ଶ୍ରେଣୀରେ ଅନେକଥର ଫେଲ୍‌, ୩୦ରୁ ଅଧିକ କମ୍ପାନୀରୁ ବିଦା; ତଥାପି ହୋଇଥିଲେ ଚାଇନାର ସବୁଠୁ ଧନଶାଳୀ ବ୍ୟକ୍ତି

ବେଜିଂ,୧୦।୯:ଆଲିବାବା ଗ୍ରୁପର ଫାଉଣ୍ଡର୍‌ ଜ୍ୟାକ୍‌ ମା’ ୫୫ତମ ଜନ୍ମଦିନରେ ନିଜ କମ୍ପାନୀ ଚେୟରମ୍ୟାନ୍‌ ପଦରୁ ଅବସର ନେଇଛନ୍ତି। ଡାନିଏଲ ଝାଙ୍ଗଙ୍କୁ ନିଜର ଭୂମିକା ହସ୍ତାନ୍ତର କରିଛନ୍ତି ଜ୍ୟାକ୍‌ ମା’। ଆଲିବାବା କମ୍ପାନୀ ଆରମ୍ଭ କରିବା ପୂର୍ବରୁ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ସେ ଶିକ୍ଷା ମାଧ୍ୟମରେ ମାନବ ସେବା କରିବେ ବୋଲି କହିଛନ୍ତି। ଜ୍ୟାକ୍‌ ମା’ ଚାଇନାର ସବୁଠାରୁ ସଫଳ ବ୍ୟବସାୟୀ ହେବା ସହ ଏସିଆ ଓ ୟୁରୋପର ପ୍ରମୁଖ ରାଜନେତାଙ୍କ ଉପଦେଷ୍ଟା ଭାବେ ମଧ୍ୟ ଜଣାଶୁଣା। ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଓ ଏବେ ଏହାର ସମ୍ପତ୍ତି ପରିମାଣ ପାଖାପାଖି ୩୯୦ ବିଲିୟନ ଡଲାର୍‌ ରହିଛି। ଚାଇନାରେ ଜ୍ୟାକ୍‌ ମାଙ୍କୁ ଲୋକେ ଭଗବାନ ରୂପେ ପୂଜା କରନ୍ତି।

ଜ୍ୟାକ୍‌ ମାଙ୍କ ବାଲ୍ୟ ଜୀବନ ବେଶ ସଂଘର୍ଷମୟ ଥିଲା। ପିଲାବେଳେ ଭଲ ପାଠ ହେଉ ନ ଥିବାରୁ ସେ ଏକାଧିକ ଥର ଶ୍ରେଣୀରେ ଫେଲ ମଧ୍ୟ ହୋଇଥିଲେ। ତେବେ ନିଜର ପ୍ରବଳ ଇଚ୍ଛାଶକ୍ତି ଯୋଗୁ ସେ ଜଣେ ଇଂରାଜୀ ଶିକ୍ଷକ ହୋଇ ପାରିଥିଲେ। ଶିକ୍ଷକତା କରୁଥିବାବେଳେ ସେ ବିଭିନ୍ନ କମ୍ପାନୀ ଚାକିରି ପାଇଁ ଆବେଦନ କରୁଥିଲେ। କେଏଫସି ଭଳି ୩୦ଟି କମ୍ପାନୀ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଥିଲେ। କିନ୍ତୁ ପର ମୂହୁର୍ତ୍ତରେ ବ୍ୟବସାୟ ପ୍ରତି ମନବଳାଇଲେ ଏବଂ ଅନ୍ୟ ୧୭ ଜଣ ବନ୍ଧୁଙ୍କ ସହିତ ମିଶି ୧୯୯୯ ମସିହାରେ ଚୀନର ଝେଜିୟାଂଗର ହାଙ୍ଗଝୁଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ଛୋଟ ରୁମ୍‌ରୁ ଅନଲାଇନ କମ୍ପାନୀ ‘ଅଲିବାବା’ ଆରମ୍ଭ କରିଥିଲେ। ସେତେବେଳେ ଜ୍ୟାକ୍‌ ମାଙ୍କ କମ୍ପ୍ୟୁଟର୍‌ ଜ୍ଞାନ ମଧ୍ୟ ସେତେଟା ନ ଥିଲା।

ଜ୍ୟାକ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ ମା ଫାଉଣ୍ଡେସନ’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ ଏହି ଫାଉଣ୍ଡେସନ ପାଇଁ ସମୟ ଦେଇପାରୁ ନ ଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନକୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି।


All Right Reserved By

ପାକିସ୍ତାନୀ ଅଭିନେତ୍ରୀଙ୍କ ପରଲୋକ

କରାଚୀ,୧୦ା୭(ପି.ଟି.): ପାକିସ୍ତାନର କିମ୍ବଦନ୍ତୀ ଅଭିନେତ୍ରୀ ଜାହିନ୍‌ ତାହିରା ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୯ବର୍ଷ ହୋଇଥିଲା। ତାହିରାଙ୍କ ବିୟୋଗ ଖବର ତାଙ୍କ ନାତି ଡାନିଏଲ ଶାହଜାଦ୍‌...

ନିଜର ବିଜ୍ଞାପନ ପାଇଁ ଫଶିଗଲା ପାକିସ୍ତାନୀ ଏୟାରଲାଇନ୍ସ: ଟୁଇଟରରେ ୟୁଜର୍ସଙ୍କ ବିରୋଧ

ଇସଲମାବାଦ,୨।୫: କିଛି ଦିନରୁ ପାକିସ୍ତାନ ଚାରିଆଡୁ ସମସ୍ୟାରେ ପଡ଼ିଥିବା ବେଳେ ଏବେ ତାର ଏୟାରଲାଇନ୍ସ ବିବାଦ ଘେରକୁ ଚାଲିଆସିଛି। ସୂଚନାଯୋଗ୍ୟ, ପାକିସ୍ତାନୀ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ...

ଚାଇନା କୋଇଲା ଖଣିରେ ଅଘଟଣ: ୯ ମୃତ, ୧୦ ଆହତ

ବେଜିଂ,୧୦।୬: ଚାଇନାର ଉତ୍ତର ପୂର୍ବରେ ଥିବା ଜିଲିନ୍‌ ଅଞ୍ଚଳରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୦...

ଭାରତୀୟ ଚ୍ୟାନେଲ ପ୍ରସାରଣ କରିବାରୁ ଜବତ ହେଲା କରାଚିର କେବଲ୍‌ ନେଟଓ୍ବର୍କ

ଇସଲାମାବାଦ,୧୯।୮: ପାକିସ୍ତାନରେ ଭାରତୀୟ ଚ୍ୟାନେଲକୁ ବ୍ୟାନ କରାଯିବା ପରେ କରାଚିରେ ଥିବା ଗାର୍ଡନ କେବଳ ଟେଲିଭିଜନ ନେଟଓ୍ବର୍କ ଏହାକୁ ଅଣଦେଖା କରିଥିଲା। ସେ ଭାରତୀୟ ଚ୍ୟାନେଲ...

ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଲେ ମହିଳା

ଆଲବାନି,୨୨।୮: ନ୍ୟୁୟର୍କରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ଜେସିକା ଜର୍ଜ ନାମକ ଏହି ମହିଳା ଟ୍ରେନ୍‌ରେ ଯାତ୍ରା କରୁଥିବା...

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ

ଇସଲାମାବାଦ୍‌,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ...

‘ଆମେ ଶାନ୍ତିରେ ବଞ୍ଚତ୍ପାରିବା’

ଲଣ୍ଡନ,୯।୮:କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଆମେ ଶାନ୍ତିରେ ବଞ୍ଚତ୍ପାରିବା। କେହି କାହାକୁ ଆଘାତ ଦେବା ବା କ୍ଷତି ପହଞ୍ଚାଇବା ଅନାବଶ୍ୟକ ବୋଲି ନୋବେଲ ଶାନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *