Posted inଜାତୀୟ

କମଲନାଥ ସରକାର ଖେଳିଲେ ଏସ୍‌ଟି କାର୍ଡ: ଶିଶୁ ଜନ୍ମରେ ଜନଜାତି ପରିବାରଙ୍କୁ ମିଳିବ ୫୦ କିଗ୍ରା ଖାଦ୍ୟାନ୍ନ

ଭୋପାଳ,୧୦।୯: ମଧ୍ୟପ୍ରଦେଶରେ କମଳନାଥ ସରକାର ଝାବୁଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଏସ୍‌ଟି କାର୍ଡ ଖେଳିଛନ୍ତି। ରାଜ୍ୟର ଜନଜାତି ବହୁଳ ୬ଟି ଜିଲା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ୮୯ ବ୍ଲକ୍‌ରେ ଆରମ୍ଭ ହେବ। ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଜନଜାତି ପରିବାରରେ ଶିଶୁ ଜନ୍ମ ହେଲେ ୫୦ କିଗ୍ରା ଖାଦ୍ୟାନ୍ନ ଯୋଗାଇ ଦିଆଯିବ। ସେହିପରି ପରିବାର ସଦସ୍ୟଙ୍କ ମୃତ୍ୟୁରେ ଶହେ କିଗ୍ରା ଖାଦ୍ୟାନ୍ନ ମିଳିବ ବୋଲି ଜନଜାତି ବିକାଶ ମନ୍ତ୍ରୀ ଓମ୍‌କାର ସିଂ କରକମ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଝାବୁଆ ଜିଲାରେ ଜନଜାତିଙ୍କ ସଂଖ୍ୟା ଅଧିକ ରହିଛି। ସରକାର ଏଭଳି ଘୋଷଣା ଦ୍ୱାରା ଝାବୁଆ ବିଧାନସଭା ଆସନ ହାତେଇବା ପାଇଁ ପ୍ରୟାସ କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


All Right Reserved By Dharitri.Com

ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ,୬ା୧୦: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସହ ଲଢିବାକୁ ଏବେ ସମସ୍ତେ ପ୍ରସ୍ତୁତ। ଏହାର ଭୟାବହତା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ସାରା...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ...

ଗୋଟିଏ ବାଲ୍ଟି ପାଣି ପାଇଁ ଗଲା ଜୀବନ

ଶ୍ରୀକାକୁଲମ, ୧୬।୭: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ପାଣିର ଘୋର ଅଭାବ ଦେଖାଦେଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ...

ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପାଇଁ କାନପୁରରେ ପୂଜାର୍ଚ୍ଚନା

କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ...

ପୋଷ୍ଟ ଅଫିସରେ ମିଳୁଛି ଗଙ୍ଗାଜଳ

ରୋହତକ,୩୦।୭: ହରିୟାଣାର ରୋତକରେ ଥିବା ଏକ ପୋଷ୍ଟ ଅଫିସରେ ଗଙ୍ଗୋତ୍ରୀରୁ ଆସିଥିବା ଗଙ୍ଗାଜଳ ବିକ୍ରି କରାଯାଉଥିବା ଦେଖାଯାଇଛି। ଏନେଇ ସେଠାକାର ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ...

ତେଲେଙ୍ଗାନା ଏନ୍‌କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ

ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ...

Leave a comment

Your email address will not be published. Required fields are marked *