ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ: ୩୦୦ ଗ୍ରାମ ବ୍ରାଉନସୁଗାର ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କମିଶନରେଟ ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା। ୫ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନ୍‌ସୁଗାର ଯୋଗାଉଥିବା ସନ୍ତୋଷଙ୍କୁ ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୩ଶହ ଗ୍ରାମର ବ୍ରାଉନ୍‌ସୁଗାର, ନଗଦ ୨ଲକ୍ଷ ୧୪ ହଜାର ଟଙ୍କା, ୫ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ଖଣ୍ଡଗିରି ଥାନାରେ ତାଙ୍କ ନାମରେ ମାମଲା (ନଂ.୪୯୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ର଼୍ୟାକେଟ ସମ୍ପର୍କରେ ପଚରାଉଚରା କରାଯାଉଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପଚରାଉଚରାବେଳେ ମିଳିଥିବା ତଥ୍ୟ ଆଧାରରେ ଡିସିପି ସାହୁ କହିଛନ୍ତି, ସନ୍ତୋଷଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ସେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲାରେ ତାଙ୍କ ର଼୍ୟାକେଟ ବେଶ୍‌ ସକ୍ରିୟ ରହିଛି। ତାଙ୍କ ନାମରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଖୋର୍ଦ୍ଧା ଥାନାରେ ରହିଥିବା ଏକ ହତ୍ୟା ମାମଲା (ନଂ. ୩୦୦/୧୧)ରେ ତାଙ୍କୁ ଦଣ୍ଡାଦେଶ ହୋଇଥିବାବେଳେ ୨୦୧୪ରେ ଜେଲରୁ ପାରୋଲରେ ଆସି ଫେରାର ହୋଇଯାଇଥବଲେ। ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ଖୋର୍ଦ୍ଧା, ଟାଙ୍କୀ ଓ ବଳଙ୍ଗା ଥାନାରେ ତାଙ୍କ ନାମରେ ୬ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବାବେଳେ ସେ ପୋଲିସ ଟାର୍ଗେଟରେ ଥିଲେ। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବ୍ୟାପୁଥିବା ଡ୍ରଗ୍ସ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ ମାସ ଧରି ସ୍ବତନ୍ତ୍ର ଚଢାଉ ଆରମ୍ଭ ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖୁଚୁରା ବେପାରିଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେମାନଙ୍କଠାରୁ ସନ୍ତୋଷଙ୍କ ବ୍ରାଉନସୁଗାର ସାମ୍ରାଜ୍ୟ ସମ୍ପର୍କରେ ସୁରାକ ପାଇଥିଲା ପୋଲିସ। ଟିକିନିଖି ତଥ୍ୟ ହାସଲ କରିବା ପରେ ସନ୍ତୋଷଙ୍କ ଉପରେ ପୂରା ନଜର ରଖାଯିବା ସହ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ସେ ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗରସ୍ଥିତ ବଗ ପାର୍କ ନିକଟରେ ଖୁଚୁରା ବେପାରିଙ୍କୁ ବ୍ରାଉନ୍‌ସୁଗାର ବିିକ୍ରି କରିବାର ଆଗୁଆ ସୂଚନା ପାଇ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସେଠାରେ ଜଗି ରହିଥିଲା। ସନ୍ତୋଷ ବ୍ରାଉନସୁଗାର ଧରି ବାଇକ୍‌ରେ ପହଞ୍ଚତ୍ବା ମାତ୍ରେ ତାଙ୍କୁ କାବୁ କରି ନିଆଯାଇଥିଲା। ବୁଧବାର ଅଭିଯୁକ୍ତ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସାହୁ କହିଛନ୍ତି।


All Right Reserved By Dharitri.Com

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ:ଏକତ୍ର ହେଲେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହର ସୋମବାର ଥିଲା ତୃତୀୟ ଦିବସ। ରବିବାର ଆଲୁମ୍‌ନି ମିଟ୍‌ ପରେ ସୋମବାର ଏକ ଅଦ୍ଭୂତପୂର୍ବ ପରିବେଶ...

କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର...

ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ...

ଅଖା ଗୋଦାମରୁ ଚୋରି ଘଟଣା : ୨ ଗିରଫ

ବ୍ରହ୍ମପୁର ଅଫିସ,୨୧।୯: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଏକ ଅଖା ଗୋଦାମରୁ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ...

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ ।...

ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ତାଙ୍କୁ ୫୬ବର୍ଷ ହୋଇଥିଲା। ସେ...

ଆଜି ମା’ଙ୍କ ମହାନବମୀ ପୂଜା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ସୋମବାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହର ସହ ଚାଲିଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। ପ୍ରାତଃ ୫ଟା ୩୨ରେ ମଙ୍ଗଳ ଆଳତି, ପ୍ରାତଃ...

Leave a comment

Your email address will not be published. Required fields are marked *