Posted inଜାତୀୟ

ମହରମର ଜୁଲୁସ ବାହାରିବା ସମୟରେ ଦୁର୍ଘଟଣା

ହାଇଦ୍ରାବାଦ, ୧୦।୯: ଆନ୍ଧ୍ର ପ୍ରଦେଶ କୁର୍ନଲ ଜିଲାରେ ବି ଖଣ୍ଡ୍ରାପାଡୁ ଗଁ।ରେ ସୋମବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ମହରମର ଜୁଲୁସକୁ ଦେଖିବା ପାଇଁ ଶହ ଶହ ଲୋକ ଜମା ହୋଇଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ଆଖପାଖ ଘରର ଛାତ ଉପରେ ଚଢ଼ିଯାଇଥିଲେ। ତେବେ ହଠାତ୍‌ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ସମୟରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ସେମାନେ ଏପଟ ସେପଟ ଦୌଡିବାକୁ ଲାଗିଥିଲେ।


All Right Reserved By Dharitri.Com

ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର...

ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅସଦାଚରଣ ମାମଲା: ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଲକ୍ଷ୍ନୌ, ୨୯ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ଶାହଜାହାନ୍‌ପୁର ଜିଲାରେ ଜଣେ ଆଇନ ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଅସଦାଚରଣ କରିବା ନେଇ ଭିଡିଓ କ୍ଲିପ ସାମ୍ନାକୁ ଆସିବା...

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ପାଣି ପାଇଁ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ: ତୀରମାଡ଼ରେ ଯୁବକ ମୃତ

ନରସିଂହପୁର, ୫ା୮(ଡି.ଏନ.ଏ./ସ୍ବ.ପ୍ର.): କଟକ ଜିଲା ନରସିଂହପୁର ଥାନା ଅଧୀନ ସାଗର ଏବଂ ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କ ମଧ୍ୟରେ ରବିବାର ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ...

ମୋଦିଙ୍କ କାର୍ଯ୍ୟକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩ା୪: ବିଶ୍ୱବ୍ୟାପୀ କରୋନା ଆତଙ୍କ ଜାରି ରାହିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ଅଦ୍ୟାବଧି ବିଶ୍ୱରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪୯ ହଜାର...

ଏନ-୩୨ ବିମାନ ଦୁର୍ଘଟଣା: ୧୮ ଦିନ ପରେ ଆଜି ଘରେ ପହଞ୍ଚିବ ଶହୀଦଙ୍କ ମୃତଦେହ

ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି...

ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ

ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ...

Leave a comment

Your email address will not be published. Required fields are marked *