ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ,୧୧-୯: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ପେଟିଏମ୍‌ ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ଅଂଶଧନ କିଣିବିକା ନେଇ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସହ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କର ଆଲୋଚନା ଚାଲିଛି। ରିଜର୍ଭ ବ୍ୟାଙ୍କର ଅନୁମତି ମିଳିବା ପରେ ନେଣଦେଣ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଥାଉ କି, ରାଣା କପୁର ଓ ତାଙ୍କ ପରିବାର ନିକଟରେ ୟେସ୍‌ ବ୍ୟାଙ୍କର ୯.୬% ଅଂଶଧନ ରହିଛି। ତେବେ ଅଂଶଧନ ବିକ୍ରି ନେଇ ବ୍ୟାଙ୍କ ପକ୍ଷରୁ କୌଣସି ଟିପ୍ପଣୀ କରାଯାଇନାହିଁ। ଅନ୍ୟପକ୍ଷରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବନୀତ ଗିଲ୍‌ କହିଛନ୍ତି ଯେ, ପ୍ରଶାସନ ଓ ନିୟମ ପାଳନ ଉପରେ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଉଛି। ଉଲ୍ଲେଖଥାଉ କି, ଆର୍‌ବିଆଇ ପକ୍ଷରୁ ପ୍ରସ୍ତୁତ ନିୟମକୁ ୟେସ୍‌ ବ୍ୟାଙ୍କ ଅଣଦେଖା କରିବା ଯୋଗୁ ରାଣା କପୁରଙ୍କୁ ବ୍ୟାଙ୍କ ଛାଡ଼ିବାକୁ ପଡିଛି।


All Right Reserved By Dharitri.Com

ରେନୋ ଭୁବନେଶ୍ୱରରେ ଶୋ’ରୁମରେ ନୂଆ ‘ଡଷ୍ଟର’ ମଡେଲର ବଜାର ପ୍ରବେଶ

ଭୁବନେଶ୍ୱର,୧୬-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ରେନୋ ପକ୍ଷରୁ ନୂଆ ‘ଡଷ୍ଟର’ ମଡେଲ ଯାନର ସ୍ଥାନୀୟ ରେନୋ ଭୁବନେଶ୍ୱର ଶୋ’ରୁମରେ ବଜାର ପ୍ରବେଶ କରାଯାଇଛି। ଯାନଟିକୁ ଗର୍ଗସନ ଅଟୋମୋବାଇଲର...

ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ,୨-୬: ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଅର୍ଥାତ ସେ ବିନାନୁମତିରେ ଆଉ ବିଦେଶ ଯାଇପାରିବେ ନାହିଁ।...

ବାତ୍ୟା ଅଞ୍ଚଳରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଦେବ ଏନ୍‌ଡିଡିବି

ଭୁବନେଶ୍ୱର,୨୨-୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଯୋଗାଇ ଦେବା ଲାଗି ନ୍ୟାଶନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ(ଏନ୍‌ଡିଡିବି) ପକ୍ଷରୁ ଘୋଷଣା କରାଯାଇଛି।...

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ...

ବିନା ଟିକେଟ ଯାତ୍ରୀଙ୍କ ଠାରୁ ରେଲଓ୍ବେ ଆୟ କରିଛି ୧୩୭୭ କୋଟି

ନୂଆଦିଲ୍ଲୀ,୨୭-୮: ଗତ ୩ ବର୍ଷର ଭାରତୀୟ ରେଲଓ୍ବେ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ୧୩୭୭ କୋଟି ଟଙ୍କା ଆୟ କରିଛି। ଏଥିଯୋଗୁ ମନ୍ତ୍ରଣାଳୟର...

୫ବର୍ଷରେ ସମ୍ପତ୍ତି ବଢ଼ିଛି ୭୫ ଲକ୍ଷ କୋଟି

ମୁମ୍ବାଇ,୨୪-୫: ଏନ୍‌ଡିଏ ୨୦୧୪ରୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ ସମ୍ପତ୍ତି ୭୫.୨୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଏହି ସମୟରେ ବେଞ୍ଚମାର୍କ ସେନ୍‌ସେକ୍ସ...

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି।...

Leave a comment

Your email address will not be published. Required fields are marked *