ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି। ଫଳରେ ଏହି କ୍ଷେତ୍ର ସହ ଜଡ଼ିତ ଲୋକଙ୍କର ଚାକିରି ଚାଲିଯିବା ଆରମ୍ଭ ହୋଇଗଲାଣି। ଏପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିମର୍ର୍ଳା ସୀତାରାମନ୍‌ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ମଙ୍ଗଳବାର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ଅଟୋମୋବାଇଲ ସେକ୍ଟରରେ କେତେକ କାରଣ ଯୋଗୁ ମାନ୍ଦାବସ୍ଥା ଦେଖାଯାଇଛି। ବିଏସ-୬ ମୁଭମେଣ୍ଟ, ରେଜିଷ୍ଟ୍ରେଶନ ଫି ବୃଦ୍ଧି ପାଇବା,ସର୍ବୋପରି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି। ତାଙ୍କ ମତରେ ଲୋକେ ଇଏମ୍‌ଆଇ ଦେଇ ନୂଆ ଗାଡ଼ି କିଣିବା ଅପେକ୍ଷା ଓଲା, ଉବର ଭଳି କ୍ୟାବ୍‌ରେ ଯାତାୟାତ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଅଟୋ ସେକ୍ଟରରେ ବିକ୍ରି ହ୍ରାସ ଏକ ଗମ୍ଭୀର ସମସ୍ୟା ବୋଲି ସୀତାରାମନ୍‌ ସ୍ବୀକାର କରିଛନ୍ତି ଏବଂ ଏହାର ସମାଧାନ ବାହାରିବା ନିହାତି ଜରୁରୀ ବୋଲି କହିଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂର୍ଣ୍ଣ ହେବା ଅବସରରେ ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ସୀତାରାମନ୍‌ ସରକାରଙ୍କ ସଫଳତା ବଖାଣିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ସମସ୍ତ ସେକ୍ଟରରେ ଦେଖାଦେଇଥିବା ସମସ୍ୟାକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ଏନେଇ ସରକାର ଇତିମଧ୍ୟରେ ଆବଶ୍ୟକୀୟ ପଦକ୍ଷେପମାନ ମଧ୍ୟ ନେଉଛନ୍ତି। ସରକାର ସମସ୍ତଙ୍କର ଅଭିଯୋଗକୁ ଶୁଣୁଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଦୁଇଟି ବଡ଼ ଘୋଷଣା ହୋଇଛି। ଆବଶ୍ୟକ ହେଲେ ଆହୁରି କିଛି ଘୋଷଣା କରାଯିବ।
ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ
ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ। ଏଥିଲାଗି ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି। ତାଙ୍କର କହିବାନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଉଚ୍ଚହାରରେ ଟିକସ ଆଦାୟ, ସଡ଼କ ଟିକସ ବୃଦ୍ଧି କରାଯାଉଥିବାରୁ ଲୋକେ ଏବେ କାର୍‌ କିଣିବାରୁ ଦୂରେଇ ଯାଉଛନ୍ତି। ଏହାଛଡ଼ା ଏୟାର ବ୍ୟାଗ୍‌ ଓ ଏବିଏସ୍‌ ଭଳି ନୂଆ ସୁରକ୍ଷା ଫିଚର ଯୋଡାଯିବା କାରଣରୁ ଏବେ କାର୍‌ ଦାମ ବହୁଗୁଣ ବଢ଼ିଯାଇଛି। ଏହି କାରଣରୁ ଏଣ୍ଟ୍ରି ଲେଭେଲ କାର୍‌ ଦାମ୍‌ ମହଙ୍ଗା ହୋଇଗଲାଣି। ଫଳରେ ଏହା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିବିଶେଷଙ୍କ ହାତପାହାନ୍ତାରୁ ବାହାରିଗଲାଣି। ଅଟୋ ଉଦ୍ୟୋଗ ଏବେ ଜିଏସ୍‌ଟି ହ୍ରାସ ପାଇଁ ଜୋରଦାର ଦାବି କରୁଥିବା ବେଳେ ଭାର୍ଗବଙ୍କ ମତରେ ଏହାଦ୍ୱାରା ସେଭଳି ବିଶେଷ ଫରକ ପଡ଼ିବ ନାହିଁ। ତାଙ୍କ ମତରେ ଓଲା, ଉବର ନୁହେଁ ବରଂ କଡ଼ା ସୁରକ୍ଷା ଓ ପ୍ରଦୂଷଣ ମାନଦଣ୍ଡ ପ୍ରଚଳନ, ବୀମା ପ୍ରିମିୟମ ବାବଦରେ ଖର୍ଚ୍ଚ ବୃଦ୍ଧି, ଅତିରିକ୍ତ ରୋଡ୍‌ ଟିକସ ଲାଗୁ ହେବା ଯୋଗୁ ଲୋକେ ଆଉ ଗାଡ଼ି କିଣିବାକୁ ଆଗ୍ରହ ଦେଖାଉନାହାନ୍ତି।
ସୂଚନାଥାଉ କି, ଘରୋଇ ପାସେଞ୍ଜର କାର୍‌ ବିକ୍ରି ବାର୍ଷିକ ଆଧାରରେ ଅଗଷ୍ଟରେ ୩୧.୬% ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ପକ୍ଷରୁ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି। ୧୯୯୭-୯୮ ପରେ ସର୍ବନିମ୍ନ ହ୍ରାସ ବୋଲି କୁହାଯାଉଛି। ସେହିପରି ଦୁଇଚକିଆ ଯାନ ବିକ୍ରି ମଧ୍ୟ ଆଲୋଚ୍ୟ ମାସରେ ୨୨.୨୪% ହ୍ରାସ ପାଇଛି।


All Right Reserved By

ଡିଶ୍‌ ଟିଭି ସହ ମିଶିଯିବ ଏୟାରଟେଲ

ନୂଆଦିଲ୍ଲୀ,୭-୮:ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ମିଶିଯିବେ। ଏସେଲ ଗ୍ରୁପ୍‌ କମ୍ପାନୀ ଡିଶ୍‌ ଟିଭିକୁ ଖୁବଶୀଘ୍ର ଭାରତୀ ଏୟାରଟେଲ କିଣିବ।...

ଓଏଚ୍‌ପିସି ପକ୍ଷରୁ ୨୭.୮୫ ଲକ୍ଷ ଫନୀ ସହାୟତା

ଭୁବନେଶ୍ୱର,୧-୭:ରାଜ୍ୟ ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ୨୭.୮୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନିଗମ...

ଜେଟ୍‌ ଏୟାରଓ୍ବେଜ୍‌କୁ ଉଦ୍ଧାର କରିବେ କର୍ମଚାରୀ

ନୂଆଦିଲ୍ଲୀ,୨୯-୬: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ ଉଦ୍ଧାର କରିବା ଲାଗି ଏହାର କର୍ମଚାରୀମାନେ ଆଗେଇ ଆସିଛନ୍ତି। ଏୟାରଲାଇନ୍ସର ୭୫%...

ଜିଡିପି ୬.୧%କୁ ଖସିପାରେ: ଏସ୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ,୨୯-୫: ଦେଶର ଆର୍ଥିକ ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଚତୁର୍ଥ ତ୍ରୈମାସରେ ହ୍ରାସ ପାଇ ୫.୯ରୁ ୬.୧% ମଧ୍ୟରେ ରହିବ। ଏହାଦ୍ୱାରା ସମ୍ପୂର୍ଣ୍ଣ...

ରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୫: ୟେସ୍‌ ବ୍ୟାଙ୍କ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍‌ଡି ଓ ସିଇଓ ରାଣା କପୁରଙ୍କଠାରୁ ବୋନସ୍‌ ବାବଦରେ ଦେଇଥିବା ୧.୪୪ କୋଟି ଟଙ୍କା ଫେରାଇ...

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି।...

ନାଲ୍‌କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

ଭୁବନେଶ୍ୱର,୧୫-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କେ) ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ଲାଭ କରିଛି। ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *