ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା ଦେଖାଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଏବଂ ସୁନା ମୂଲ୍ୟ ବଢ଼ିବା କାରଣରୁ ଗୋଲ୍ଡ ଇଟିଏଫ୍‌ରେ ନିବେଶ ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ନିବେଶକ ଏହାକୁ ସୁରକ୍ଷିତ ନିବେଶ ବୋଲି ମନେକରୁଛନ୍ତି। ସୂଚନାଥାଉ କି, ୨୦୧୨ ଡିସେମ୍ବର ପରେ ଏଥିରେ ସର୍ବାଧିକ ନିବେଶ ହୋଇଛି। ସେହିବର୍ଷ ଇଟିଏଫ୍‌ରେ ୪୭୪ କୋଟି ଟଙ୍କା ନିବେଶ ହୋଇଥିଲା। ଏଥିରେ ମାସିକ ଏବଂ ବାର୍ଷିକ ଆଧାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଜୁଲାଇରେ ଗୋଲ୍ଡ ଇଟିଏଫରୁ ୧୭.୬୬ କୋଟି ଟଙ୍କା କାଢ଼ି ନିଆଯାଇଛି। ସେହିପରି ଗତବର୍ଷ ଅଗଷ୍ଟରେ ୪୫ କୋଟି ଟଙ୍କା କାଢ଼ିନିଆଯାଇଥିଲା। ଆସୋସିଏଶନ ଅଫ୍‌ ମ୍ୟୁଚୁଆଲ ଫଣ୍ଡସ ଇନ୍‌ ଇଣ୍ଡିଆର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ମାସରେ ଗୋଲ୍ଡ ଇଟିଏଫ୍‌ରେ ୧୪୫.୨୯ କୋଟି ଟଙ୍କା ନିବେଶ ହୋଇଛି।


All Right Reserved By Dharitri.Com

ଆର୍‌ଓସି ଆବେଦନ ଖାରଜ କଲେ ଏନ୍‌ସିଏଲ୍‌ଏଟି

ମୁମ୍ବାଇ,୭-୧: ଟାଟାସନ୍ସ-ମିସ୍ତ୍ରି କର୍ପୋରେଟ ମାମଲାରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।...

ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର...

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

୨ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ,୨୪-୯: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ଚଳିତ ମାସ ୨୬ ଏବଂ ୨୭ରେ...

ଶସ୍ତା ହେବ ଏସି ଚେୟାରକାର, ଏକଜିକ୍ୟୁଟିଭ୍‌ ଟିକେଟ

ନୂଆଦିଲ୍ଲୀ, ୨୯-୮: ଆସନ୍ତା ମାସରୁ ରେଳ ମନ୍ତ୍ରଣାଳୟ ଭଡାରେ ରିହାତି ଯୋଜନା ଆରମ୍ଭ କରିବ। ଏହା ଦ୍ୱାରା ଏସି ଚେୟାରକାର ଏବଂ ଏକଜିକ୍ୟୁଟିଭ ଟିକେଟ ଶସ୍ତା...

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ନୂଆଦିଲ୍ଲୀ,୪-୧୦: ଦିଲ୍ଲୀ-କତ୍ରା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ,କେନ୍ଦ୍ର ମନ୍ତ୍ରୀ...

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

ନରେଶ ଗୋୟଲଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨୪-୮: ବିଦେଶୀ ବିନିମୟ ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଜେଟ୍‌ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ...

Leave a comment

Your email address will not be published. Required fields are marked *