ମୁହାଣ ଅବରୋଧ:ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ବାଲିଆପାଳ, ୧୧ା୯(ଡି.ଏନ.ଏ.)-କୌଣସି ନଦୀର ମୁହାଣକୁ ଅବରୋଧ କରାଯାଇପାରିବ ନାହିଁ। ଏହା ଆଇନତଃ ଦଣ୍ଡନୀୟ କାର୍ଯ୍ୟ। ଏପରି କି ମୁହାଣରେ ଜାଲ ବସାଇ ଜାଆଁଳ ଧରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖାର ହଂସକରା, ବାହାବଳପୁର ମୁହାଣକୁ ବେଆଇନ ଭାବେ ଅବରୋଧ କରାଯିବା ଯୋଗୁ ମତ୍ସ୍ୟଜୀବୀମାନେ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ଏହି ମୁହାଣ ଉପରେ ନିର୍ଭର କରି ମାଛ ଧରି ପରିବାର ପୋଷୁଥିବା ମତ୍ସ୍ୟଜୀବୀଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇପଡିଛି।
ସମୁଦ୍ରରେ ଜୁଆର ଆସିଲେ ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣ ଦେଇ ସମୁଦ୍ରଜଳ ନଦୀ ମଧ୍ୟକୁ ଆସିଥାଏ। ଏଥିରେ ବିପୁଳ ପରିମାଣର ମାଛ, କଙ୍କଡା ଜାଆଁଳ ମୁହାଣକୁ ଆସିଥାନ୍ତି। ଏଥିସହ ମୁହାଣ ଦେଇ ନଦୀର ମଧୁରଜଳ ସମୁଦ୍ରରେ ମିଶିଥାଏ। ଏଥିଲାଗି ବର୍ଷାଋତୁ ଆରମ୍ଭରେ ପ୍ରଚୁର ପରିମାଣର ଇଲିଶି, ଚିଙ୍ଗୁଡି ଆଦି ମାଛ ଜାଆଁଳ ଦେବା ପାଇଁ ମୁହାଣକୁ ଆସିଥାନ୍ତି। କେତେକ ଚିଙ୍ଗୁଡି ଚାଷୀ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁହାଣର ଉଭୟ ପାର୍ଶ୍ୱକୁ ଅବରୋଧ କରି ବିଭିନ୍ନ ଉପାୟରେ ଜାଆଁଳ ଧରି ନେଇଯାଉଛନ୍ତି। ଚିଙ୍ଗୁଡି ଚାଷର ଚାହିଦା ଅଧିକ ଥିବାରୁ ସେମାନେ ଏପରି କରୁଥିବା କୁହାଯାଉଛି। ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣରୁ ଧରାଯାଉଥିବା ଚିଙ୍ଗୁଡି ଜାଆଁଳର ଆକାର ଏତେ ଛୋଟ ଯେ ସେସବୁକୁ ଧରିବା ପାଇଁ ସ୍ଥାନୀୟ ଲୋକମାନେ ମଶାରି ଜାଲ ବ୍ୟବହାର କରିଥାନ୍ତି ା ଏହି ମଶାରି ଜାଲରେ ଚିଙ୍ଗୁଡି ଜାଅଁାଳ ସମେତ ଇଲିଶି, ବେକଟି, ଖୁରାଣ୍ଟ, କୁଣ୍ଡଳ ଆଦି ମୂଲ୍ୟବାନ ମାଛର ଜାଆଁଳ ଓ କଙ୍କଡା ଜାଆଁଳ ବହୁ ସଂଖ୍ୟାରେ ପ୍ରତିଦିନ ଧରାପଡି ମରିଯାଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ା ସାଧାରଣତଃ ମାଛ, ଚିଙ୍ଗୁଡି ଓ କଙ୍କଡା ଗର୍ଭଧାରଣ ପରେ ପରେ ମୁହାଣ ବାଟେ ନଦୀର ମଧୁର ଜଳକୁ ଯାଇ ସେଠାରେ ଅଣ୍ଡା ଦେବା ପରେ ସମୁଦ୍ରକୁ ପୁଣି ଫେରିଯାଇଥାନ୍ତି। ଏସବୁ ମୁହାଣ ଅବରୋଧ ଯୋଗୁ ମାଛବଂଶ ହ୍ରାସ ପାଇବାରେ ଲାଗିଛି। ଫଳରେ ଯେଉଁ ମାଛ, କଙ୍କଡା ନଦୀ ମୁହାଣକୁ ଅଣ୍ଡାଦେବାକୁ ଯାଉଛନ୍ତି, ସେମାନେ ଆଉ ମୁହାଣରୁ ଫେରି ପାରୁନାହାନ୍ତି। ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ପ୍ରକାଶ ଚନ୍ଦ୍ର ଗିରିଙ୍କୁ ଯୋଗାଯୋଗ କରାଯିବାରୁ ଏହାକୁ ରୋକିବା ଲାଗି ଆଇନକୁ କଡାକଡି କରାଯିବା ଆବଶ୍ୟକ ବୋଲି କହିଥିଲେ।


All Right Reserved By Dharitri.Com

ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି...

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ...

ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ବଦଳିଲେ ବିପିଏମ୍‌, ବିଏଏମ୍‌

ହାଟଡ଼ିହୀ,୧୯।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର(ବିପିଏମ୍‌) ଏବଂ ବ୍ଲକ ଆକାଉଣ୍ଟସ୍‌ ମ୍ୟାନେଜର (ବିଏଏମ୍‌)ଙ୍କ ବଦଳି ହୋଇଛି। ସେମାନଙ୍କ...

ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍‌ପି

ଅନୁଗୋଳ ଅଫିସ୍‌, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍‌ ଓ ୯...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଜିଲାର ୩ ହଜାର ଚାଷୀଙ୍କୁ...

ରେଲୱେ ଜମିହରା ସଂଘର ଆନ୍ଦୋଳନ: କୋରାପୁଟ ରେଲୱେ ଷ୍ଟେଶନରେ ପୋଲିସ ଛାଉଣୀ

କୋରାପୁଟ,୧୦।୧୨(ସ୍ବ.ପ୍ର.): କୋରାପୁଟ ଜିଲା ରେଲୱେ ଜମି ହରା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ ଆରମ୍ଭ ହୋଇଛି। କୋରାପୁଟ-କିରୋଣ୍ଡଲ, କୋରାପୁଟ-ରାୟଗଡ଼ା ଓ କୋରାପୁଟ- ବିଶାଖାପାଟଣା ରେଳ ଲାଇନ...

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରତ୍ନଗିରି,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର...

୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ...

Leave a comment

Your email address will not be published. Required fields are marked *