Posted inଖେଳ

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ ଅନୁଯାୟୀ, ରବିବାର ସିଡ୍‌ନୀରୁ ବିମାନ ଓ୍ବାଗା ଯିବାର ଥିଲା। କିନ୍ତୁ ସ୍ଲାଟର ଓ ଦୁଇ ମହିଳାଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତି ହୋଇଥିଲା। ଏହାପରେ ସ୍ଲାଟର ବିମାନର ଶୌଚାଳୟରେ ନିଜକୁ ବନ୍ଦ କରି ଦେଇଥିଲେ। ତାଙ୍କୁ ବାହାରକୁ କାଢ଼ିବା ପାଇଁ ସୁରକ୍ଷା କର୍ମକର୍ତ୍ତାଙ୍କୁ ଡକାଇବାକୁ ପଡ଼ିଥିଲା। ଏଥିନେଇ ବିମାନ ଉଡାଣରେ ଅଧ ଘଣ୍ଟା ବିଳମ୍ବ ହୋଇଥିଲା। କ୍ରିକେଟ ପଣ୍ଡିତ ଭାବେ ଜଣାଶୁଣା ସ୍ଲାଟରଙ୍କୁ ବିଶ୍ୱକପ୍‌ ଲାଗି ଭାଷ୍ୟକାର ପେନାଲରେ ସ୍ଥାନ ମିଳିଛି। ଏହି ଘଟଣାକୁ ଅଷ୍ଟ୍ରେଲିଆନ ଏୟାର ଲାଇନ କ୍ୱାଣ୍ଟାସ ସ୍ପଷ୍ଟ କରିଛି। ଓ୍ବାଗା ପାଇଁ ବିମାନ ଉଡାଣ ଆରମ୍ଭ କରିବା ପୂର୍ବରୁ ମୁଁ ଦୁଇ ବନ୍ଧୁଙ୍କ ସହ ଯୁକ୍ତି କରିଥିଲି। ଏଥିଯୋଗୁ ବିମାନର ଅନ୍ୟ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସ୍ଲାଟର କହିଛନ୍ତି। ୨୦୦୪ରେ ଅବସର ନେଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଟେଷ୍ଟ କ୍ରିକେଟରେ ୫,୩୧୨ ରନ୍‌ କରିଛନ୍ତି।


All Right Reserved By

Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ...

ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍‌ ଡ୍ର

ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍‌ ବିପକ୍ଷରେ ମ୍ୟାଚ୍‌...

ପୂର୍ବତନ ବାର୍ସିଲୋନା କୋଚ୍‌ଙ୍କ ୯ବର୍ଷୀୟ ଝିଅର ମୃତ୍ୟୁ

ମାଡ୍ରିଡ୍‌,୩୦।୮: ପୂର୍ବତନ ସ୍ପାନିସ କୋଚ୍‌ ଲୁଇସ ଏନ୍‌ରିକ୍ୟୁଙ୍କ ୯ ବର୍ଷୀୟା ଝିଅ ଜାନାଙ୍କ ମୃତ୍ୟୁ ଘଟିଛି। ସେ ଅସ୍ଥି ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ।...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ...

ପନ୍ତଙ୍କ ସପକ୍ଷରେ ଗାଭାସ୍କର, ପିଟରସନ: ରାୟୁଡୁଙ୍କୁ ଗମ୍ଭୀରଙ୍କ ସମର୍ଥନ

ନୂଆଦିଲ୍ଲୀ,୧୨।୬(ପି.ଟି.)- ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ବାଦ ପଡିଲେ ତାଙ୍କ ବଦଳ ଖେଳାଳି ଭାବେ କାହାକୁ ଦଳରେ ସାମିଲ କରାଯିବ ସେ ନେଇ ଚର୍ଚ୍ଚା ଆରମ୍ଭ...

ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ...

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର...

ଭାରତୀୟ ହକି ଦଳର ବିଜୟଧାରା ଜାରି

ଆଣ୍ଟରେପ (ବେଲଜିୟମ),୩୦।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟଧାରା ଅବ୍ୟାହତ ରଖିଛି। ରବିବାର ଅନୁଷ୍ଠିତ ତୃତୀୟ ମ୍ୟାଚ୍‌ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *