Posted inଜାତୀୟ

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି ଭାଜପା କର୍ମୀ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫିରୋଜାବାଦ୍‌ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଭାଜପା ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ହାତ ଗଣତି କିଛି କର୍ମୀଙ୍କୁ ଛାଡିଦେଲେ ଅନ୍ୟମାନେ ବିନା ହେଲମେଟ୍‌ରେ ଥିଲେ। ଏହା ସହିତ ଗୋଟିଏ ଦୁଇ ଚକିଆ ଗାଡ଼ିରେ ୩ରୁ ଅଧିକ ଲୋକ ବସିଥିବାର ଦେଖିବାକୁ ମିଳିଥିଲା। ଏନେଇ କିଛି ବରିଷ୍ଠ ନେତାଙ୍କୁ ପଚରା ଯିବାରୁ ସେମାନେ ଉତ୍ତର ଦେଇଥିଲେ ଯେ, ସମସ୍ତ କର୍ମୀ ନିଜର ହେଲମେଟ୍‌ ପାଖରେ ରଖିଥିଲେ। ତେବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଥିବା ଫଟୋରେ ରାଲିରେ ଯୋଗଦେଇଥିବା ବହୁ କର୍ମୀ ହେଲମେଟ ନ ପିନ୍ଧିବା ସହିତ ଅନ୍ୟ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

‘ମୁଁ ୨୦ ପ୍ରତିଶତ ରାଜନୀତି, ୮୦ ପ୍ରତିଶତ ସମାଜସେବା କରେ’-ନୀତିନ୍‌ ଗଡ୍‌କରୀ

ନୂଆଦିଲ୍ଲୀ, ୧୮।୬: ମୁଁ ୨୦ ପ୍ରତିଶତ ରାଜନୀତି, ବାକି ୮୦ ପ୍ରତିଶତ ସମାଜସେବା କରେ ବୋଲି କହିଛନ୍ତି ସଡ଼କ, ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କେନ୍ଦ୍ରମନ୍ତ୍ରୀ...

ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍‌ଏସ୍‌):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍‌ବୁକ୍‌ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ...

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି।...

ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ...

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ...

ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୁରେଶୀ

ଅଗରତାଲା,୧୭ା୧୧ (ଆଇଏଏନ୍‌ଏସ୍‌): ତ୍ରିପୁରା ହାଇକୋର୍ଟର ପଞ୍ଚମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଅକିଲ ଅବଦୁଲ ହମିଦ କୁରେଶୀ ଶନିବାର ଶପଥ ନେଇଛନ୍ତି। ସେ ପୂର୍ବରୁ ଗୁଜରାଟ...

ତ୍ରିରଙ୍ଗା ଧରି ୧୫ କିଲୋମିଟର ଲମ୍ବ ମାନବ ଶୃଙ୍ଖଳରେ ଠିଆହେଲେ ସୁରକ୍ଷାକର୍ମୀ, ଛାତ୍ରୀଛାତ୍ର

ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।...

Leave a comment

Your email address will not be published. Required fields are marked *