ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ

ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଶାନ୍ତି କୁମାରୀ ଉପାଧ୍ୟାୟ ସଭାପତିତ୍ୱ କରିଥିଲେ। ଭଞ୍ଜନଗର ମେଡ଼ିକାଲ ରକ୍ତଭଣ୍ଡାର ଅଧିକାରୀ ତଥା ଏନ୍‌ଏସ୍‌ଏସ୍‌ ସଭ୍ୟ ଡ଼. ପ୍ରଣବାନନ୍ଦ ପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଯୋଜନା ଅଧିକାରୀ ଅଧ୍ୟାପକ ଅମୁଲ୍ୟ ଶତପଥୀ, ଡ଼. ସୁଶାନ୍ତ କୁମାର ମଲ୍ଲିକ, ଯୋଜନା ଅଧିକାରିଣୀ ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ, ଜୟଲକ୍ଷ୍ମୀ ରଥ, ଡ଼. ପୁଷ୍ପାଞ୍ଜଳି ପଟ୍ଟନାୟକ, ସୁପ୍ରଭା ବେହେରା, ଉର୍ମିଳା ପାଟ୍ଟଯୋଶୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଚଳିତବର୍ଷ ଶ୍ରୀରାମନଗର, ଛେଦାଭୂମି, ଲାଲସିଂ ଓ ଲାଲସିଂପଲ୍ଲୀକୁ ପୋଷ୍ୟ ଗ୍ରାମ ଭାବେ ଚୟନ କରାଯାଇଛି। ଉକ୍ତ ଗ୍ରାମ ଗୁଡ଼ିକରେ ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେବ। ଏଥିସହ ରକ୍ତଦାନ ଶିବିର ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ଏହାପୂର୍ବରୁ ଅଭିଭାବକ, ଶିକ୍ଷକ ଏବଂ ଛାତ୍ରୀମାନଙ୍କ ଏକ ସମ୍ମିଳନୀ ହୋଇଥିଲା। ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ଉପାଧ୍ୟୟ ସଭାପତିତ୍ୱ କରି ଛାତ୍ରୀମାନେ କିଭଳି ଶୃଙ୍ଖଳିତ ଜୀବନ ବିତାଇବା ସହ ପାଠ କିଭଳି ପଢ଼ିବେ ସେନେଇ କହିଥିଲେ। ଏଥିସହ ଯେଉଁ ଛାତ୍ରୀ କଲେଜରେ ମୋବାଇଲ ଫୋନ୍‌ ବ୍ୟବହାର କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଅଧ୍ୟକ୍ଷା କହିଥିଲେ। ଛାତ୍ରୀମାନେ ସଚେତନତା ହେବାକୁ ସେ ଆହ୍ବାନ ଦେଇଥିଲେ। ପ୍ରଶାସନିକ ଅଧିକାରିଣୀ ଅଧ୍ୟାପିକା ଡ଼. ପ୍ରତିମା ପୂଜାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।


All Right Reserved By

ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,  ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ...

ବ୍ରାହ୍ମଣୀଗାଁ ବନାଞ୍ଚଳରେ ବାଘ ଆତଙ୍କ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୭(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଗତ ଦୁଇଦିନ ହେଲା ବାଘ ଆତଙ୍କ ଦେଖାଯାଇଛି। ବାଘକୁ କେହି ଦେଖି ନ ଥିଲେ ମଧ୍ୟ ବନାଞ୍ଚଳ ଅନ୍ତର୍ଗତ...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

ସୁଲେଇପାଳରେ ହାତୀ ଆତଙ୍କ: ବନ କର୍ମଚାରୀଙ୍କୁ ଅଟକ ରଖିଲେ କ୍ଷତିଗ୍ରସ୍ତ

କଣିହାଁ,୧୧।୯(ଡି.ଏନ.ଏ.)-କଣିହାଁ ବ୍ଲକ ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନରେ ୩ ମାସ ହେଲା ହାତୀ ଉପଦ୍ରବ ଲାଗି ରହିଛି। ବନ ବିଭାଗ ହାତୀ ଘଉଡାଇବାରେ ବିଫଳ...

ଆର୍‌ବିଆଇକୁ ଚିଠି ଲେଖିବ ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୭।୬(ଡି.ଏନ.ଏ)-ଗଞ୍ଜାମ ଜିଲା ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ଝନେ କୁଷ୍ଠ ରୁଗୀକଁର ଅଁତରର କଥା

ଅତାବିରା,୨୮ା୮ (ଡି.ଏନ୍‌.ଏ): ଦେଶରୁ କୁଷ୍ଠ ରୋଗ୍‌ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରି କରି ସଚେତନତା ସୁରୁଷ୍‌ଟି କରୁଛନ୍‌। ସେନ୍‌ତା...

ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *