ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାନ୍‌ଭି ନାମକ ଗାଁ ନୌକା ଉପରେ ଭାସମାନ ଅବସ୍ଥାରେ ରହିଛି। ଅଧିକାଂଶ ଲୋକଙ୍କ ଘର ହ୍ରଦର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ। ହ୍ରଦରେ ଗଢ଼ିଉଠିଥିବା ଗାନ୍‌ଭି ଗାଁକୁ ଆଫ୍ରିକାର ସବୁଠୁ ବଡ଼ ଗାଁ ବୋଲି କୁହାଯାଏ। ପର୍ଯ୍ୟଟକମାନେ ଏହି ଗାଁକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି। କିଛି ଲୋକଙ୍କ କହିବା କଥା, ଷୋଡ଼ଶ କିମ୍ବା ସପ୍ତଦଶ ଶତାବ୍ଦୀରେ ତୋଫିନୁ ସମୁଦାୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବାକୁ ଏଭଳି ଗାଁର ନିର୍ମାଣ କରିଥିଲେ। ଫୋନ୍‌ ନାମକ ଜନଜାତି ଏମାନଙ୍କୁ ନିଜ ଗୁଲାମ କରିବାକୁ ଆସିଥିଲେ। କିନ୍ତୁ ନିଜ ଧାର୍ମିକ ମାନ୍ୟତା କାରଣରୁ ପାଣିରେ ପ୍ରବେଶ କରିପାରିଲେ ନାହଁି। ଏତେ ବର୍ଷ ଧରି ପାଣି ଉପରେ ଘର କରି ରହିଯାଇଥିବାରୁ ତୋଫିନୁ ସମ୍ପ୍ରଦାୟ ଭୂସ୍ଥଳକୁ ଆସିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି। ଏହି ହ୍ରଦ ଭିତରେ ସେମାନେ ନିଜର ସମସ୍ତ ସୁଖ ସୁବିଧା ହାସଲ କରିବାରେ ଲାଗିଛନ୍ତି। ପାଣି ଭିତରେ ଦୋକାନ, ରେଷ୍ଟୁରାଣ୍ଟ୍‌ ଆଦିକୁ ଖୁବ୍‌ ସୁନ୍ଦର ଢଙ୍ଗରେ ତିଆରି କରିଛନ୍ତି। ପରିବା ବିକ୍ରି ପାଇଁ ପ୍ରତିଦିନ ନୌକାରେ ବ୍ୟବସାୟୀମାନେ ଘର ଘର ବୁଲନ୍ତି। ନଚେତ୍‌ କେତେବେଳେ ଘର ସବୁ ବୁଲି ବୁଲି ଦୋକାନ ପାଖକୁ ଚାଲିଆସିଥାଏ।


All Right Reserved By

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ଏହି ଗ୍ରାମରେ ଦଳିତଙ୍କୁ ଚପଲ ପିନ୍ଧିବା ମନା

ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି...

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର...

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନ: ପୁଣି ବାଜି ମାରିଲେ ଜୋକୋ ଓ୍ବିଡୋଡୋ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଜୋକୋ ଓ୍ବିଡୋଡୋ। ସେ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଭାଓ୍ବ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟଥର...

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି।...

ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି...

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *