ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି ରଣନୀତିରେ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଇରାନ ଚାଇନାର ୫ହଜାର ସେନାଙ୍କୁ ନିଜ ଦେଶରେ ମୁତୟନ କରିବା ପାଇଁ ଅନୁମତି ଦେଇଛି। ଏହି ସମସ୍ତ ସେନା ଚାଇନା ଦ୍ୱାରା ଇରାନରେ ୨୮୦ ବିଲିୟନ ଡଲାରର କରାଯାଉଥିବା ପ୍ରୋଜେକ୍ଟ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଚାଇନା ଇରାନରେ ତେଲ, ଗ୍ୟାସ ଓ ପେଟ୍ରୋଲିୟମ୍‌ ସମେତ ଅନ୍ୟ କ୍ଷେତ୍ରରେ ବଡ଼ ନିବେଶ କରିବାକୁ ଯାଉଛି। ଏଥିପାଇଁ ୨୮୦ ବିଲିୟନ ଡଲାରରେ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ ଚାଲୁଛି। ଯାହାର ସୁରକ୍ଷା ପାଇଁ ଚାଇନା ନିଜ ୫ହଜାର ସେନାଙ୍କୁ ଇରାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ ଇରାନ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପୂର୍ବରୁ ଚାଇନା ପାକିସ୍ତାନରେ ମଧ୍ୟ ବଡ଼ ନିବେଶ କରିସାରିଛି।


All Right Reserved By Dharitri.Com

ଶହୀଦ୍‌ ସୋଲେମାନୀ ଅପରେଶନ୍‌ରେ ଆମେରିକାର ୮୦ ସୈନ୍ୟଙ୍କ ମୃତ୍ୟୁ: ଇରାନ କଲା ଦାବି

ତେହେରାନ,୮।୧: ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ପଶ୍ଚିମ ଇରାକର ଅଲ୍‌ ଅସଦ ଏବଂ ଉତ୍ତର ଇରାକର ଇରବିଲ୍‌...

ଭାଇରସ୍‌ ଚିହ୍ନିବ ଭାଇରିୟନ

ନ୍ୟୁୟର୍କ: ପ୍ରାଣୀମାନଙ୍କ ଦେହରେ ୧୬.୭ ଲକ୍ଷରୁ ଊର୍ଦ୍ଧ୍ୱ ଅଜଣା ଭାଇରସ୍‌ ରହିଥାନ୍ତି, ଯାହାଦ୍ୱାରା ଅନେକ ସମୟରେ ଲୋକମାନେ ସଂକ୍ରମିତ ହୋଇ ଭୟଙ୍କର ରୋଗର ଶିକାର ହୋଇଥାନ୍ତି।...

ପୁଣି ହିଂସ୍ର ହେଲା ହଂକଂ

ହଂକଂ,୩୦ା୯(ଏଏଫ୍‌ବି): ଚାଇନାର ୭୦ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ହଂକଂରେ ପୁଣି ହିଂସା ଦେଖାଦେଇଛି। ସରକାର ବିରୋଧୀ ବିକ୍ଷୋଭକାରୀ ଓ ଦଙ୍ଗା ନିରେଧୀ ପୋଲିସ ମଧ୍ୟରେ...

ବାଂଲାଦେଶର ସୀମାସ୍ତମ୍ଭରୁ ହଟିଲା ପାକିସ୍ତାନ

ଢାକା,୧୪ା୯(ଆଇଏଏନ୍‌ଏସ୍‌): ବାଂଲାଦେଶ ମୁକ୍ତି ଯୁଦ୍ଧର ୪୮ ବର୍ଷ ପରେ ଏହି ଦେଶର ସମସ୍ତ ସୀମାସ୍ତମ୍ଭ (ବୋର୍ଡର ପିଲାର)ରୁ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ୧୯୪୭ରେ ଦେଶ...

ପୁଣି ହୃଦୟ ଜିତିଲେ ମୋଦି: ବିମାନବନ୍ଦରରେ ତଳୁ ଉଠାଇଲେ ଫୁଲ

ହ୍ୟୁଷ୍ଟନ,୨୨।୯: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ଜୀବନଯାପନ ଶୈଳୀ ଚର୍ଚ୍ଚାକୁ ଆସିଛି। ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ...

୪୭ ଆତଙ୍କବାଦୀ ନିହତ

କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ...

ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ...

ମିଖାଇଲ୍‌ ମିଶୁଷ୍ଟିନ୍‌ ରୁଷିଆ ପ୍ରଧାନମନ୍ତ୍ରୀ

ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍‌ ମିଶୁଷ୍ଟିନ୍‌ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ...

Leave a comment

Your email address will not be published. Required fields are marked *