ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ ସେ ଏକା ନୁହେଁ କେତେଜଣ ବଳିଉଡ୍‌ ସେଲିବ୍ରିଟି ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ଏଥିରେ କେଉଁମାନେ ଯୋଗ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସବୁଠାରୁ ବଡ କଥା ହେଲା ଏହି ଜନ୍ମଦିନରେ ତାଙ୍କର ଯାଆଁଳା ସନ୍ତାନ ରୁହି ଓ ୟଶ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି। କାରଣ କରନ୍‌ ୫ ଦିନିଆ ନ୍ୟୁୟର୍କ ଟୁର୍‌ରେ ପିଲାମାନଙ୍କୁ କୁଆଡେ ସାମିଲ କରି ନାହାଁନ୍ତିି। କେବେ ବିଦେଶରେ ପିତାଙ୍କ ସହ ସମୟ କାଟି ନ ଥିବା ରୁହି ଓ ୟଶ ଏଥର ମଧ୍ୟ ପିତା କରନଙ୍କ ସହ ବିଦେଶ ଯିବେ ନାହିଁ। ନ୍ୟୁୟର୍କରେ ପୂର୍ବରୁ ଚିକିତ୍ସିତ ହେଉଥିବା ବଲିଉଡ୍‌ ଅଭିନେତା ରିଷି କପୁର ଓ ତାଙ୍କ ପତ୍ନୀ ନିତୁ କପୁର କରନଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି।


All Right Reserved By

ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା...

କାର୍ତ୍ତିକଙ୍କୁ ଦେଖା କରିବାକୁ ଲୁଚିଛପି ଲକ୍ଷ୍ନୌ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏମାନଙ୍କ ତରଫରୁ ଏହା...

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର...

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍‌ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍‌ ଖୁସି...

ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ...

ରଣବୀରଙ୍କ ପାଇଁ ଏକ ସୁନ୍ଦର ଫଟୋ ପୋଷ୍ଟ କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଏବେ ‘୮୩’ର ଶୁଟିଂ ସାରି ମୁମ୍ବାଇ ଫେରିଛନ୍ତି। ହେଲେ ରଣବୀର ଏବେବି ବିଦେଶରେ ଅଛନ୍ତି। ଉଭୟ ବଲିଉଡ୍‌ର ଲଭେବଲ୍‌...

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ...

ରାଧେ ମା’ ଚରିତ୍ରରେ ନଜର ଆସିବେ ପାୟଲ

ବିବିସି ଟେଲିଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ। ତେଲୁଗୁ ଫିଲ୍ମ ‘ପ୍ରାୟାନମ୍‌’ରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *