Posted inଖେଳ

ବିସିସିଆଇ-ଅଲ୍‌ ଇଣ୍ଡିଆ ରେଡିଓ ଦୁଇ ବର୍ଷିଆ ଚୁକ୍ତି: ଖେଳର ରେଡିଓ କମେଣ୍ଟ୍ରି ଶୁଣିପାରିବେ ଶ୍ରୋତା

ନୂଆଦିଲ୍ଲୀ, ୧୦ା୯ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ଅଲ୍‌ ଇଣ୍ଡିଆ ରେଡିଓ (ଏଆଇଆର) ମଧ୍ୟରେ ଏକ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଦନୁସାରେ ଅଲ୍‌ ଇଣ୍ଡିଆ ରେଡିଓ ଜାତୀୟ କ୍ରିକେଟ ଦଳ ନିଜ ଦେଶରେ ଖେଳିବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ ବ୍ୟତୀତ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ସିଧାସଳଖ ଧାରାବିବରଣୀ ପ୍ରଦାନ କରିବ। ସମଗ୍ର ଭାରତରେ ଲକ୍ଷ ଲକ୍ଷ ଶ୍ରୋତା ଖେଳର ରେଡିଓ କମେଣ୍ଟ୍ରି ଶୁଣିପାରିବେ। ସେପ୍ଟେମ୍ବର ୧୫ରୁ ଧର୍ମଶାଳାଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରୁ ଅଡିଓ କମେଣ୍ଟ୍ରି ଆରମ୍ଭ ହେବ। ଏଆଇଆର୍‌ ଏତଦ୍‌ବ୍ୟତୀତ ପୁରୁଷ ଓ ମହିଳା ଘରୋଇ ଟୁର୍ନାମେଣ୍ଟ ଏବଂ ମ୍ୟାଚଗୁଡ଼ିକର କଭରେଜ କରିବ। ଦୁଇ ବର୍ଷିଆ ଚୁକ୍ତି ୨୦୧୯ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ଏବଂ ୨୦୨୧ ଅଗଷ୍ଟ ୩୧ରେ ଶେଷ ହେବ। ରଣ୍‌ଜୀ ଟ୍ରଫି, ଇରାନୀ କପ୍‌, ଦେଓଧର ଟ୍ରଫି, ସୟେଦ ମୁସ୍ତାକ ଅଲି ଟ୍ରଫି ଏବଂ ମହିଳା ଚ୍ୟାଲେଞ୍ଜର ସିରିଜକୁ ଅଲ୍‌ ଇଣ୍ଡିଆ ରେଡିଓ କଭରେଜ କରିବ।


All Right Reserved By Dharitri.Com

Posted inଖେଳ View All

ଗ୍ରାଉଣ୍ଡରେ ଖେଳାଳି ପ୍ରଶଂସକଙ୍କ ମାରପିଟ

ସାଓ ପାଉଲୋ,୩।୨- ବ୍ରାଜିଲର ଏକ ଫୁଟବଲ କ୍ଲବ ମ୍ୟାଚ୍‌ ପ୍ରଶଂସକଙ୍କ ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ ପ୍ରଥମେ ପ୍ରଶଂସକମାନେ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ...

ହାର୍ଦ୍ଦିକଙ୍କୁ ସମାଲୋଚନା

ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା...

ରୋମାଞ୍ଚକ ଆଶେସ୍‌

ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ...

କ୍ଲିନ୍‌ ସୁଇପ୍‌ଠାରୁ ଭାରତ ୨ ଉଇକେଟ ଦୂରରେ : ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ୧୬ ଉଇକେଟର ପତନ

ରଞ୍ଚି,୨୧।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ...

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ...

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ମୋଞ୍ଜା (ଇଟାଲୀ), ୮ା୯ (ଏଏଫ୍‌ପି)- ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ ପୋଜିଶନ ହାସଲ କରିଛନ୍ତି।...

ରାଓ୍ବଲପିଣ୍ଡି ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ରାଓ୍ବଲପିଣ୍ଡି, ୧୦।୨ (ଏଏଫ୍‌ପି)- ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଇନିଂସ ଓ ୪୪ ରନରେ ବାଂଲାଦେଶକୁ ପରାସ୍ତ...

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି।...

Leave a comment

Your email address will not be published. Required fields are marked *