Posted inଖେଳ

ମହିଳା କ୍ରିକେଟ ଦଳ ଲାଗି ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତ ହେବେ

ନୂଆଦିଲ୍ଲୀ,୧୧।୯(ପି.ଟି.)- ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରଫର୍ମାନ୍ସ ଆନାଲିଷ୍ଟ ବା ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତି ଦେବ। ଏ ନେଇ ବୋର୍ଡ ଦରଖାସ୍ତ ଆହ୍ବାନ କରିଛି। ଟିମ୍‌ ମ୍ୟାନେମେଣ୍ଟ ଏହି ପଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ସେପ୍ଟେମ୍ବର ୨୦କୁ ଆବେଦନ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ପରଫର୍ମାନ୍ସ ଆନାଲିଷ୍ଟଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନ ଥିବ ବୋଲି କୁହାଯାଇଛି। ତଥ୍ୟକୁ ଭିତ୍ତି କରି ଆନାଲିଷ୍ଟ ତାଙ୍କର କାର୍ଯ୍ୟ କରିବେ ବୋଲି ବିସିସିଆଇ କହିଛି। ଖେଳାଳିମାନଙ୍କ ବୈଷୟିକ ଓ ଯୋଜନା ସମ୍ପର୍କିତ ଦୃଷ୍ଟିକୋଣକୁ ବୁଝିବା ଓ ଏହାକୁ ଆହୁରି ଦୃଢ଼ କରିବା ପାଇଁ ପରଫର୍ମାନ୍ସ ଆନାଲିଷ୍ଟ କୋଚିଂ ଷ୍ଟାଫ୍‌ଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ। ଏଥି ସହିତ ମ୍ୟାଚ୍‌ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତିରେ ପରଫର୍ମାନ୍ସ ଆନାଲିଷ୍ଟ ସହଯୋଗ କରିବେ। ପୁଣି ପ୍ରତିପକ୍ଷ ଦଳ ଓ ଖେଳାଳିଙ୍କ ଦୁର୍ବଳତା ଓ ଦକ୍ଷତାକୁ ଆନାଲିଷ୍ଟ ବିଶ୍ଳେଷଣ କରି ନିଜ ଖେଳାଳିମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇବେ ବୋଲି ବୋର୍ଡ ତରଫରୁ କୁହାଯାଇଛି।
ଏହି ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର କୌଣସି ରାଜ୍ୟସ୍ତରୀୟ ସିନିୟର ଦଳ କିମ୍ବା ଆହୁରି ଉଚ୍ଚସ୍ତରର ଦଳ ସହ କାର୍ଯ୍ୟ କରିବାରେ ଅତିକମ୍‌ରେ ୩ ବର୍ଷ ଅଭିଜ୍ଞତା ରହିଥିବ। ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଘରୋଇ ସିରିଜ ପୂର୍ବରୁ ପରଫର୍ମାନ୍ସ ଆନାଲିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ସୁରଟରେ ଏହି ସିରିଜ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ପ୍ରଥମ ଆନାଲିଷ୍ଟ ଭବେ ଆରତୀ ନାଲ୍‌ଗେ ୨୦୧୪ରୁ ୨୦୧୮ ମଧ୍ୟରେ କାର୍ଯ୍ୟ କରିଥିଲେ। ସେତେବେଳେ ସେ ଯୋଜନା ପ୍ରସ୍ତୁତ କରିବା ସହ ଓ୍ବାଗନ ହ୍ବିଲ୍‌ ଓ ପ୍ରତିପକ୍ଷ ଖେଳାଳିଙ୍କ ଭିଡିଓ ଦେଖାଇବାର କାର୍ଯ୍ୟ କରୁଥିଲେ।


All Right Reserved By Dharitri.Com

Posted inଖେଳ View All

ଓସାକା, ଥିମ୍‌, ସେରେନା, ଜୋକୋଭିଚ୍‌ଙ୍କ ବିଜୟ

ପ୍ୟାରିସ, ୩୧ା୫ (ଏଏଫ୍‌ପି)-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଗୁରୁବାର ଟପ୍‌ ସିଡ୍‌ ନାଓମି ଓସାକା ଓ ୨୪ତମ ଗ୍ରାଣ୍ଡସ୍ଲାମ ରେକର୍ଡ ଟାଇଟଲ...

ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ...

ଜାଡେଜାଙ୍କୁ ପ୍ରଶଂସା କଲେ ଜାମନଗର ମହାରାଜ

ଜାମନଗର, ୧୫।୭: ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ୭୭ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।...

କାର୍ତ୍ତିକଙ୍କୁ ଉଇକେଟକିପିଂ ଦାୟିତ୍ୱ ଦେଇ ଫିଲ୍ଡିଂ କଲେ ଧୋନୀ

ଲଣ୍ଡନ,୨୬।୫- ବର୍ତ୍ତମାନ କ୍ରିକେଟର ଶ୍ରେଷ୍ଠ ତଥା ଦ୍ରୁତତମ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ନ୍ୟୁଜିଲାଣ୍ଡ...

ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ...

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ...

କୁଜନେଶୋଭା – କେଜ୍‌ ଫାଇନାଲ

ସିନ୍‌ସିନାଟି, ୧୮।୮(ଏଏଫ୍‌ପି):  ସିନ୍‌ସିନାଟି ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ୧୬ତମ ସିଡ ଖେଳାଳି...

ଆଇସିସି ବାସନ୍ଦ ପରେ ଜିମ୍ବାଓ୍ବେ କ୍ରିକେଟର ନିରାଶ

ହରାରେ, ୨୦।୭(ପି.ଟି.)- କ୍ରିକେଟ ବ୍ୟାପାରରେ ସରକାରଙ୍କ ଅବାଞ୍ଚିତ ହସ୍ତକ୍ଷେପ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜିମ୍ବାଓ୍ବେକୁ ବାସନ୍ଦ କରିଛି। ଆଇସିସିର ଏହି କଠୋର ପଦକ୍ଷେପରେ...

Leave a comment

Your email address will not be published. Required fields are marked *