Posted inଖେଳ

ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ର: ସୁଶ୍ରୀ

ଭୁବନେଶ୍ୱର, ୧୧।୯-ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା ମହିଳା କ୍ରିକେଟରେ ଏହା ଏବେ ସବୁଠାରୁ ଚର୍ଚ୍ଚିତ ନାମ। ରାଜ୍ୟ ଏବଂ ଜୋନାଲ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିବ୍ୟଦର୍ଶିନି ଗତ କିଛିଦିନ ତଳେ ବୋର୍ଡ ସଭାପତି ଏକାଦଶର ଦଳରେ ସ୍ଥାନ ପାଇଥିଲେ। ମଙ୍ଗଳବାର ଘୋଷିତ ଭାରତ ‘ଏ’ ଏବଂ ଇମର୍ଜି ଏସିଆ କପ୍‌ ପାଇଁ ଦଳରେ ସ୍ଥାନ ପାଇ ସେ ବେଶ୍‌ ଉତ୍ସାହିତ। ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ରଥିବା ଦିବ୍ୟଦର୍ଶିିନୀ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।

ପ୍ରଶ୍ନ: ପ୍ରଥମେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଏବେ ଭାରତ ‘ଏ’ ଏବଂ ଇମର୍ଜିଂ ଦଳରେ ସ୍ଥାନ ପାଇଛ, କେମିତି ଅନୁଭବ ହେଉଛି ?
ଉ: ବହୁତ ଖୁସି ଲାଗୁଛି। ବିଶେଷ କରି ବିଦେଶ ମାଟିରେ ଖେଳିବାକୁ ଯାଉଥିବାରୁ ଏହା ମୋ ପାଇଁ ବହୁତ ବଡ଼ ଅଭିଜ୍ଞତା ଆଣିବ। ମୁଁ ଆଗାମୀ ସିରିଜ ଏବଂ ଟୁର୍ନାମେଣ୍ଟରେ ଖେଳିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି।
ପ୍ର: ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଏହା ଏକ ସୁଯୋଗ ବୋଲି ଭାବୁଛନ୍ତି କି ?
ଉ: ବାଂଲାଦେଶରେ ଭାରତ ‘ଏ’ ପକ୍ଷରୁ ଭଲ ପ୍ରଦର୍ଶନ କରିପାରିଲେ ମୁଁ ନିଶ୍ଚିତ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖି ପାରିବି। ବାଂଲାଦେଶରେ ୬ଟି ମ୍ୟାଚ ଏହାପରେ ଇମର୍ଜି ଏସିଆ କପ୍‌। ପ୍ରଭାବୀ ପ୍ରଦର୍ଶନ କରି ମୁଁ ଜାତୀୟ ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଶା ରଖିଛି।
ପ୍ର: ନିକଟରେ କେଉଁ ପ୍ରଦର୍ଶନ ପାଇଁ ଭାରତ ‘ଏ’ କିମ୍ବା ଇମର୍ଜିଂ ଦଳରେ ସ୍ଥାନ ମିଳିଲା ବୋଲି ଭାବୁଛନ୍ତି।
ଉ: ମୁଁ ସିନିୟର ଏକଦିବସୀୟରେ ଲୋୟର ଅର୍ଡରରେ ଆସିଥିଲେ ହେଁ ୪ଟି ଅର୍ଦ୍ଧଶତକ ହାସଲ କରିଥିଲି। ସ୍ପିନ ବୋଲିଂରେ ୧୭-୧୮ଟି ଉଇକେଟ ମଧ୍ୟ ନେଇଥିଲି। ଟି୨୦ରେ ମଧ୍ୟ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ଥିଲି। ୨୩ ବର୍ଷରୁ କମ୍‌ ବିଭାଗରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲି। ସିଜନସାରା ମୁଁ ସ୍ଥିର ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଥିଲି। ଟି୨୦ ଚ୍ୟାଲେଞ୍ଜର୍ସରେ ମୋତେ ଗୋଟିଏ ମ୍ୟାଚରେ ସୁଯୋଗ ମିଳିଥିଲା। ସେଥିରେ ମୁଁ ୪ ଓଭରରେ ୪ଟି ଉଇକେଟ ନେଇଥିଲି। ମହିଳା ଆଇପିଏଲରେ ମଧ୍ୟ ଭଲ ଖେଳିଥିଲି। ତେଣୁ ଓଭରଅଲ୍‌ ପ୍ରଦର୍ଶନକୁ ଦେଖାଯାଇ ମୋତେ ଏହି ସୁଯୋଗ ଦିଆ ଯାଇଛି ବୋଲି ଅନୁଭବ କରୁଛି।
ପ୍ର: ବ୍ୟାଟିଂ ନା ବୋଲିଂ, କେଉଁଥିରେ ତୁମେ ଶକ୍ତିଶାଳୀ?
ଉ: ମୁଁ ମୁଖ୍ୟତଃ ବୋଲିଂ ଅଲରାଉଣ୍ଡର। ବ୍ୟାଟିଂ କରିବାକୁ ବେଶୀ ସୁଯୋଗ ମିଳେନି। ଯେତେବେଳେ ବି ସୁଯୋଗ ମିଳିଛି ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି। ତେବେ ଟିମ୍‌ରେ ମୋ ବୋଲିଂକୁ ବେଶୀ ଫୋକସ କରାଯାଉଛି। ବୋଲିଂ ମୋର ଭଲ ଅଛି, ବ୍ୟାଟିଂରେ ଆଉଟିକେ ଉନ୍ନତି ଆଣିବାକୁ ପଡ଼ିବ।
ପ୍ର: ସଫଳତାର ଶ୍ରେୟ ତୁମେ କାହାକୁ ଦେବାକୁ ଚାହିଁବ ?
ଉ: ପ୍ରଥମେ ମୁଁ କୋଚ୍‌ କ୍ଷୀରୋଦ ବେହେରାଙ୍କୁ ନିଶ୍ଚିତ ଶ୍ରେୟ ଦେବି। ମୋ ଛୋଟ ବେଳରୁ ସେ ମୋତେ ସାହାଯ୍ୟ କରି ଆସିଛନ୍ତି ଏବଂ ତ୍ରୁଟି ସୁଧାରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନକୁ ମଧ୍ୟ ଶ୍ରେୟ ଦେବାକୁ ପଡ଼ିବ। କାରଣ ଆମ ଆସୋସିଏଶନ ମହିଳା କ୍ରିକେଟକୁ ପ୍ରାଧାନ୍ୟ ଦେଉଛନ୍ତି। ଆସୋସିଏଶନର ସହାୟତା ପାଇଁ ଆମେ ଆଗକୁ ବଢ଼ିବାକୁ ସକ୍ଷମ ହୋଇ ପାରିଛୁ।

(ତପନ ସ୍ବାଇଁ)


All Right Reserved By Dharitri.Com

Posted inଖେଳ View All

ହିମାଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

ନୋଭେ ମେଷ୍ଟୋ (ଚେକ୍‌ ରିପବ୍ଲିକ), ୨୧।୭ (ପି.ଟି.)- ତାରକା ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର...

ଆୟାରଙ୍କୁ କୋଳାଗ୍ରତ କଲେ ଚହଲ, ଈର୍ଷାନ୍ବିତ ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ କିନ୍ତୁ ସୋସିଆଲ ମିଡିଆରେ ହସ ମଜାକ କରୁଥିବା ଫଟୋ, ଭିଡିଓ ପ୍ରତିଦିନ...

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଫଲୋଅନ୍‌

ପୋର୍ଟ ଏଲିଜାବେଥ,୨୦।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଫଲୋଅନ୍‌ ହୋଇ ପରାଜୟ ଦ୍ୱାରରେ ପହଞ୍ଚିଛି। ଟସ୍‌ ଜିତି...

ଦଣ୍ଡିତ ହୋଇପାରେ ଶ୍ରୀଲଙ୍କା

ଲଣ୍ଡନ,୧୬ା୬: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଶ୍ରୀଲଙ୍କା ଦଳକୁ ଦଣ୍ଡିତ କରିପାରେ। ପୂର୍ବ ଚାମ୍ପିୟନ ଶ୍ରୀଲଙ୍କା ଆଇସିସି ନିୟମ ଭଙ୍ଗ କରିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌...

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି...

ଫାଇନାଲ ରାଉଣ୍ଡରେ ନାଗଲ

ନ୍ୟୁୟର୍କ,୨୩।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ନିକଟତର ହୋଇଛନ୍ତି। ୟୁଏସ୍‌ ଓପନ ଟୁର୍ନାମେଣ୍ଟର କ୍ୱାଲିଫାୟର୍ସରେ ନାଗଲ ଦ୍ୱିତୀୟ...

ବିଜୟ ହଜାରେ ଟ୍ରଫି: କର୍ନାଟକକୁ ଚତୁର୍ଥ ଟାଇଟଲ

ବେଙ୍ଗାଲୁରୁ, ୨୫।୧୦(ପି.ଟି.)- ନିଜ ଜନ୍ମଦିନରେ ଅଭିମୁନ୍ୟ ମିଥୁନ୍‌ ହ୍ୟାଟ୍ରିକ ଉଇକେଟ ନେବା ସହ କର୍ନାଟକକୁ ବିଜୟ ହଜାରେ ଟ୍ରଫିରେ ଚାମ୍ପିୟନ କରାଇଛନ୍ତି। ଦେଶର ସର୍ବବୃହତ୍‌ ଦିନିକିଆ...

ପ୍ରୋ କବାଡି ଲିଗ୍‌: ଗୁଜରାଟକୁ ହରାଇଲା ୟୁ ମୁମ୍ବା

ଜୟପୁର,୨୩।୯(ପି.ଟି.)- ପ୍ରୋ କବାଡି ଲିଗ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ୟୁ ମୁମ୍ବା ୩୧- ୨୫ ବ୍ୟବଧାନରେ ଗୁଜରାଟ ଫର୍ଚ୍ୟୁନ୍‌ଜିଆଣ୍ଟ୍ସକୁ ପରାସ୍ତ କରିଛି। ସ୍ଥାନୀୟ ସବାଇ ମାନସିଂ...

Leave a comment

Your email address will not be published. Required fields are marked *