚଳର ଏକ ପିକ୍‌ଅପ୍‌...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ: ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରକୁ ନେଇ ବିବାଦ ଲାଗିରହିଛି। ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲଙ୍କୁ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ନୋଟିସ...

ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲା ରାଜ୍ୟ କଂଗ୍ରେସ, ପୁନଃଗଠନ ହେବ ପିସିସି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୁନଃଗଠନ ହେବ ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେବା ପରେ ଅଣ୍ଟା ଭିଡିଛି କଂଗ୍ରେସ।...

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ ଅଫିସ, ୨୧।୮-ଶ୍ରୀମନ୍ଦିରରେ ବୁଧବାର ରାହୁରେଖା ଲାଗି ହେବେ ମହାପ୍ରଭୁ। ଏଥିପାଇଁ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୫ଘଣ୍ଟା ଦର୍ଶନ ବନ୍ଦ...

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା...

ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫...

କନ୍ଦରପୁର ବଜାର କମିଟି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

କଟକ ସଦର,୧୬।୫(ଡି.ଏନ୍‌.ଏ.): କମିଶନରେଟ ପୋଲିସ ବ୍ୟବସ୍ଥା ଅନ୍ତର୍ଗତ କନ୍ଦରପୁର ବଜାର କମିଟି ସଭାପତି ସ୍ମୃତି ରଞ୍ଜନ ପ୍ରଧାନ(୪୩)ଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଘଟଣାରେ...

ତଦନ୍ତରେ ସୀମିତ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୬।୭(ବ୍ୟୁରୋ) ଗଣ୍ଡଗୋଳ, ବଳାତ୍କାର, ପୋଲିସ ଗୁଳିକାଣ୍ଡ, ଦଳାଚକଟା ଭଳି ଅନେକ ଘଟଣାକୁ ଶାନ୍ତ କରିବାକୁ ରାଜ୍ୟ ସରକାର ବିିଭିନ୍ନ ସମୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *