‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌କୁ ଫେରିବା ସହ ଦମ୍‌ଦାର ଏଣ୍ଟ୍ରି କରିଛନ୍ତି। ଏଥିରେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର, ଜାୟରା ଓ୍ବାସିମ ଓ ରୋହିତ ଶରାଫଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ଟ୍ରେଲର ୩ମିନିଟ୍‌ର ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ଟଟି ସତ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଟ୍ରେଲରର ଆରମ୍ଭ ପ୍ରିୟଙ୍କା ଓ ଫରହାନଙ୍କ ଲଭ୍‌ଷ୍ଟୋରୀରୁ ହୋଇଛି। ଯେତେବେଳେ ଝିଅ ଆୟଶାର ଦେହ ଖରାପ୍‌ ବିଷୟରେ ସେମାନଙ୍କୁ ଜଣାପଡ଼େ ସେତେବେଳେ ତାଙ୍କ ହସ, ଖୁସି ଓ ରୋମାନ୍ସରେ ଗ୍ରହଣ ଲାଗିଯାଏ। ଏହାପରେ ମା’ ବାପାଙ୍କ ଜୀବନରେ ଆୟଶା ନିଜକୁ ବଡ଼ ଖଳନାୟକ ବୋଲି ବିବେଚନା କରିଛନ୍ତି। ଏହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଅନ୍ୟପଟେ ଫିଲ୍ମରେ ଜାୟରାଙ୍କୁ ଦେଖି ଦର୍ଶକ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ଧର୍ମକୁ ଆଧାର କରି ଫିଲ୍ମରୁ ଦୂରେଇଯିବାକୁ ଘୋଷଣା କରିଥିବା ଜାୟରା ଏବେ ଫିଲ୍ମରେ ନଜର ଆସିବାରୁ ପ୍ରଶଂସକ ଅସେନ୍ତାଷ ପ୍ରକାଶ କରିଛନ୍ତି। ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍‌ ହେବ।


All Right Reserved By

‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍‌ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ...

ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର।...

ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ: ଜାଣନ୍ତୁ ବୟସରେ ବଡ଼ ନମ୍ରତାଙ୍କୁ କିପରିି ଦେଇଥିଲେ ସେ ମନ

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ। ମହେଶ କେବଳ ଯେ ଜଣେ ଲୋକପ୍ରିୟ ଅଭିନେତା ତାହା ନୁହେଁ ବରଂ ଜଣେ ପାରିବାରିକ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ୍‌

୧୭ତମ ସାଧାରଣ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିଛି। ସମଗ୍ର ଦେଶବାସୀ ଭାଜପାର ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *