୧୩ରେ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୦।୯(ବ୍ୟୁରୋ) – ଚଳିତ ମାସ ୧୩ ଏବଂ ୧୪ ତାରିଖରେ ଓଡ଼ିଶା ବିଧାନସଭାର ନବନିର୍ବାଚିତ ସଦସ୍ୟାସଦସ୍ୟମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଲୋକସଭା ସଚିବାଳୟ (ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ) ଓ ଓଡ଼ିଶା ବିଧାନସଭା ସଚିବାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଧାନସଭା ପରିସରରେ ଥିବା ନୂତନ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁଇଦିନିଆ ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ତାରିଖ ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି।
ନବନିର୍ବାଚିତ ସଭ୍ୟଙ୍କ ସଂସଦୀୟ ଜ୍ଞାନ ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ପାର୍ଲାମେଣ୍ଟ କାର୍ଯ୍ୟାଳୟର ପ୍ରାୟ ୮ ଜଣ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିସହିତ ବିଧାନସଭାର ଅଭିଜ୍ଞ ଅନୁଭୂତିସମ୍ପନ୍ନ ମନ୍ତ୍ରୀ, ବିଧାୟକ ଓ ରାଜ୍ୟରୁ ଏମ୍‌ପି ଥିବା କେତେଜଣ ବରିଷ୍ଠ ସଦସ୍ୟମାନେ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ ପରିଚାଳନା ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରିବେ ା ଏହି ପ୍ରଶିକ୍ଷଣରେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟାସଦସ୍ୟ ଯୋଗଦେବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଏବଂ ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିବେ ବୋଲି ଜଣାପଡିଛି।


All Right Reserved By Dharitri.Com

୧୦୧୨ ଟ୍ରେନ୍‌ରେ ପରିବହନ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର, ୩୦ା୩ (ବ୍ୟୁରୋ) – କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ଡାଉନ୍‌। ଏଭଳିସ୍ଥଳେ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟାକୁ...

ରାମେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ: ଫାର୍ମହାଉସ୍‌ କର୍ମଚାରୀଙ୍କୁ ଶୁଣ୍ଡରେ ଟେକି କଚାଡ଼ିଲା ଦନ୍ତା

ନିରାକାରପୁର,୯।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ଏକ ଫାର୍ମହାଉସ୍‌ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଧବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ରାମେଶ୍ୱର...

ଭାରସାମ୍ୟ ହରାଇ ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୫ ମୃତ

ସୁନ୍ଦରଗଡ଼,୨୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା...

ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

  ବିନିକା,୨୪ା୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ...

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ...

ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା...

ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନିର୍ଦ୍ଦେଶ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ ପାଇଛି। ଜଷ୍ଟିଶ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।...

କନ୍ଧମାଳରୁ ରାଜଧାନୀକୁ ଗଞ୍ଜେଇ ଚୋରା ଚାଲାଣ

ଭୁବନେଶ୍ୱର,୩୧।୧(ବ୍ୟୁରୋ): କ୍ୟୁଏଟି ଏବଂ ନୟାପଲ୍ଲୀ ଥାନା ପୋଲିସ ମିଳିତ ଭାବେ ଗୁରୁବାର ଜୟଦେବ ବିହାର ଅଞ୍ଚଳରେ ଚଢାଉ କରି ଏକ କାର୍‌ରୁ ୩୩ କେଜି ଗଞ୍ଜେଇ...

Leave a comment

Your email address will not be published. Required fields are marked *