ପାଟଣା ରେଞ୍ଜରେ ୨୩ ବଣୁଆ ହାତୀ: ଉଜାଡିଲେ ଧାନ ଫସଲ, କ୍ଷତିପୂରଣ ଦାବି

ପାଟଣା,୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡ଼ା ଓ ଗରାଣ୍ଡିଯୋଡି ସେକ୍ସନରେ ସୋମବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରୁ ୨୩ଟି ଝାଡ଼ଖଣ୍ଡି ହାତୀ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ବଣୁଆ ହାତୀଗୁଡ଼ିକ କରଞ୍ଜିଆ ରେଞ୍ଜରୁ ପାଟଣା ରେଞ୍ଜର ବାଇକଳାସ୍ଥିତ ଜଟିଆ ହୁଡ଼ିରେ ଆଶ୍ରୟ ନେଇଥିଲେ। ରାତିରେ ଗୋଜିଟାଙ୍ଗିରି ଓ ବାଇକଳା ଅଞ୍ଚଳ ଧାନ ବିଲରେ ପଶି ଫସଲ ଖାଇବା ସହ ବ୍ୟାପକ କ୍ଷେତ ଦଳିଚକଟି ନଷ୍ଟ କରିଦେଇଛନ୍ତି। ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ହାତୀଙ୍କୁ ଘଉଡାଇବାରୁ ହାତୀପଲ ମଙ୍ଗଳବାର କରଞ୍ଜିଆ ମୁହାଁ ହୋଇଛନ୍ତି। ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଏ ନେଇ ପାଟଣା ରେଞ୍ଜର ପିବିତ୍ରମୋହନ ନାଏକଙ୍କୁ ପଚାରିବାରୁ ହାତୀପଲ ବର୍ତ୍ତମାନ କରଞ୍ଜିଆ ରେଞ୍ଜର ବଡ଼ଦେଉଳିକୁ ଚାଲିଯାଇଥିବା କହିଛନ୍ତି। ରେଞ୍ଜରଙ୍କ ସୂଚନା ଅନୁଯାୟୀ ଗୋଜିଟାଙ୍ଗିରୀ ଗ୍ରାମର ଦୈତାରୀ ନାଏକ, କ୍ଷୀରୋଦ ନାଏକ, ସୁଦର୍ଶନ ନାଏକ ଓ ନିଧି ନାଏକଙ୍କ ଧାନ କ୍ଷେତ ନଷ୍ଟ ହୋଇଛି।


All Right Reserved By Dharitri.Com

ଦାରିଙ୍ଗବାଡିରେ ୧୫ ସିଆରସିସି ନିଯୁକ୍ତି

ଦାରିଙ୍ଗବାଡି,୨୯।୫(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ୧୫ ସିଆରସିସି ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିଲା। ଚଳିତବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଏହା ପୂରଣ କରାଯାଇ...

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ...

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ...

ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୩।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲ୍‌କୀ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଭବାନୀପାଟଣା ବିଧାୟକ ତଥା ରାଜ୍ୟ...

ଚରମ ଅବ୍ୟବସ୍ଥାରେ ସ୍ବାସ୍ଥ୍ୟସେବା

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଅବ୍ୟବସ୍ଥାର ଚରମ ସୀମାରେ ପହଞ୍ଚିଛି ସ୍ବାସ୍ଥ୍ୟସେବା। ଗରିବ ଲୋକମାନଙ୍କ ପାଇଁ ଏହା ଯେମିତି ସାତ ସପନ ପାଲଟିଛି। ଅର୍ଥ ନାହିଁ ତ ଚିକିତ୍ସା...

ସାପକାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ଗଞ୍ଜାମ,୬।୯(ଡି.ଏନ୍‌.ଏ.) : ଗଞ୍ଜାମ ଏନ୍‌ଏସିର ୬ ନଂ ଓ୍ବାର୍ଡ ବ୍ରାହ୍ମଣ ଢାମଣା ସାହିର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା...

ନର୍ସିଂ ଛାତ୍ରୀ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ଆଜି ହେବେ କୋର୍ଟ ଚାଲାଣ; ଜଣେ ନାବାଳକ ବି ସମ୍ପୃକ୍ତ

ଜୁନାଗଡ,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାକତ୍ାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୮ଜଣଙ୍କୁ...

ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ...

Leave a comment

Your email address will not be published. Required fields are marked *